ଡାଇବେଟିସ ରୋଗୀ କରୋନା ରୁ କେମିତି ବଞ୍ଚିବେ ? Dr Pradeep Kumar Panigrahi

ଆମ ଦେଶ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ସବୁଠୁ ବେଶୀ ବଢୁଥିବାରୁ ଦେଖା ଯାଉଛି । ଅନିୟମିତ ଜୀବନ ଶୈଳୀ ଏହାର କାରଣ ବୋଲି କୁହା ଯାଉଛି ।

ଶାରୀରିକ ପରିଶ୍ରମ ନ କରିବା, ବ୍ୟାୟାମ ନ କରିବା, ତେଲ ଜାତୀୟ ଜିନିଷ ଅତ୍ୟଧିକ ଭୋଜନ କରିବା ଅର୍ଥାତ୍ ନିଜ ଶରୀର ପ୍ରତି ସଜାଗ ନ ହେବା ଏହାର କାରଣ । ଡାଇବେଟିସ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଦିଏ । ତେବେ ଆସନ୍ତୁ ଜାଣିବା ଡାଇବେଟିସ ଥିଲେ କରୋନା ପ୍ରତି କିପରି ସଜାଗ ରହିବେ । ଆପଣ ଯଦି ପ୍ରଥମରୁ ଏହି ରୋଗ ପ୍ରତି ସଜାଗ ହେବେ ତେବେ ଏହାକୁ ନିୟନ୍ତ୍ରଣରେ ରଖି ପାରିବେ ।

ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଯଥା – ମିଠା ଜାତୀୟ ଖାଦ୍ୟ, ଭାତ, ଆଳୁ, ଆମିଷ ଆଦି ଖାଇବା କମ୍ କରିବେ, ପ୍ରଚୁର ପାଣି ପିଅନ୍ତୁ, ସକାଳେ ଓ ସନ୍ଧ୍ୟାରେ ନିୟମିତ ପ୍ରାଣାୟମ ବ୍ୟାୟାମ ଆଦି କରିବେ, ତେବେ ଆପଣଙ୍କ ଶରୀରକୁ ସୁସ୍ଥ ରଖି ପାରିବେ ।

ବାରମ୍ବାର ପରିସ୍ରା ଲାଗିବା, ଅତ୍ୟଧିକ ଭୋକ ହେବା, ଦେହ ହାତ ଓ ତଳିପାଦ ଝିମଝିମ୍ ହେବା, ହଠାତ୍ ଓଜନ ହ୍ରାସ ହେବା, ଅତ୍ୟଧିକ ଥକା ଲାଗିବା ଆଦି ଲକ୍ଷଣ ଦେଖା ଯାଉଥିଲେ ପ୍ରଥମେ ରକ୍ତ ଓ ମୂତ୍ର ପରୀକ୍ଷା କରନ୍ତୁ ଓ ଡାଇବେଟିସ ଥିଲେ ଏଥିପ୍ରତି ଆରମ୍ଭରୁ ସଜାଗ ରୁହନ୍ତୁ । ଡାଇବେଟିସ ଥିଲେ ଆପଣ ଖାଦ୍ୟରେ ଜାମୁକୋଳି, ଲେମ୍ବୁ, ଅଅଁଳା, ଟମାଟୋ, ଅମୃତଭଣ୍ଡା, କଞ୍ଚା ପିଜୁଳି, କମଳା ଓ ନାସପାତି ଆଦି ସାମିଲ କରି ପାରିବେ ।

ମାତ୍ର ସେଓ, ଅଙ୍ଗୁରୁ, କଦଳୀ ଆଦି ଶର୍କରା ଜାତୀୟ ଫଳ ବାରଣ କରନ୍ତୁ । ମଦ, ସିଗାରେଟ, ଗୁଟଖା ଆଦି ଖାଆନ୍ତୁ ନାହିଁ ଓ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ନିଦ୍ରା ଯାଆନ୍ତୁ । ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ । ବର୍ତ୍ତମାନ ସମୟରେ କରୋନା ବ୍ୟାପୁଥିବାରୁ ଡାଇବେଟିସ ଓ ରକ୍ତଚାପ ରୋଗୀ, ହାର୍ଟ ରୋଗୀ, କେମୋ ନେଉଥିବା ରୋଗୀ ଆଦିଙ୍କୁ ଅଧିକ ସତର୍କ ରହିବାକୁ କୁହା ଯାଉଛି । କାରଣ ଏମାନେ ଖାଉଥିବା ଔଷଧ ଗୁଡ଼ିକ ଯୋଗୁଁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ପ୍ରାୟତଃ କମ୍ ଥାଏ ।

ତେଣୁ କରୋନା ଏମାନଙ୍କୁ ଶୀଘ୍ର ଆକ୍ରାନ୍ତ କରି ଦେଉଛି । ଏଥିରୁ ବଞ୍ଚିବା ପାଇଁ ଉଷୁମ ଲୁଣ ପାଣି କୁଳି କରନ୍ତୁ, ଉଷୁମ ପାଣିରେ ଲୁଣ ପକାଇ ପୁଅନ୍ତୁ, ଭିଟାମିନ- ସି ଜାତୀୟ ଖାଦ୍ୟ ଖାଆନ୍ତୁ, ଫାଇବର ଜାତୀୟ ଖାଦ୍ୟ ଖାଆନ୍ତୁ, ଚିକେନ ମଟନ୍ ଆଦି ବାରଣ କରନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ । କରୋନା ବିଶେଷ କରି ଆମ ଶ୍ୱାସନଳୀକୁ ପ୍ରଭାବିତ କରୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ ।

ଅଯଥା ବାହାରକୁ ଯାଆନ୍ତୁ ନାହିଁ, ସାନିଟାଇଜର୍ ବ୍ୟବହାର କରନ୍ତୁ, ମାସ୍କ ପିନ୍ଧନ୍ତୁ ଓ ଉଚିତ୍ ନିଦ୍ରା ଯିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟରେ ମାନସିକ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । ଅଯଥା ଚିନ୍ତା ଓ ଭୟ କରନ୍ତୁ ନାହିଁ । ସବୁ ସାବଧାନତା ଅବଲମ୍ବନ କରି ଖୁସି ରୁହନ୍ତୁ । ଏହି ସବୁ ସଠିକ୍ ସତର୍କତା ଅବଲମ୍ବନ କଲେ ଆପଣ ନିଶ୍ଚୟ କରୋନାରୁ ବଞ୍ଚି ରହି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ