ଦେଖନ୍ତୁ ଭିଡିଓ: ବିଦ୍ୟୁତ ଆଘାତ ଲାଗିଥିବା ଛୁଆକୁ ବଞ୍ଚାଇବା ପାଇଁ ମା ମାଙ୍କଡର ଆକୁଳ ନିବେଦନ, ଦେଖିଲେ ଆଖିରେ ଆସିଯିବ ଲୁହ

ମା ପରି କିଏ ହେବ । ସିଏ ମଣିଷ ହେଉ ବା ପଶୁ ମା ସମସ୍ତଙ୍କ ପାଇଁ ସମାନ । ଆଜିକାଲି ସତେ ଯେମିତି ମଣିଷ ଠାରୁ ମଧ୍ୟ ଅଧିକ ମଣିଷପଣିଆ ଦେଖିବାକୁ ମିଳୁଛି ପଶୁମାନଙ୍କ ଠାରେ । ମାଆ ର ଜୀବନ ତା ଛୁଆ ଠାରେ ହିଁ ଜଡିତ ଥାଏ । ଛୁଆ କଷ୍ଟ ପାଇଲେ ମା କଷ୍ଟ ପାଏ, ଛୁଆ ଆଖିରେ ଲୁହ ଦେଖିଲେ ମା ମଧ୍ୟ କାନ୍ଦି ପକାଏ ।

ଏହିପରି ଏକ ଅବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଏକ ମା ମାଙ୍କଡ ଠାରେ । ଉପରେ ଗଛ ଭିତର ଦେଇ ଯାଇଥିବା ବିଦ୍ୟୁତ ତାରକୁ ଦେଖି ପାରି ନ ଥିଲା କୁନି ମାଙ୍କଡ ଛୁଆ ଟି । ଖୁସିରେ ଗଛ ଡାଳରେ ଡେଇଁ ଡେଇଁ ଖେଳୁଥିବା ବେଳେ ଅଦୃଶ୍ୟ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ଖାଇ ତଳେ ପଡି ଯାଇଥିଲା ମାଙ୍କଡ ଛୁଆ । ତଳେ ପକ୍କା ରାସ୍ତା ଉପରେ ଅଧମରା ହୋଇ ପଡି ରହିଥିଲା ମାଙ୍କଡ ଛୁଆ ଟି ।

ଉପରେ ଯାଇଥିଲା ଶକ୍ତିଶାଳୀ ବିଦ୍ୟୁତ ତାର । ଆଉ ଛୁଆ ର ଚାରିପାଖେ ବ୍ୟସ୍ତ ହୋଇ ଏପଟ ସେପଟ ହେଉଥିଲା ମା ମାଙ୍କଡ । ମାଙ୍କଡ ଛୁଆଟି ଘୁଷୁଡି ଘୁଷୁଡି ଚେଷ୍ଟା କରୁଛି ରାସ୍ତା କଡକୁ ଚାଲି ଯିବାକୁ ଆଉ ମା ମାଙ୍କଡ ପାଗଳ ପରି ଏପଟରୁ ସେପଟକୁ ଦୌଡୁଛି । ରାସ୍ତାରେ ଜମା ହୋଇ ଯାଇଥିବା ଲୋକଙ୍କୁ ଖେଙ୍କାରୁଛି ତ କାହାକୁ ଗୋଡାଉଛି । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କୁ ମଧ୍ୟ କଷ୍ଟ ଲାଗିବ । ଏହି ଦୃଶ୍ୟ ଦେଖିଲେ ଛୁଆ ଟିଏ କଷ୍ଟ ପାଇଲେ ମା ର ମନ କେତେ କଷ୍ଟ ହୁଏ ତାହା ଅନୁମାନ କରି ପାରିବେ ଆପଣ ।

ଏହି ଦୃଶ୍ୟଟି ହେଉଛି ଭଦ୍ରକ ଜିଲ୍ଲାର ଭରତପୁର ଅଞ୍ଚଳର । ତଳେ ପଡିଥିବା ମାଙ୍କଡ ଛୁଆଟି ଉପରେ ଯାଇଥିବା ବିଦ୍ୟୁତ ତାର ଦ୍ଵାରା ଆଘାତ ପାଇ ତଳେ ପଡି ଯାଇଥିଲା । ଗଛ ଭିତର ଦେଇ ଯାଇଥିବା ବିଦ୍ୟୁତ ତାରକୁ ଛୁଆଟି ବା କେମିତି ଦେଖି ପାରିଥାନ୍ତା । ତଳେ ପଡି ମାଙ୍କଡ ଛୁଆ ଟି ଛଟପତ ହେଉଥିବା ବେଳେ ମା ମାଙ୍କଡତି ଛୁଆର କଷ୍ଟ ସହି ନ ପାରି ପାଗଳ ପ୍ରାୟ ହେଉଥାଏ ।

ମା ମାଙ୍କଡଟି ବେଳେ ବେଳେ ଯାଇ ଗେଲ କରି ଦେଉଥାଏ ତା ଛୁଆକୁ ଓ ପୁଣି ଯାଇ ଗୋଡାଉ ଥାଏ ସେଠାରେ ରୁଣ୍ଡ ହୋଇ ଏହି ଦୃଶ୍ୟ ଦେଖୁଥିବା ସେହି ଲୋକମାନଙ୍କୁ । ବୋଧ ହୁଏ ସେ ଭାବୁଥାଏ, ଏହି ମଣିଷ ମାନେ ହିଁ ତା ଛୁଆକୁ ଅଧମରା କରି ଦେଇଛନ୍ତି । ଆଉ କିଛି ସମୟ ପରେ ହୁଏତ ତାକୁ ପୁରା ମାରି ଦେବେ । ସେଥିପାଇଁ ସେ ମାଙ୍କଡ ମା ଟି ଏକାକୀ ସଂପୂର୍ଣ୍ଣ ସଡକ ଅବରୋଧ କରି ରଖି ଦେଇଥିଲା ।

ସେଠାରେ ଯିବା ଆସିବା ଲୋକଙ୍କୁ ଗୋଡାଉଥିଲା, ହୁଏତ ସେ ଆକଲୁ ହୋଇ ସେମାନଙ୍କୁ ନିବେଦନ କରୁଥିଲା କି, ‘କିଏ ଟିକେ ମୋ ଛୁଆକୁ ଡାକ୍ତରଖାନା ନେଇ ଯାଅରେ…ହୁଏତ ପିଲାଟି ବଞ୍ଚି ଯାଇ ପାରିବ ।’ କିନ୍ତୁ ଏହି ମଣିଷମାନେ କଣ ମାଙ୍କଡ ଟିର ଭାଷା ବୁଝୁଥିଲେ ? ଆଜିକାଲି ଦୁନିଆରେ ମଣିଷ ଟିଏ ମଣିଷକୁ ପଚାରୁ ନାହିଁ । ଆଉ ଏହି ପଶୁ କଥା ବା ପଚାରେ କିଏ ! ଆପଣଙ୍କୁ ଏହି ଦୃଶ୍ୟ ଦେଖି କିପରି ଅନୁଭବ ହେଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।