ବାପା ଅଟନ୍ତି ରୋଷେୟା, ପୁଅ ବନିଗଲେ IAS ଅଫିସର, ଯାହାଙ୍କ ସଫଳତାର କାହାଣୀ ଶୁଣିଲେ ଆପଣ ବି ଗର୍ବ ଅନୁଭବ କରିବେ

ଜ୍ଞାନ ଦେଖେନି ଧନୀ ଗରିବ । କଠିନ ପରିଶ୍ରମ କଲେ ନିହାତି ଭାବେ ଫଳ ପାଇବେ, ଏଥିରେ କୌଣସି ସନ୍ଦେହ ନାହିଁ । କାହିଁକି ନା ପରିଶ୍ରମର ଫଳ କେବେ ମଧ୍ୟ ବୃଥା ଯାଏ ନାହିଁ । ଆପଣ ଏପରି ଅନେକ ଥର ଶୁଣିଥିବେ କେଉଁଠି ରିକ୍ସାବାଲାଙ୍କ ପୁଅ ବଡ ଅଫିସର ହେଲେଣି ତ କେଉଁଠି ସର୍ବତ ବିକାଳିଙ୍କ ଝିଅ କଲେକ୍ଟର ହେଲେଣି ।

ଠିକ ସେହିପରି ଏବେ ଜଣେ ହଷ୍ଟେଲ ରୋଷେୟାଙ୍କ ପୁଅ ଆମ ରାଜ୍ୟ ପାଇଁ ଗୌରବ ଆଣିଛି । କଠିନ ପରିଶ୍ରମ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ । ଛୋଟ ମଫସଲ ଗାଁରୁ ଯାଇ ସର୍ବ ଭାରତୀୟ ପରିଖାୟାରେ ସଫଳତା ଅର୍ଜନ କରିବା ନିଶ୍ଚିତ ଭାବେ ଏକ ଗର୍ବ ଏବଂ ଗୌରବର ବିଷୟ । ଏଭଳି ପଙ୍କରୁ ପଦ୍ମ ଜାତ ହେଲା ପରି ପ୍ରତିଭା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅନ୍ତର୍ଗତ ତଳବେରଣା ଗାଁ ରେ ।

ଏହି ଗାଁ ର ଯୁବକ ପ୍ରଭାତ କୁମାର ଦାସ ନିଜ ଗାଁ ସହ ଆମ ରାଜ୍ୟ ଏବଂ ଦେଶର ନାମ ରଖିଛନ୍ତି । ବାପା ପ୍ରଫୁଲ୍ଲ ଦାସ ଏବଂ ମା ଝରଣା ଦାସଙ୍କ ସାନ ପୁଅ ହେଉଛନ୍ତି ପ୍ରଭାତ । ଅଭାବ ଅଣତଣ ମଧ୍ୟରେ ରହି ମଧ୍ୟ ପ୍ରଭାତ କେବେ ହାର ମାନି ନାହାନ୍ତି । 2006 ମସିହାରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରୁ ପାସ କରିବା ପରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ ପ୍ରଭାତ । ବିଜ୍ଞାନ ପାଠ ପଢିବାକୁ ଇଛା ଥିଲେ ମଧ୍ୟ ମାର୍କ ଯୋଗୁଁ ଏଥିରୁ ବଞ୍ଚିତ ରହିଥିଲେ ପ୍ରଭାତ ।

ପରେ 2011 ମସିହାରେ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଶେଷ ପରେ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ପରିସଂଖ୍ୟାନ ବିଭାଗରେ ପିଜି, ଏମଫିଲ ଓ ପିଏଚଡ଼ି କରି ଡକ୍ଟରେଟ ଅର୍ଜନ କରିଥିଲେ ପ୍ରଭାତ । ବାପା ପ୍ରଫୁଲଳ ତାଳଚେରର ଏକ ମେସରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଆର୍ଥିକ ରୋଜଗାରରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହୋଇ ନ ଥିଲା ।

ତେଣୁ ପ୍ରଭାତ ନିଜେ ପିଲାଙ୍କୁ ଟ୍ଯୁସନ କରି ଯେଉଁ ଦି ପଇସା ପାଉଥିଲେ ସେଥିରେ ନିଜ ପାଠପଢା ଖର୍ଚ୍ଚ ଉଠାଉଥିଲେ । କଲେଜ ଯାଇ ପାଠ ପଢିବା ସହ ସାଇକେଲ ଚଲେଇ ଯାଇ ଟ୍ୟୁସନ ମଧ୍ୟ କରୁଥିଲେ ପ୍ରଭାତ ଓ ରାତିରେ ଆସି ଅନେକ ସମୟ ପର୍ଯ୍ୟନ୍ତ ପାଠ ମଧ୍ୟ ପଢୁଥିଲେ । ସେ ଖୁବ ପରିଶ୍ରମ କରୁଥିଲେ ବୋଲି ତାଙ୍କ ପିତାମାତା କହିଛନ୍ତି । ଅଭାବ ଅନଟନ ମଧ୍ୟରେ ରହି ୨୦୧୯ ମସିହା ଡିସେମ୍ବର ମାସରୁ ଏବେ ପର୍ଯ୍ୟନ୍ତ ସେ ବୌଦ୍ଧ ପଞ୍ଚାୟତ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ।

ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ଅବସ୍ଥାରେ ପ୍ରଭାତ ISS ବା ଇଣ୍ଡିଆନ ଷ୍ଟାଟିଟିକାଲ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ଏହି ପରୀକ୍ଷାରେ ସେ ୫୦ତମ ସ୍ଥାନରେ ରହି ସମଗ୍ର ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛନ୍ତି ପ୍ରଭାତ । ଏଥିପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ଵିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଥିପାଇଁ ପରିବାର ଲୋକେ ଓ ଅଞ୍ଚଳବାସୀ ଖୁବ ଖୁସି ବ୍ୟକ୍ତ କରିଛନ୍ତି । ଆପଣଙ୍କୁ ପ୍ରଭାତଙ୍କ କାହାଣୀ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।