ବାଛନ୍ତୁ ନିଜ ପସନ୍ଦର ଗୋଟିଏ କ୍ରିଷ୍ଟାଲ ଓ ଜାଣନ୍ତୁ କଣ କହୁଛି ଏହା ଆପଣଙ୍କ ବିଷୟରେ- Personality Test

ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ମାତ୍ର ଏକ ସର୍ବୋଚ୍ଚ ଶକ୍ତି ସର୍ବଦା ଆପଣଙ୍କ ସହ ରୁହନ୍ତୁ ଓ ଆପଣଙ୍କୁ ସଙ୍କଟରୁ ରକ୍ଷା କରନ୍ତି । ଏହା ସହ ଆଗାମୀ ସଙ୍କଟ ଓ ପରୀକ୍ଷା ବିଷୟରେ ମଧ୍ୟ ଆମକୁ ପୂର୍ବରୁ ଚେତାବନୀ ଦେବାକୁ ଚେଷ୍ଟା କରନ୍ତି । ଆମକୁ କେବଳ ସେହି ସଙ୍କେତ କୁ ଭଲ ଭାବେ ବୁଝିବାର ଆବଶ୍ୟକତା ରହିଛି । ଆଜି ଏପରି ଗୋଟିଏ ଖେଳ ଆମେ ଖେଳିବା । ଦିଆ ଯାଇଥିବା ୩ଟି ସ୍ଫଟିକ ମଧ୍ୟରୁ ଗୋଟିଏ ବାଛିବା ଓ ଜାଣିବାକୁ ପାଇବା ସର୍ବୋଚ୍ଚ ଶକ୍ତି ଆମକୁ କଣ ସଙ୍କେତ ଦେବାକୁ ଚାହାଁନ୍ତି ।

ପ୍ରଥମ ସ୍ଫଟିକ

ଯଦି ଆପଣ ପ୍ରଥମ ସ୍ଵର୍ଣ୍ଣ ସ୍ଫଟିକ ବାଛିଛନ୍ତି ତେବେ ସର୍ବୋଚ୍ଚ ଶକ୍ତି ଆପଣଙ୍କୁ କିଛି ନୂଆ କରିବା ପାଇଁ ସଙ୍କେତ ଦେଉଛନ୍ତି । ଆପଣ ଆଜି ଯେଉଁ ବୀଜ ବୁଣିବେ ତାର ସୁଖଦ ଫଳ ଆପଣ ଭବିଷ୍ୟତରେ ନିଶ୍ଚୟ ପ୍ରାପ୍ତ କରିବେ ।

ଏହି ବୀଜକୁ ବଢିବା ପାଇଁ ସମୟ ଓ ଯୋଜନା ଉଭୟ ଲାଗିବ । ସେଥିପାଇଁ ବର୍ତ୍ତମାନ ଠାରୁ ଏହି ବିଷୟରେ ଗମ୍ଭୀରତା ସହ ବିଚାର କରିବା ଆରମ୍ଭ କରି ଦିଅନ୍ତୁ । ସମ୍ଭବପର କୌଣସି ବଡ଼ ଅବସର ଆପଣଙ୍କ ହାତରେ ଲାଗିବାକୁ ଯାଉଛି ।

ଦ୍ଵିତୀୟ ସ୍ଫଟିକ

ଯଦି ଆପଣ ଦ୍ଵିତୀୟ ସ୍ଫଟିକ ଟି ବାଛିଛନ୍ତି ତେବେ ଆପଣଙ୍କୁ ଯେଉଁ ଜିନିଷ ବା ବସ୍ତୁ ନୀଚ ଆଡ଼କୁ ଟାଣୁଛି ଓ ଆଗକୁ ବଢ଼ିବାରେ ଆପଣଙ୍କୁ ବାଧା ଦେଉଛି ତାହା ତ୍ୟାଗ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଶକ୍ତି ସଙ୍କେତ କରୁଅଛନ୍ତି । ଆମ ସମସ୍ତଙ୍କ ମଧ୍ୟରେ କିଛି ନା କିଛି ମନ୍ଦତା ରହିଛି । କିଏ ଧୁମ୍ରପାନ କରେ ତ କିଏ ନିଶାସକ୍ତ ହୋଇ ରହିବାକୁ ଭଲ ପାଏ ।

ସମସ୍ତଙ୍କୁ କିଛି ନା କିଛି ମନ୍ଦ ବିଷୟର ଆସକ୍ତି ରହିଥାଏ । ଯାହା ଆପଣଙ୍କୁ ତ୍ୟାଗ କରିବା ଆବଶ୍ୟକ ଅଟେ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଜୀବନରେ କିଛି ନକରାତ୍ମକ ଲୋକ ଅଛନ୍ତି ତେବେ ବର୍ତ୍ତମାନ ହିଁ ସମୟ ସେପରି ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ତୃତୀୟ ସ୍ଫଟିକ

ତୃତୀୟ ସ୍ଫଟିକ ବାଛିଥିବା ଲୋକଙ୍କ ପାଇଁ ଏହି ସମୟ ଟିକେ ଜଟିଳ ହୋଇଥାଇ ପାରେ । କାରଣ ବର୍ତ୍ତମାନ ସେମାନଙ୍କୁ ନିଜ ଜୀବନରେ ନୂଆ କର୍ତ୍ତବ୍ୟ ଉଠାଇବା ଆରମ୍ଭ କରିବାକୁ ହେବ । ଆପଣଙ୍କୁ ନିଜ ଆରାମ ବା ସୁବିଧା ବଳୟରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି । ନୂତନ ଆରମ୍ଭର ଅର୍ଥ ଏହା ନୁହେଁ କି ଆପଣଙ୍କୁ ନିଜ ପୁରୁଣା ଜୀବନକୁ ସମ୍ପୂର୍ଣ୍ଣ ଛାଡ଼ିବାକୁ ହେବ । ମାତ୍ର ଏହାର ଅର୍ଥ ହେଉଛି ଏବେ ଆପଣ ଜୀବନର ଏକ ନୂଆ ରୂପ ସହ ପରିଚିତ ହେବେ ।

ଆପଣଙ୍କୁ ଏହା ବୁଝି ଏହାକୁ ସମ୍ପୂର୍ଣ୍ଣ ଭାବେ ଆଦରି ନେବାକୁ ସାମାନ୍ୟ ସମୟ ଲାଗିବ । କିନ୍ତୁ ଆପଣ ନିଜ ପରିଶ୍ରମ ଓ ସମର୍ପଣ ଦ୍ଵାରା ଏହି ମାମଲାରେ ସଫଳ ହୋଇ ପାରିବେ । ଆପଣଙ୍କୁ ଅଟକିବାର ଆବଶ୍ୟକତା ନାହିଁ । ଯେକୌଣସି ପରିସ୍ଥିତିରେ ଆଗେଇ ଯିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ  ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ