କୋଟିପତି ଅଟନ୍ତି Sweta Bacchan ଙ୍କ ସ୍ଵାମୀ, ତଥାପି ଶାଶୁଘରକୁ ନଯାଇ ବାପଘରେ ରୁହନ୍ତି ଶ୍ଵେତା, ଏହା ପଛରେ ରହିଛି ବହୁତ ବଡ କାରଣ

ଶତାବ୍ଦୀର ମହାନାୟକ ତଥା ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ସହ ତାଙ୍କ ପରିବାର ମଧ୍ୟ ମିଡିଆର ଚର୍ଚ୍ଚାରେ ରହି ଆସୁଛନ୍ତି । ଫିଲ୍ମ ଦୁନିଆ ସହ ବଚ୍ଚନ ପରିବାର ଖୁବ ଜଡିତ ଅଟନ୍ତି । ସ୍ତ୍ରୀ, ପୁଅ-ବୋହୂ ସମେତ ଅମିତାଭ ନିଜେ ମଧ୍ୟ ଫିଲ୍ମ ଦୁନିଆ ସହ ଜଡିତ ଅଟନ୍ତି ।

ସେଥିପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ବଚ୍ଚନ ପରିବାରରେ ଏପରି ଜଣେ ସଦସ୍ୟ ଅଛନ୍ତି ଯିଏ ଫିଲ୍ମ ଦୁନିଆ ସହ ବିଲକୁଲ ମଧ୍ୟ ଜଡିତ ନାହାନ୍ତି । ତଥାପି ସେ ପ୍ରାୟ ଚର୍ଚ୍ଚାରେ ରୁହନ୍ତି । ତେବେ ସେ ହେଉଛନ୍ତି ଅମିତାଭ ବଚ୍ଚନଙ୍କ ଝିଅ ଶ୍ଵେତା ବଚ୍ଚନ । ଆପଣଙ୍କୁ ଜଣାଇ ଦେଉଛୁ କି, ଝିଅ ଶ୍ଵେତା ଗତ କିଛି ବର୍ଷରୁ ନିଜ ମାତାପିତାଙ୍କ ପାଖେ ରହୁଛନ୍ତି । ସେଥିପାଇଁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଶ୍ଵେତା ସ୍ବାମୀଙ୍କ ଘର ଛାଡି ବାପଘରେ କାହିଁକି ରହୁଛନ୍ତି ? ଦୁହିଁଙ୍କ ମଧ୍ୟରେ ସବୁ ଠିକ ଅଛି ତ ?

ଶ୍ଵେତା ବଚ୍ଚନଙ୍କ ବିବାହ ବହୁତ କମ ବୟସରେ ୧୯୯୭ରେ ବିଜନେସମ୍ୟାନ ନିଖିଲ ନନ୍ଦାଙ୍କ ସହ ହୋଇ ଯାଇଥିଲା । ତେବେ ଶୀଘ୍ର ବିବାହ କରିବାର କାରଣ ଜୟା ବଚ୍ଚନଙ୍କ ତତ୍ପରତା ଓ ଶ୍ଵେତାଙ୍କ ବିବାହ ପୂର୍ବରୁ କୌଣସି ଭୁଲ ବୋଲି କୁହା ଯାଉଥିଲା । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଝିଅ ନବ୍ୟା ନବେଲି ନନ୍ଦା ଓ ପୁଅ ଅଗସ୍ତ୍ୟା ନନ୍ଦା । ବିବାହ ପରେ ଶ୍ଵେତା ଦୀର୍ଘ ସମୟ ଧରି ନିଜ ଶାଶୁଘରେ ରହିଥିଲେ ଓ ବହୁତ ଭଲ ବୋହୂ ମଧ୍ୟ ସାବ୍ୟସ୍ତ ହୋଇଥିଲେ । ଜଣେ ସଫଳ ହାଉସ ୱାଇଫ ହେବା ପରେ ଶ୍ଵେତା ନିଜ ପରିଚୟ ବନାଇଥିଲେ ।

ତେବେ ଶ୍ଵେତା କାହିଁକି ନିଜ ଶାଶୁଘର ଛାଡି ବାପଘରେ ଅଧିକ ସମୟ ରହୁଛନ୍ତି ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । କାରଣ ପ୍ରାୟ ସବୁ ପାର୍ଟି ବା ଫଙ୍କସନ ଗୁଡିକରେ ଶ୍ଵେତାଙ୍କୁ ତାଙ୍କ ବାପଘର ଲୋକଙ୍କ ସହ ଦେଖିବାକୁ ମିଳେ । ଏପରିକି ଶ୍ଵେତା ତାଙ୍କ ସ୍ବାମୀଙ୍କ ସହ ମଧ୍ୟ ପାର୍ଟିରେ ନଜର ଆସନ୍ତିନି, ସେଥିପାଇଁ ସବୁବେଳେ ଏହାକୁ ନେଇ ପ୍ରଶ୍ନ ଉଠେ କି ତାଙ୍କର ତାଙ୍କ ସ୍ବାମୀଙ୍କ ମଧ୍ୟରେ କିଛି ସମ୍ପର୍କ ଭଲ ନାହିଁ ବୋଲି । ଏହା ମଧ୍ୟ କୁହାଯାଏ କି ଶ୍ଵେତା ତାଙ୍କ ବାପଘରେ ରହୁଛନ୍ତି କାରଣ ତାଙ୍କର ସ୍ବାମୀଙ୍କ ସହ ଓ ତାଙ୍କ ପରିବାର ସହ ପଡୁ ନାହିଁ ।

ହେଲେ ଏମାନେ କେବେ ମଧ୍ୟ ଛାଡପତ୍ର ନେଇ ନାହାନ୍ତି କାରଣ ଏହା ଦ୍ଵାରା ଅମିତାଭ ବଚ୍ଚନଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପଡିବ । କିନ୍ତୁ ସତ କଥା ହେଉଛି ଶ୍ଵେତା ତାଙ୍କ ସ୍ବାମୀଙ୍କ ଘରୁ ଦୂରରେ ରହୁଥିଲେ ମଧ୍ୟ ତାଙ୍କର ସ୍ଵାମୀ ନିଖିଲଙ୍କ ସହ କୌଣସି ମତଭେଦ ନାହିଁ । ଶ୍ଵେତା ବଚ୍ଚନ ନନ୍ଦା ଓ ନିଖିଲ ନନ୍ଦାଙ୍କ ପ୍ରଫେସନ ଭିନ୍ନ ଭିନ୍ନ ଅଟେ ଓ ଦୁହେଁ ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ସେଥିପାଇଁ ସେମାନଙ୍କୁ ଏକାଠି ଦେଖିବାକୁ ମିଳେ ନାହିଁ । ଶ୍ଵେତାଙ୍କ ସ୍ଵାମୀ ନିଖିଲ ଏସ୍କର୍ଟ ଗୃପର ଚିଫ ଅପରେଟିଂ ଅଫିସର ଅଟନ୍ତି ଓ ନିଜ ବିଜନେସ ପୁରା ସମ୍ଭାଳନ୍ତି ।

୨୦୧୮ରେ ତାଙ୍କ କମ୍ପାନୀକୁ ଦ୍ଵିଗୁଣ ଲାଭ ହୋଇଥିଲା । ସ୍ଵାମୀ କୋଟି କୋଟି ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ ଶ୍ଵେତା ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରନ୍ତି ନାହିଁ । ବିବାହର ପ୍ରାୟ ୧୦ ବର୍ଷ ପରେ ଶ୍ଵେତା ନିଜ କ୍ଯାରିଅର ଆରମ୍ଭ କରିଥିଲେ । ଶ୍ଵେତା ସିଏନଏନ ଆଇବିଏମ ର ଜଣେ ସିଟିଜେନ ଜର୍ନାଲିଷ୍ଟ ଅଟନ୍ତି । ଶ୍ଵେତା ଜଣେ ଲେଖକ ଓ ଫ୍ୟାସନ ଡିଜାଇନର ଅଟନ୍ତି ।ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।