ବିଦେଶରେ ଫସିଛନ୍ତି ଓଡିଆ ଶ୍ରମିକ, Video ରେ ଦେଖନ୍ତୁ ସଂପୂର୍ଣ୍ଣ ଘଟଣା ସେ କଣ କହୁଛନ୍ତି

ଆମ ରାଜ୍ୟରେ ରୋଜଗାର ଏକ ବଡ ସମସ୍ୟା ଅଟେ | ସଠିକ ରୋଜଗାର ବା ପାରିଶ୍ରମିକ ଅଭାବରୁ ଅନେକ ଲୋକ ନିଜ ଭିଟ୍ଟା ମାଟି ଛାଡି ଅନ୍ୟ ରାଜ୍ୟକୁ ଓ ବିଦେଶକୁ ମଧ୍ୟ କାର୍ଯ୍ୟ କରିବା ପାଇଁ ବାହାରି ଯାଆନ୍ତି | ପେଟ ପାଇଁ ମଣିଷକୁ ଯେଉଁ କାର୍ଯ୍ୟ ଉଚିତ ମନେ ହୁଏ ସେ ତାହା କରିବାକୁ କିଛି ନ ଭାବି ବାହାରି ପଡେ |

କିନ୍ତୁ ବାହାରକୁ ରୋଜଗାର କରିବାକୁ ଯାଇଥିବା କିଛି ଶ୍ରମିକ ମାନେ ଅନେକ ସମୟରେ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ମଧ୍ୟ ଭୋଗ କରିଥାନ୍ତି | ହାଡଭଙ୍ଗା ପରିଶ୍ରମ କରିବା ପରେ ଯାହା ପାରିଶ୍ରମିକ ମିଳେ ସେତିକି ନିଜ ଘରକୁ ପଠାଇ ନିଜେ ଚାଲିବ ମଧ୍ୟ କଷ୍ଟକର ହୋଇପଡେ | ଅନେକ ସ୍ଥାନରେ ଏହି ଶ୍ରମିକ ମାନଙ୍କୁ କୁକୁର ମାଙ୍କଡ ପରି ମଧ୍ୟ ବ୍ୟବହାର କରାଯାଏ |

ଏହିପରି ଆମ ଓଡିଶା ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଜଣେ ବ୍ୟକ୍ତି କାର୍ଯ୍ୟ କରିବାକୁ ଯାଇ ଫାଶୀ ଯାଇଛନ୍ତି ବିଦେଶରେ | ଏକେ ଭିଡିଓ ମାଧ୍ୟମରେ ସେ ନିଜ ସେ ସାହାଯ୍ୟ ଲୋଡିଛନ୍ତି ଓ ତାଙ୍କୁ ସେଠାରୁ ଉଦ୍ଧାର କରାଯାଉ ବୋଲି ସେ ଗୁହାରି କରିଛନ୍ତି | ଆମ ରାଜ୍ୟରେ ଉପଯୁକ୍ତ ରୋଜଗାର ନ ପାଇଁ ବ୍ୟକ୍ତି ଜଣକ ବାହାରି ପଡିଥିଲେ ସୁଦୂର ବିଦେଶ ଆବୁ ଦୁବାଇକୁ | ସେଠାରେ ୱାଟର ଶିଲ୍ଡ ନାମକ ଏକ କମ୍ପାନୀରେ ଶ୍ରମିକ ଭାବେ ଯୋଗ ଦେଇଥିଲେ |

ସେ ସେଠାରେ ପାଞ୍ଚ ମାସ ହେବ କାର୍ଯ୍ୟ କରି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ବେତନ ମିଳି ନାହିଁ | ସେ ଜଣେ ଜଣେ ହିନ୍ଦୁ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ କମ୍ପାନୀ ଏକ ମୁସଲିମ ବହୁଳ କମ୍ପାନୀ | ସେଠାରେ ତାଙ୍କୁ ଗୋରୁ ମାଂସ କହିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଏହି ଓଡିଆ ଶ୍ରମିକ | ସେଥିପାଇଁ ସେ ନିଜକୁ ତାଙ୍କ ରୁମରେ ବନ୍ଦ କରି ରଖିଛନ୍ତି ଓ ଖୁବ ଭୟରେ ମଧ୍ୟ ଅଛନ୍ତି | ଗୋଟିଏ ରୁମ ଭିତରେ ବନ୍ଦ ହୋଇ ଥିବାରୁ ତାଙ୍କୁ ଖାଇବାକୁ ମଧ୍ୟ ମିଳୁ ନାହିଁ |

ଭୋକ ଉପାସରେ ନିଜକୁ ତାଙ୍କ ରୁମରେ ବନ୍ଦ କରି ରଖିଛନ୍ତି | ତାଙ୍କ ବାପା ଚାଲି ଯିବାରୁ ଘରକୁ ଆସିବାକୁ ଛୁଟି ମାଗିଲେ ମଧ୍ୟ ତାଙ୍କ ମାଲିକ ତାଙ୍କୁ ଛୁଟି ଦେଇ ନ ଥିଲେ | ସେମାନେ ତାଙ୍କର ଭିସା, ପାସପୋର୍ଟ ଆଦି ରଖି ଦେଇ ଥିବାରୁ ସେ ନିଜ ଦେଶକୁ ମଧ୍ୟ ଆସି ପାରୁ ନାହାନ୍ତି | ଶେଷରେ ଉପାୟଶୂନ୍ୟ ହୋଇ ସୋସିଆଲ ମିଡିଆର ସାହାରା ନେଇଛନ୍ତି ଉକ୍ତ ଓଡିଆ ଶ୍ରମିକ |

ବହୁତ ଆକୁଳ ହୋଇ ସମସ୍ତଙ୍କୁ ନିବେଦାନ କରୁଛନ୍ତି କି ତାଙ୍କୁ ସେଠାରୁ ନିଜ ଦେଶ ଫେରାଇ ଆଣିବାକୁ କେହି ସାହାଯ୍ୟ କରୁ ବୋଲି | ସେ କହିଛନ୍ତି କି ସେ କାର୍ଯ୍ୟ କରିବାକୁ ମୁସଲିମ ଦେଶ ଆସି ସେଠାରେ ଫସି ଯାଇଛନ୍ତି | ଆପଣ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯେପରି ଏହି ଓଡିଆ ଶ୍ରମିକ ଭାଇ ଜଣକ ଆଉ ଥରେ ନିଜ ଭିଟ୍ଟା ମାଟିକୁ ଫେରି ଆସିବେ |  ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ | ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ |