ବିଦେଶୀ Host ଯେତେବେଳେ ଭାରତୀୟ ସଂସ୍କୃତି କୁ ଥଟ୍ଟା କଲେ ତ Aishwarya Rai ଦେଲେ ଏମିତି ଜବାବ କି ମୁହଁ କରିଦେଲେ ବଙ୍କା, ଦେଖନ୍ତୁ Video

ବଚ୍ଚନ ପରିବାରର ବୋହୂ ତଥା ବଲିଉଡର ସୁନ୍ଦରୀ ଅଭିନେତ୍ରୀ ବିଶ୍ଵ ସୁନ୍ଦରୀ ଐଶ୍ଵର୍ଜ୍ୟା ରାୟ ନିଜ ଲୁକ ଏବଂ ଅଭିନୟ ସହ ତାଙ୍କ କଳା ଏବଂ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ସୁବିଚାର ପାଇଁ ମଧ୍ୟ ଖୁବ ପରିଚିତ । ବଚ୍ଚନ ପରିବାରର ବୋହୂ ଐଶ୍ଵର୍ଜ୍ୟା ରାୟ ସଂସ୍କାରୀ ବୋହୂଙ୍କ ଶ୍ରେଣୀଭୂକ୍ତ ଅଟନ୍ତି । ଯାହାର କିଛି ନା କିଛି ଝଲକ ପ୍ରାୟତଃ ଆମକୁ ଦେଖିବାକୁ ମିଳିଥାଏ । ଶାଶୁ-ଶ୍ଵଶୁରଙ୍କୁ ସମ୍ମାନ ଦେବା ହେଉ ବା ଅନ୍ୟ କୌଣସି କଥା । ଆପଣ ନାଏକ ସମୟରେ ତାଙ୍କୁ ଶାଶୁ-ଶ୍ଵଶୁରଙ୍କ ପାଦ ଛୁଇଁ ପ୍ରମାଣ କରୁଥିବାର ମଧ୍ୟ ଦେଖିଥିବେ ।

ତାଙ୍କ ସଂସ୍କାରର କିଛି ଝଲକ ତାଙ୍କ ଝିଅ ଠାରେ ମଧ୍ୟ ଦେଖିବାକୁ ମିଳିଥାଏ । ନିକଟରେ ଐଶ୍ଵର୍ଜ୍ଯାଙ୍କ ଏକ ପୁରୁଣା ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଯେଉଁତିରେ ସେ ଜଣେ ବିଦେଶୀ ହୋଷ୍ଟଙ୍କୁ କଡା ଜବାବ ଦେଉଥିବାର ଦେଖିବାକୁ ମିଳୁଛି । ଐଶ୍ଵର୍ଜ୍ଯା ତାଙ୍କ ଫିଲ୍ମ ପାଇଁ ଦେଶ-ବିଦେଶକୁ ଯାତ୍ରା ଯାଆନ୍ତି । ଭାରତ ପ୍ରତି ତାଙ୍କର ପ୍ରେମ ଓ ସଂସ୍କାର ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ସେ ଏକ ଇଣ୍ଟରନ୍ୟାସନାଲ ଚାଟ୍ ଶୋ’କୁ ଯାଇଥିଲେ । ସେହି ଚାଟ୍ ଶୋ’କୁ ଡେଭିଡ ଲେଟରମ୍ୟାନ ହୋଷ୍ଟ କରୁଥିଲେ ।

ଏହାପୂର୍ବରୁ ସେ ଶାହରୁଖ ଖାନଙ୍କର ମଧ୍ୟ ଇଣ୍ଟରଭ୍ୟୁ ନେଇ ସାରିଥିଲେ । ତେବେ ଏହି ଚାଟ୍ ଶୋ ସମୟରେ ଡେଭିଡ ଐଶ୍ଵର୍ଜ୍ଯାଙ୍କୁ ପଚାରିଥିଲେ କି, “କଣ ଏହି କଥା ସତ କି ଆପଣମାନେ ଏବେ ବି ନିଜ ପିତାମାତାଙ୍କ ସହ ରହୁଛ ?” ଏହାର ଉତ୍ତରରେ ଐଶ୍ଵର୍ଜ୍ଯା ହାଁ କହିଥିଲେ । ଏହାପରେ ଡେଭିଡ ଉପହାସ କରି ପଚାରିଥିଲେ, “କଣ ଭାରତରେ ବଡ ହେବା ପରେ ମଧ୍ୟ ନିଜ ପିତାମାତାଙ୍କ ସହ ରହିବା ସାଧାରଣ କଥା ଅଟେ ?” ଡେଭିଡଙ୍କ ଏହି ପ୍ରଶ୍ନରେ  ଉପସ୍ଥିତ ଦର୍ଶକ ବହୁତ ଜୋରରେ ହସିଥିଲେ ।

 

View this post on Instagram

 

A post shared by Glamour Update (@glamourupdate)

କାରଣ ସମସ୍ତେ ବୁଝି ସାରିଥିଲେ କି ଡେଭିଡ ଲେଟରମ୍ୟାନ ଐଶ୍ଵର୍ଜ୍ଯା ରାୟଙ୍କ ସହ ଭାରତୀୟ ସଂସ୍କୃତିର ମଜାକ ଉଡାଉଛନ୍ତି । ବିଶ୍ଵସ୍ତରରେ ଭାରତୀୟ ସଂସ୍କୃତିର ଏପରି ମଜାକ ଉଡିବା ଦେଖି ଐଶ୍ଵର୍ଜ୍ଯାଙ୍କୁ ବିଲକୁଲ ଭଲ ଲାଗି ନଥିଲା । ନିଜକୁ ସମ୍ଭାଳି ଗୋଟିଏ ମିନିଟ ପରେ ଶକ୍ତ ଜବାବ ଦେଇ ଐଶ୍ଵର୍ଜ୍ଯା ଜବାବ ଦେଇଥିଲେ କି, ହାଁ ପିଲାମାନେ ବଡ ହେବା ପରେ ମଧ୍ୟ ପିତାମାତାଙ୍କ ସହ ରହିବା ଭାରତରେ ଅତ୍ୟନ୍ତ ସାଧାରଣ କଥା ଅଟେ ।

କାହିଁକି ନା ଆମକୁ ଡିନ୍ନରରେ ଆମ ପିତାମାତାଙ୍କ ସହ ଦେଖା କରିବାକୁ ଆପୋଏଣ୍ଟମେଣ୍ଟ ନେବାକୁ ଦରକାର ପଡେନାହିଁ ।” ଐଶ୍ଵର୍ଜ୍ଯା ଡେଭିଡଙ୍କ ଅନ୍ଦାଜରେ ହିଁ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ପଶ୍ଚିମ ସଭ୍ୟତାକୁ ଅନୁଭବ କରାଇ ଦେଇଥିଲେ କି ଭାରତ ସଂସ୍କାର ମାମଲାରେ ପୁରା ଦୁନିଆଠୁ ଆଗରେ ବୋଲି । ଐଶ୍ଵର୍ଜ୍ଯାଙ୍କ ଏହି ଜବାବରେ ପୁରା ହଲ୍ କରତାଳି ଶବ୍ଦରେ ଫାଟି ପଡିଥିଲା ଓ ଏହାପରେ ଡେଭିଡଙ୍କ ମୁହଁ ମଧ୍ୟ ଏକଦମ ବନ୍ଦ ହୋଇ ଯାଇଥିଲା । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।