ଏହି ଚୂର୍ଣ୍ଣରେ ଥରେ ଦାନ୍ତ ଘସନ୍ତୁ, ଦାନ୍ତ ବଜ୍ର ଭଳି ଟାଣ ହୋଇଯିବ (Strong Teeth Tips)

ବନ୍ଧୁଗଣ, ଆପଣଙ୍କ ଦାନ୍ତ କିମ୍ବା ମାଢିରେ କୌଣସି ପ୍ରକାର ସମସ୍ଯା ଥିଲେ ଏହାକୁ ଅଣଦେଖା କରିବା ଅନୁଚିତ ଅଟେ । ବେଳେବେଳେ ସମସ୍ଯା ଏତେ ଅଧିକ ବଢିଯାଏ ଯେ, କିଛି ବି ଖାଇବା ପିଇବା ଏପରିକି କଥା କହିବା ପାଇଁ ମଧ୍ୟ ଅସୁବିଧା ହୁଏ । ମାଢି ଫୁଲିବା କାରଣରୁ ଖୁବ ଯନ୍ତ୍ରଣା ମଧ୍ୟ ହୋଇଥାଏ । କୌଣସି ସଂକ୍ରମଣ ତଥା ପାଟି ସମ୍ବନ୍ଧୀୟ ରୋଗ ପାଇଁ ଏହିପରି ସମସ୍ଯା ଦେଖାଦିଏ । ଏଥିପାଇଁ ଆପଣ ଚିକିତ୍ସକଙ୍କ ପରାମର୍ଶ ସହ ଆମେ କହୁଥିବା ଏହି ଘରୋଇ ଉପଚାର ମଧ୍ୟ କରିପାରିବେ ।

ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କ ପାଟିର ବ୍ୟକ୍ଟେରିଆ ଶେଷ ହେବା ସହ ମାଢି, ଫୁଲା, ଦାନ୍ତ ବ୍ୟଥା, ଦାନ୍ତରୁ ରକ୍ତ ପଡିବା, ପାଇରିଆ ଏବଂ ପାଟି ସମ୍ବନ୍ଧିତ ଅନେକ ପ୍ରକାରର ସମସ୍ଯା ଭଲ ହୋଇଯିବ । ଆପଣ ଏହି ଉପଚାରର ପ୍ରୟୋଗ ସହ ଖାଦ୍ଯରେ ଭିଟାମିନ-ଡି ନିଶ୍ଚୟ ସାମିଲ କରନ୍ତୁ । ମାଢି ଫୁଲା ସମସ୍ଯାକୁ ଦୂର କରିବା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ସଂପୂର୍ଣ୍ଣ ଭାବେ ଘରୋଇ ଆୟୁର୍ବେଦିକ ଉପଚାର ଅଟେ । ଏହାର କୌଣସି କୁପ୍ରଭାବ ଆପଣଙ୍କ ଦାନ୍ତରେ ପଡି ନଥାଏ । ଏଥିପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଗୁଆ ଭସ୍ମ ।

ଆପଣ ପାନରେ ଯେଉଁ ଗୁଆ ଖାଆନ୍ତି ବା ପୂଜାରେ ବ୍ୟବହାର କରନ୍ତି । ସେହି ଗୁଆକୁ ନେଇ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ ଓ ଏହାପରେ ଏକ ଗରମ ତାୱାରେ ଏହାକୁ ସଂପୂର୍ଣ୍ଣ ଭାବେ ଜଳିବାକୁ ଛାଡି ଦିଅନ୍ତୁ । ସଂପୂର୍ଣ୍ଣ ଜଳିଯିବା ପରେ ସେହି ଗୁଆକୁ ଚୁରି ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ ଆପଣ ଏକ ଛୋଟ ଖଣ୍ଡ ଫିଟିକିରି ନେଇ ତାଙ୍କୁ ତାୱାରେ ରଖି ଦିଅନ୍ତୁ ଦେଖିବେ ତାହା ଭଲଭାବେ ତରଳି ଯିବ । ଏହାକୁ ମଧ୍ୟ ଚୁରି ଗୁଣ୍ଡା କରି ଦିଅନ୍ତୁ । ଦାଢି ଖିଅର ହେବା ପାଇଁ ଯେଉଁ ନକଲି ଫିଟିକିରି ବ୍ୟବହାର କରୁ ତାହା ନିଅନ୍ତୁ ନାହିଁ ।

ଯେକୌଣସି ଗ୍ରୋସରି ଦୋକାନରେ ଯାଇ ଅସଲ ଫିଟିକିରି ମାଗି ନିଅନ୍ତୁ । ଏହାପରେ ଆପଣଙ୍କୁ ଦରକାର ହେବ ଖଇର ଗୁଣ୍ଡ । ଏହା ମଧ୍ୟ ଆପଣ ପାନରେ ବ୍ୟବହାର କରନ୍ତି । ଏକ ଛୋଟ ଖଣ୍ଡ ଖଇର ନେଇ ସେଥିରୁ ଗୁଣ୍ଡା ପ୍ରସ୍ତୁତ କରି ଦିଅନ୍ତୁ । ଶେଷରେ ଆପଣଙ୍କୁ ଆବଶ୍ୟକ କର୍ପୁର ଗୁଣ୍ଡ । ଏଥିପାଇଁ ପୂଜାରେ ବ୍ୟବହୃତ କର୍ପୁର ଆପଣ ବ୍ୟବହାର କରିବେ । ଏହି କର୍ପୂରକୁ ମଧ୍ୟ ଚୁରି ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଏବେ ଏକ ଗିନାରେ ଅଧ ଚାମୁଚରୁ ମଧ୍ୟ କମ୍ ଲେଖାଏଁ ଗୁଆ ଭସ୍ମ ଗୁଣ୍ଡ, ଖଇର ଗୁଣ୍ଡ, କର୍ପୁର ଗୁଣ୍ଡ ନିଅନ୍ତୁ ଓ ଏକ ଚୁଟକି ଫିଟିକିରି ଗୁଣ୍ଡ ମଧ୍ୟ ସେଥିରେ ମିଶାନ୍ତୁ ।

ଏହି ମିଶ୍ରଣରେ ଅଧ ଚାମୁଚ ପାଣି ଦେଇ ଏହାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଏହି ପେଷ୍ଟକୁ ଆପଣ ଦାନ୍ତ ଘଷିବା ପାଇଁ ବ୍ୟବହୃତ କରନ୍ତୁ । ଦେଖିବେ ଏହାଦ୍ବାରା ଆପଣଙ୍କ ଦାନ୍ତ ଶକ୍ତ ହେବା ସହ ଅନ୍ୟ ସମସ୍ତ ପାଟିଜନିତ ସମସ୍ଯା ମଧ୍ୟ ଦୂର ହୋଇଯିବ । ଏହା ପାର୍ଶ୍ଵ ପ୍ରତିକ୍ରିୟା ବିହୀନ ଏକ ଚମତ୍କାରୀ ଆୟୁର୍ବେଦିକ ଘରୋଇ ଉପଚାର ଅଟେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।