ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କେସ୍ ର ଶୁଣାଣି ସମୟରେ କହିଥିଲେ କି, ଯଦି ପ୍ରେମୀ ଯୋଡାଙ୍କ ମଧ୍ୟରୁ ଯଦି କେହି ବିବାହିତା ହୋଇଥାନ୍ତି ତେବେ, ତାଙ୍କୁ ସୁରକ୍ଷା ଦେବାକୁ ଅସ୍ଵୀକାର କରାଯାଇ ନ ପାରେ । କୋର୍ଟ ମାମଲାର ଶୁଣାଣି କରି ଖନ୍ନାର ଏସଏସପି ଙ୍କୁ ପ୍ରେମୀ ଯୋଡାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଦେଶ ଜାରି କରିଥିଲେ । କୋର୍ଟ କହିଥିଲେ କି, ସମ୍ବିଧାନ ପ୍ରତ୍ଯେକଙ୍କୁ ଜୀବନ ଓ ସ୍ଵତନ୍ତ୍ରତାର ସୁରକ୍ଷା କରିବା ପାଇଁ ଅଧିକାର ଦିଏ ।
ଯାଚିକା ଦାଖଲ କରିବା ସମୟରେ ପ୍ରେମୀ ଯୋଡା ହାଇକୋର୍ଟଙ୍କୁ କହିଥିଲେ କି ପ୍ରେମକ ପୂର୍ବରୁ ବିବାହିତ ଅଟନ୍ତି ଓ ତାଙ୍କ ଛାଡପତ୍ର ମାମଲା ଏବେ କୋର୍ଟରେ ଚାଲିଛି । ପ୍ରେମୀ ଯୋଡା ଆହୁରି ମଧ୍ୟ କହିଥିଲେ କି, ସେମାନେ ପରସ୍ପରର ସହମତିରେ ସମ୍ପର୍କରେ ଅଛନ୍ତି ଓ ପତ୍ନୀ ଏବଂ ତାଙ୍କ ଘରଲୋକ ଠାରୁ ତାଙ୍କ ପ୍ରତି ବିପଦ ଅଛି । ତେବେ ପ୍ରେମୀଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ସମରାଲାର ଏସଏଚଓ ତାଙ୍କୁ ବାରମ୍ବାର ହଇରାଣ କରୁଛନ୍ତି ।
ଏହି ଶୁଣାଣି ପୂର୍ବରୁ ଆଉ ଏକ କେସ୍ ରେ ଇଲାହାବାଦ ହାଇକୋର୍ଟ ଆଦେଶ ଦେଇଥିଲେ କି, ଯଦି ପ୍ରେମୀ ଯୋଡାଙ୍କ ମଧ୍ୟରୁ କେହି ପୂର୍ବରୁ ବିବାହିତା ଅଟନ୍ତି, ତେବେ ତାଙ୍କୁ ସୁରକ୍ଷା ଦିଆଯିବ ନାହିଁ । କିନ୍ତୁ ପଞ୍ଜାବ-ହରିୟାଣା ହାଇକୋର୍ଟ କହିଛନ୍ତି ସେମାନେ ଇଲାହାବାଦ କୋର୍ଟ ଆଦେଶକୁ ସମ୍ମାନ କରନ୍ତି । କିନ୍ତୁ ତାଙ୍କର ଏହି ଆଦେଶରେ ସେମାନେ ସହମତ ନୁହନ୍ତି । କୋର୍ଟ କହିଥିଲା କି ସୁପ୍ରିମକୋର୍ଟର ଆଇପିସି ଧାରା ୪୯୭କୁ ଅସମ୍ବିଧାନିକ ବୋଲି କହି ସାରିଛି । ଏପରି ସ୍ଥିତିରେ ପ୍ରେମୀ ଯୋଡାଙ୍କୁ ସୁରକ୍ଷା ଦେବାକୁ ଅସ୍ଵୀକାର କରି ହେବନାହିଁ ।
ହାଇକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି, ପରସ୍ପରର ସହମତିରେ ସମ୍ବନ୍ଧରେ ରହିବା କେଉଁ ସ୍ଥିତିରେ ମଧ୍ୟ ଆ-ଇ-ନ ବି-ରୁ-ଦ୍ଧ ନୁହେଁ । ଯଦି ଦୁଇ ସାବାଳକ ନିଜ ସହମତିରେ ଏକାଠି ରହିବାକୁ ପ୍ରସ୍ତୁତ ଅଟନ୍ତି, ତେବେ ଏହାକୁ ଅ-ପ-ରା-ଧ ବୋଲି କୁହାଯାଇ ପାରିବ ନାହିଁ । ପଞ୍ଜାବ ସରକାର ଏହି ମାମଲାରେ ଅନ୍ୟମାନଙ୍କୁ ମଧ୍ୟ ନୋଟିସ ଜାରି କରି ଜଣାଇ ଦେଇଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।