ଆମ ଦେଶ ଭାରତରେ ଖାସ କରି ହିନ୍ଦୁ ଧର୍ମରେ ଝିଅମାନଙ୍କୁ ଦେବୀ ମାଙ୍କ ସ୍ୱରୂପ ବୋଲି ମାନାଯାଏ । ନବରାତ୍ରିରେ କନ୍ୟା ପୂଜନ ହେବା ସହ ୯ ଜଣ କନ୍ୟାଙ୍କୁ ଭୋଗ ମଧ୍ୟ ଲଗାଯାଏ । ଧାର୍ମିକ କଥା ଅନୁସାରେ ଏପରି କରିବା ଦ୍ଵାରା ଦେବୀ ମାଆ ଖୁବ ପ୍ରସନ୍ନ ହୁଅନ୍ତି । ଶାସ୍ତ୍ରରେ କନ୍ୟାଙ୍କୁ ପୂଜନୀୟ ବୋଲି କୁହାଯିବା ସହ ନାରୀ ଶରୀରରେ ସ୍ଵୟଂ ମା ଲକ୍ଷ୍ମୀ ବାସ କରନ୍ତି ବୋଲି ଉଲ୍ଲେଖ ଅଛି । ବିଶ୍ବାସ ଅନୁସାରେ ଝିଅମାନେ ଘରକୁ ସୁଖ ସମୃଦ୍ଧି ନେଇ ଆସନ୍ତି ।
ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ଝିଅଙ୍କ ଜନ୍ମ ସହ ତାଙ୍କ ଜନ୍ମ ମାସ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ନିଜ ବାପଘର ସହ ନିଜ ଶାଶୁଘରର ମଧ୍ୟ ସମୃଦ୍ଧିର କାରଣ ହୋଇଥାନ୍ତି ଏହି ଝିଅମାନେ । ତେବେ ଛଳନ୍ତୁ ଜାଣିବା ସେହି ମାସଗୁଡ଼ିକ କଣ ।
ଫେବୃୟାରୀ
ଫେବୃୟାରୀ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ସ୍ଵଭାବ ଖୁବ ବିନମ୍ର ହେବା ସହ ସେମାନେ ଖୁବ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ଭଲ ଶାଶୁଘର ମିଳିବା ସହ ଏମାନେ ଘରର ସୁଖ ସମୃଦ୍ଧିର କାରଣ ହୋଇଥାନ୍ତି । ଏମାନଙ୍କ ଗ୍ରହ ଚଳନ ପରିବାର ପ୍ରତି ଖୁବ ଲାଭଜନକ ହୋଇଥାଏ ।
ଏପ୍ରିଲ
ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ମଧ୍ୟ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ଶସ୍ତ୍ର ଅନୁସାରେ ଏହି ମାସ ବହୁତ ଶୁଭ ବୋଲି ମାନାଯାଏ । ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଗ୍ରହ ଚଳନ ଖୁବ ତେଜ ହୋଇଥାଏ, ଯାହାଦ୍ୱାରା ଏମାନଙ୍କ ସହ ପରିବାରର ମଧ୍ୟ ଉନ୍ନତି ହୋଇଥାଏ ।
ଜୁନ
ଜୁନ ମାସରେ ଜନ୍ମ ହୋଇଥିବା ଝିଅମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଅଙ୍କ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ସନ୍ତାନ ଶୁଭ ହୋଇ ନଥାନ୍ତି, କିନ୍ତୁ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏମାନେ ଖୁବ ପରିଶ୍ରମୀ ହେବା ସହ ନିଜ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ କିଛି ବି କରିଥାନ୍ତି ।
ସେପ୍ଟେମ୍ବର
ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ କୁଣ୍ଡଳୀରେ ଚନ୍ଦ୍ର, ବୁଧ ଓ ଶୁକ୍ର ତିନୋଟି ଗ୍ରହର ମିଳନ ହୋଇଥାଏ । ଏହି କାରଣରୁ ଏହି ମାସରେ ଜନ୍ମ ହୋଇଥିବା ମହିଳା ଖୁବ ଧନବାନ ହୋଇଥାନ୍ତି । ନିଜ ଭାଗ୍ୟ ଯୋଗୁଁ ସେମାନେ ସବୁକିଛି ହାସିଲ କରି ନିଅନ୍ତି ଓ ଏମାନଙ୍କୁ କେବେ ମଧ୍ୟ କୌଣସି ଜିନିଷର ଅଭାବ ହେଉ ନାହିଁ । ଏମାନଙ୍କ ବିବାହ ମଧ୍ୟ ଖୁବ ଧନୀ ଘରେ ହୋଇଥାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ