ଭାଇଜାନଙ୍କୁ ଅଟକାଇ ଥିବା ଓଡିଆ ଯବାନଙ୍କୁ ପୁରସ୍କୃତ କରି CISF କଲା ଖୁବ ପ୍ରଶଂସା, ଟ୍ବିଟ କରି ଲେଖିଲା କିଛି ଏମିତି…ଦେଖନ୍ତୁ Video

ମୁମ୍ବାଇ ବିମାନବନ୍ଦରରେ ଭାଇଜାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଆସିଥିଲେ ଓଡିଆ CISF ASI ଯବାନ ସୋମନାଥ ମହାନ୍ତି । ତେବେ ଖବର ପ୍ରସାରିତ ହୋଇଥିଲା ଯେ ମୁମ୍ବାଇ ବିମାନ ବନ୍ଦରରେ ସଲମାନ ଖାନଙ୍କୁ ଅଟକାଇବା ପରେ CISF ପକ୍ଷରୁ ସୋମନାଥଙ୍କ ମୋବାଇଲ ଜ-ବ-ତ କରାଯାଇ ଥିଲା । କିନ୍ତୁ ଏହି କଥାକୁ ଖଣ୍ଡନ କରିଛି CISF । ସୋମନାଥଙ୍କ ଫୋନ ଜବତ କରାଯାଇ ନାହିଁ ବରଂ ତାଙ୍କୁ ପେଷାଦାର ଆଚରଣ ପାଇଁ ସମ୍ମାନିତ ତଥା ପୁରସ୍କୃତ କରାଯାଇଛି ବୋଲି CISF ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଗାମୀ ଫିଲ୍ମ ‘ଟାଇଗର-୩’ ର ଶୁ-ଟି-ଙ୍ଗ ପାଇଁ ସହ ଅଭିନେତ୍ରୀ କ୍ଯାଟ୍ରିନାଙ୍କ ସହ ଋଷ ଯିବାର ଥିଲା ବଲିଉଡ ସୁପରଷ୍ଟାର ସଲମାନ ଖାନ । କିନ୍ତୁ ମୁମ୍ବାଇ ବିମାନବନ୍ଦରରେ ଜଣେ CISF ଯବାନ ତାଙ୍କୁ ଅଟକାଇବା ଖବର ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହୋଇଥିଲା । ସୂଚନା ଅନୁଯାୟୀ ପାସପୋର୍ଟ ଯାଞ୍ଚ ପାଇଁ ବିମାନବନ୍ଦର ଭିତରକୁ ପ୍ରବେଶ ବେଳେ ତାଙ୍କୁ ଅଟକାଇ ଥିଲେ ଓଡିଆ CISF ଯବାନ ସୋମନାଥ ମହାନ୍ତି ।

ଆଉ ଯାଞ୍ଚ ପରେ ତାଙ୍କୁ ଭିତରକୁ ଭିତରକୁ ଛାଡିଥିଲେ । ଆଉ ଏହି ସମୟରେ ସଲମାନ ଖାନ ମଧ୍ୟ ମାସ୍କ ଖୋଲି ଯବାନଙ୍କୁ ଯାଞ୍ଚରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ଏନେଇ ଗ-ଣ-ମା-ଧ୍ୟ-ମ-ରେ ବାର୍ତ୍ତାଳାପ କରିଥିବା ଯୋଗୁଁ CISF ଯବାନଙ୍କ ଫୋନ ଜ-ବ-ତ କରାଯାଇ ଥିବା ଖବର ବାହାରକୁ ଆସିଥିଲା । କିନ୍ତୁ CISF ଏହି ସୂଚନାକୁ ଖଣ୍ଡନ କରିଛି ।

ସୋମନାଥଙ୍କ ନିରପେକ୍ଷ ଏବଂ ପେଶାଦାର କାର୍ଯ୍ୟ ହେତୁ ତାଙ୍କୁ ପୁରସ୍କୃତ କରାଯାଇଛି । ଓଡିଶାର ନୟାଗଡ ଜିଲ୍ଲାର ଘଣ୍ଟସାହିର ବାସିନ୍ଦା ଅଟନ୍ତି ସୋମନାଥ ମହାନ୍ତି । ରାଜକିଶୋର ମହାନ୍ତିଙ୍କ ପୁଅ ସୋମନାଥ ମହାନ୍ତି ୨୦୧୮ରେ CISF ରେ ନିଯୁକ୍ତି ପାଇଥିଲେ । ଏହିପରି କାର୍ଯ୍ୟ କରି ଓଡିଆ ଯବାନ ଅନେକଙ୍କୁ ଆଦର୍ଶ ଦେଖାଇଛନ୍ତି ।

ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ଦେଶର ନିୟମ ସମସ୍ତଙ୍କ ପାଇଁ ସମାନ ଏବଂ ସମସ୍ତ ପ୍ରଶାସନିକ କର୍ମଚାରୀ ତାଙ୍କ ପରି ନିରପେକ୍ଷ ଏବଂ ପେଶାଦାର ଭାବେ କାର୍ଯ୍ୟ ତୁଲାଇବା ଉଚିତ ବୋଲି ସେ ନୀରବ ବାର୍ତ୍ତା ଦେଇଛନ୍ତି । ଆପଣଙ୍କୁ ସୋମନାଥଙ୍କ ଏପରି କାର୍ଯ୍ୟ କେତେ ଭଲ ଲାଗିଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।