ଆପଣ ସଜନା ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା– Health Tips

ସଜନା ଶାଗ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଆମ ଦେଶ ଭାରତରେ ଏହାର ପତ୍ର, ଫୁଲ ଓ ଫଳରୁ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଏ । ଏହାର ଫଳ ଏବଂ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଲାଭ ଲୁଚି ରହିଛି । ଆଜି ଆମେ ଆପଣଙ୍କୁ ସଜନା ଗଛର କିଛି ଲାଭ ବିଷୟରେ କହିବାକୁ ଯାଉଛୁ । ଯଦି ସଜନା ଶାଗ ଖାଉ ନଥାନ୍ତି, ତେବେ ଏବେ ଠୁ ଖାଇବା ଆରମ୍ଭ କରି ଦିଅନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର ଅଟେ ।

ମାତ୍ର ୧୦୦ ଗ୍ରାମ ସଜନା ପତ୍ରରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ ବୋଲି ବିଶେଷଜ୍ଞ ମାନେ କୁହନ୍ତି । ଏହା ସହ ଏଗୋଟିଏ ଲେମ୍ବୁ ତୁଳନାରେ ସଜନା ଶାଗରୁ ଅଧିକ ଭିଟାମିନ-ସି ମିଳିଥାଏ । ଏହି ପତ୍ରରେ କ୍ୟାଲସିୟମ ଏବଂ ଭିଟାମିନ-ସି ସହ ପ୍ରୋଟିନ, ପୋଟାସିୟମ, ଆଇରନ, ମ୍ୟାଗ୍ନେସିୟମ ଏବଂ ଭିଟାମିନ-ବି କମ୍ଲେକ୍ସ ଭରପୁର ମାତ୍ରାରେ ମିଳିଥାଏ । ହଇଜା, ଝାଡା ବାନ୍ତି ଓ ଜଣ୍ଡିସ ଭଳି ରୋଗୀମାନଙ୍କ ପାଇଁ ସଜନା ପତ୍ରର ରସ ସେବନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ବହୁତ ଅଧିକ ଥଣ୍ଡା ଧରିଥିଲେ ଏହାର ପତ୍ର ଏବଂ ଫଳକୁ ପାଣିରେ ଫୁଟାଇ ବାମ୍ଫ ନେବା ଦ୍ଵାରା ବନ୍ଦ ନାକ ଖୋଲିଯାଏ ଓ ଏହାସହ ଶରୀରର ବ୍ୟଥା ମଧ୍ୟ କମ୍ ହୋଇଯାଏ । ନିୟମିତ ସଜନା ଶାଗ ଖାଇବା ଦ୍ଵାରା ଏନିମିଆ ଅର୍ଥାତ ଡ଼ାକ୍ତର ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁପୋଷଣ ଦୂର କରି ଭଲ ପୋଷକତତ୍ତ୍ଵ ଯୋଗାଇଥାଏ । ସଜନା ଶାଗ ସେବନ ଦ୍ଵାରା ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥବା ମା ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହି ଶାଗ ସ୍ୱାସ୍ଥ୍ୟ ଭଲ ରଖି ଶରୀରକୁ ପୋଷଣ ଏବଂ ଊର୍ଜା ଦେଇଥାଏ ।

ସଜନା ଶାଗ ଭିଟାମିନ ଏବଂ ପ୍ରୋଟିନର ଗନ୍ଥାଘର ଅଟେ । ସଜନା ଶାଗ କୋଷ୍ଠକାଠିନ୍ଯ ପରି ରୋଗକୁ ଦୂର କରିବାରେ ଖୁବ ଲାଭଦାୟକ ହୋଇଥାଏ । ସଜନ ଶାଗରେ ଫାଇବାର ମଧ୍ୟ ଭରପୁର ମାତ୍ରାରେ ରହିଥାଏ, ଯାହା ଆମ ପାଚନତନ୍ତ୍ରକୁ ଠିକ ରଖିଥାଏ । ଯାହାଫଳରେ ପେଟ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଥାଏ । ସଜନା ଶାଗରେ ଉଚ୍ଚ କ୍ୟାଲସିୟମ ମାତ୍ରା ରହିଥିବାରୁ ଏହା ଆମ ହାଡକୁ ମଧ୍ୟ ଶକ୍ତ କରିଥାଏ ।

ସେହିପରି ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ସଜନା ଶାଗ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବା ସହ ଆଖି ଏବଂ ମସ୍ତିଷ୍କକୁ ମଧ୍ୟ ପୋଷଣ ଯୋଗାଇଥାଏ । ସଜନା ଶାଗ ରକ୍ତଚାପ ବା ବ୍ଲଡ଼ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ଖୁବ ସାହାଯ୍ୟ କରିଥାଏ । ସଜନା ଶାଗ ବାଡି ମାନଙ୍କରେ ସହଜରେ ଉପଲବ୍ଧ ହେବା ସହ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନଥାଏ । ଏହି ସବୁ ରୋଗ ପାଇଁ ଆପଣ ସଜନା ଶାଗକୁ ଭାଜି ବା ତରକାରୀ ବନେଇ ଖାଇ ପାରିବେ ।

ହଇଜା ପାଇଁ ଆପଣ ଏହାକୁ ପାଣିରେ ଫୁଟାଇ ମଧ୍ୟ ପିଇ ପାରିବେ । ଏହାର ଗୁଣ୍ଡ ପ୍ରସ୍ତୁତ କରି ମଧ୍ୟ ଆପଣ ଏକ ଗ୍ଳାସ ପାଣି ସହ ଦିନକୁ ତିନି ଥର ସେବନ କରିପାରିବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।