Sonu Sood ଙ୍କ ପରେ କରୋନା ଆକ୍ରାନ୍ତଙ୍କ ଭଗବାନ ସାଜି ସାମ୍ନାକୁ ଆସିଲେ Gurmeet Choudhary, କରିଲେ ଏମିତି କାମ କି ଆପଣ ବି କରିବେ ସଲାମ !

ବଲୀଉଡ ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ କେଉଁଠାରେ ଚାରିଟି କରିବାର କିଛି ଖବର ମିଳିନଥାଏ । କିଛି ଅଭିନେତା ଅଭିନେତ୍ରୀ କେବଳ ନିଜ ମଜା ମସ୍ତି ଉପରେ କୋଟି କୋଟି ଟଙ୍କା ଖର୍ଚ କରିଥାନ୍ତି କିନ୍ତୁ ସାମାନ୍ୟ ଲୋକଙ୍କ ପାଇଁ କିଛି କରି ନ ଥାନ୍ତି । ତେବେ କିଛି ଅଭିନେତା ଅଭିନେତ୍ରୀ ଏମିତି ଅଛନ୍ତି ଯିଏ ଗରିବ ଔ ଦୁଃଖୀ ଲୋକଙ୍କୁ ଦେଖିଲେ ଦୁଃଖ କରନ୍ତି ଆଉ ତାଙ୍କୁ ନିଜ କ୍ଷମତା ଅନୁଯାଇ ସାହାଜ୍ଯ ମଧ୍ୟ କରନ୍ତି । ତେବେ କରୋନା ର ଏହି ଭୟଙ୍କର ପରିସ୍ଥିତିରେ ଏମିତି କିଛି ଅଭିନେତା ଅଛନ୍ତି ଯିଏ କେବଳ ପର୍ଦାରେ ନୁହ ସତରେ ମଧ୍ୟ ସାମାନ୍ୟ ଲୋକଙ୍କ ପାଇଁ ହିରୋ ଭଳି କାମ କରୁଛନ୍ତି ।

ତେବେ ଆସନ୍ତୁ ଏମିତି କଣ ଘଟି ଯାଇଛି ଯାହା ପାଇଁ ଅଭିନେତା ସତରେ ଲୋକଙ୍କ ପାଇଁ ହିରୋ ପାଲଟି ଯାଇଛନ୍ତି । ଆପଣ ମାନେ ବଲୀଉଡ ଅଭିନେତା ଗୁରମିତଙ୍କୁ ଜାଣିଥିବେ, ଗୁରମିତ ବହୁତ ସିରିଏଲ ଆଉ ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ କାମ କରିଛନ୍ତି ଲୋକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଥାଏ । ତେବେ ଗୁରମିତ ଯେତେ ନିଜ ଅଭିନୟକୁ ଭଲ ପାଇଥାନ୍ତି ତା ଠାରୁ ଅଧିକ ନିଜ ପରିବାର ଲୋକଙ୍କୁ ଭଲ ପାଇଥାନ୍ତି ।

ତେବେ କଣ ଆପଣ ଜାଣିଛନ୍ତି ସେ ରାମାୟଣରେ ରାମଙ୍କ ଅଭିନୟ କରିଥିଲେ କିନ୍ତୁ ବର୍ତମାନ ତାଙ୍କ କାମ ଲୋକଙ୍କ ମନରେ ତାଙ୍କ ଛବି ରାମ ଭଳି କରି ଦେଇଛି ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଗୁରମିତ ଏମିତି କଣ କରିଛନ୍ତି ଯାହା ପାଇଁ ସେ ସମସ୍ତଙ୍କ ନଜରରେ ଭଗବାନଙ୍କ ଦୁତ ପାଲଟି ଯାଇଛନ୍ତି ।

ଗୁରମିତ ବହୁତ ଭଲ ଅଭିନେତା ଅଟନ୍ତି ଆଉ ତାଙ୍କ ସ୍ଵଭାବ ନର୍ମଲ ଲୋକଙ୍କ ପ୍ରତି ମଧ୍ୟ ବହୁତ ଭଲ ରହିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଗୁରମିତ ଗତ କିଛି ମାସ ତଳେ ନିଜ ଇଂଷ୍ଟାଗ୍ରାମରେ ଏହା କହିଥିଲେ ଯେ ସେ ବହୁତ ଶୀଘ୍ର ଗୋଟେ କରୋନା ହସ୍ପିଟଲ ଖୋଲିବାକୁ ଯାଉଛନ୍ତି ଆଉ ବର୍ତମାନ ଖବର ଆସିଛି ଯେ ଗୁରମିତ ନିଜ କିଛି ସାଙ୍ଗ ମାନଙ୍କ ସହ ମିଶି କରୋନା ସଂକ୍ରମିତ ରୋଗୀ ମାନଙ୍କ ପାଇଁ ଗୋଟେ ହସ୍ପିଟଲ ନିର୍ମାଣ କରିଛନ୍ତି ଯାହା ନା ରଖା ହୋଇଛି ” ଆସ୍ଥା ହସ୍ପିଟଲ” ଏହା ମୁମ୍ବାଇ ର ନାଗପୁର ସ୍ଥାନରେ ଖୋଲା ହୋଇଛି ।

ଖବର ଅନୁଯାଇ ଏହା କୁହା ଯାଉଛି ଯେ ଏହି ହସ୍ପିଟଲ ୧୦୦ ରୋଗୀଙ୍କ ପାଇଁ ଅଛି, ତେବେ କରୋନା ସଂକ୍ରମଣ ଏମିତିକା ଖରାପ ପରିସ୍ଥିତି ସମୟରେ ଯେତେବେଳେ ଆକ୍ସିଜନ ମିଳିବା ଏତେ କଷ୍ଟକର ହୋଇଛି ସେତେବେଳେ ଏହି ଅଭିନେତା ନିଜ ସାଙ୍ଗ ମାନଙ୍କ ସହ ମିଶି ଲୋକଙ୍କ ଜୀବନ ରକ୍ଷା ପାଇଁ ବହୁତ ପରିଶ୍ରମ କରୁଛନ୍ତି । ସୋନୁ ସୂଦ ପରେ ଗୁରମିତ ଲୋକଙ୍କ ପାଇଁ ଭଗବାନ ଦୁତ ହୋଇ ଆସିଛନ୍ତି ।