ଏହି ପତ୍ରର ରସ ଥରେ ପିଇ ଦେଖନ୍ତୁ, ପୁରୁଣା ରୁ ଅତି ପୁରୁଣା କାଶ 5 ମିନିଟରେ ଭଲ ହୋଇଯିବ (Home remedy for cough)

ବିଭିନ୍ନ ପ୍ରକାର କାରଣରୁ ଆପଣଙ୍କୁ କାଶ ବା କଫ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଲଗାତାର କାଶ ହେବା ଦ୍ଵାରା ବହୁତ କଷ୍ଟ ଅନୁଭବ ହୋଇଥାଏ ଓ ଅନେକ ସମୟରେ ମେଡ଼ିସିନରେ ମଧ୍ୟ ଶୀଘ୍ର ଭଲ ହୋଇ ନଥାଏ । ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ଘରୋଇ ଉପଚାର ପ୍ରସ୍ତୁତ କରିବା ଶିଖାଇବୁ, ଯାହାର ପ୍ରୟୋଗ କରି ଆପଣ କାଶ ଏବଂ କଫ ସମସ୍ଯାରୁ ସାଙ୍ଗେ ସାଙ୍ଗେ ଉପଶମ ପାଇ ପାରିବେ ତଥା ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।

ପ୍ରଥମ ଉପାୟଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କିଛି ପିପ୍ପଳି । ଏହା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରେ ସହଜରେ ମିଳିଯିବ । ଆପଣ ପ୍ରଥମେ ପିପ୍ପଳିକୁ ବାଟି ସେଥିରୁ ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ ଓ ଏହାପରେ ଏକ ଛାଣି ସାହାଯ୍ୟରେ ଏହାକୁ ଚଳେଇ ନିଅନ୍ତୁ । ବର୍ତ୍ତମାନ ଏକ ପାତ୍ରରେ ଏକା ଚାମୁଚ ଗାଈ ଘିଅ ପକାନ୍ତୁ ଓ ତରଳିବା ମାତ୍ରେ ସେଥିରେ ପ୍ରସ୍ତୁତ କରା ଯାଇଥିବା ଏକ ଚାମୁଚ ପିପ୍ପଳି ଗୁଣ୍ଡ ପକାନ୍ତୁ । ଏହାକୁ ହାଲୁକା ଭାଜି ଦିଅନ୍ତୁ । ଧ୍ୟାନ ରଖନ୍ତୁ ଏହା ଯେପରି ଜଳି ନଯାଏ ।

ଗ୍ଯାସରୁ ଓହ୍ଲାଇବା ପରେ ସେଥିରେ ଏକ ଚୁଟକି ସନ୍ଧବ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କ କାଶ ଭଲ କରିବା ପାଇଁ ଘରୋଇ ଉପଚାର । ପ୍ରତିଦିନ ଭୋଜନ କରିବା ଅପରେ ଏହି ମିଶ୍ରଣରୁ ଏକ ଚାମୁଚ ସେବନ କରନ୍ତୁ ସାଙ୍ଗେ ସାଙ୍ଗେ ହାର ପ୍ରଭାବ ଅନୁଭବ କରିପାରିବେ । ଦେଖିବେ ମାତ୍ର ଦୁଇ ତିନି ଦିନ ମଧ୍ୟରେ ଆପଣଙ୍କ କାଶ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଏହା ଏକ ବହୁ ପୁରାତନ ଏବଂ ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ ।

ଦ୍ଵିତୀୟ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ କିଛି ଶିଙ୍ଗାରହାର ପତ୍ର ବା ହରଶିଙ୍ଗାର ପତ୍ର । ଏହା ଆପଣଙ୍କୁ କାହାର ମଧ୍ୟ ବାଡି ଘରେ ସହଜରେ ମିଳିଯିବ । ନଚେତ ଆପଣ ଏହି ଗଛକୁ ନିଶ୍ଚୟ ନିଜ ବାଡି ଘରେ ଲଗାନ୍ତୁ । ଯଦି ଏହି ପତ୍ର ମିଳୁନାହିଁ, ତେବେ ଆପଣ ବାସଙ୍ଗ ପତ୍ରର ପ୍ରୟୋଗ କରିପାରିବେ । ଏହି ଦୁଇଟି ପତ୍ର ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଗଛର ପତ୍ର ନେଇ ଭଲ ଭାବେ ଧୋଇ ଦିଅନ୍ତୁ ଓ ଏହାକୁ ଅଳ୍ପ ପାଣି ଦେଇ ଏକ ଗ୍ରାଇଣ୍ଡିଙ୍ଗ ଜାର୍ ରେ ବାଟି ଦିଅନ୍ତୁ ।

ଏହାପରେ ଏହାକୁ ଛାଣି ରସ ବାହାର କରି ନିଅନ୍ତୁ । ଏହି ପତ୍ରର ରସରେ ଆପଣ କେବଳ ଏକ ଚାମୁଚ ମହୁ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ କାଶ ପାଇଁ ଆଉ ଏକ ଘରୋଇ ଉପଚାର । ଏହା ଆପଣଙ୍କ କାଶ ସହ ଥଣ୍ଡା ବା ଜ୍ଵର ମଧ୍ୟ ଭଲ ହୋଇଯିବ । ବଡ ଲୋକଙ୍କୁ ଏହି ରସ ଦୁଇରୁ ତିନି ଚାମୁଚ ପିଇବାକୁ ଦିଅନ୍ତୁ ଏବଂ ଛୋଟ ପିଲାଙ୍କୁ ଦେଉଥିଲେ କେବଳ ଗୋଟିଏ ଚାମୁଚ ଦିଅନ୍ତୁ ।

କିଛି ଦିନ ଲଗାତାର ଏହା ସେବନ କରିବା ଦ୍ଵାରା ଦେଖିବେ ଆପଣଙ୍କ ଥଣ୍ଡା କାଶ ସଂପୂର୍ଣ୍ଣ ଭାବ ଭଲ ହୋଇଯିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।