Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ପୂଜା କର କି ନ କର, ଜୀବନରେ ଏହି 4 ଟି ଅଭ୍ଯାସ ନିଶ୍ଚୟ ରଖ, ଦରିଦ୍ରତା ପାଖ ବି ମାଡିବନି

ମଣିଷ ଜୀବନରେ କିଛି ଭଲ ବା ଖରାପ ପ୍ରକୃତି ପାଇଁ ନିଜର କର୍ମ ଫଳ ପାଇଥାଏ । ପ୍ରକୃତି ଦ୍ଵାରା ଆଚରଣ, ବ୍ୟବହାର, ବ୍ୟକ୍ତିତ୍ବ, ଚଳଣି, ଖାଦ୍ୟପାନ ଉପରେ ପ୍ରଭାବ ପଡିବା ସହ ଆମ ଭାଗ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ । ଯଦି ମଣିଷର ପ୍ରକୃତି ଭଲ ହୋଇଥାଏ ତେବେ ତା ଜୀବନରେ ସକାରାତ୍ମକ ପ୍ରଭାବ ପଡେ । କିନ୍ତୁ ଯଦି ଏହାର ବିପରୀତ ହୋଇଥାଏ ତେବେ ଖରାପ ପ୍ରଭାବ ପଡିଥାଏ ।

ଆମେ ଭଗବାନଙ୍କ କୃପା ପାଇବା ପାଇଁ ଅନେକ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସଫଳ ହେଉ ନ ଥାଉ । ମଣିଷ ନିଜ ପ୍ରକୃତି ବଳରେ ଭଗବାନଙ୍କର ଆଶୀର୍ବାଦ ପାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କ କହିବା ଅନୁସାରେ କେଉଁ ୪ଟି ପ୍ରକୃତି ଯୋଗୁ ମଣିଷ କିଭଳି ସୁଖ ଭୋଗ କରିଥାଏ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

୧- ପ୍ରତେକ ମଣିଷକୁ ସକାଳୁ ଉଠିବା ପରେ ଆରାଧ୍ୟ ଦେବତାଙ୍କୁ ସ୍ମରଣ କରିବା ଉଚିତ । ପରିବାରରେ ଶାନ୍ତି ବଜାୟ ରହିବା ପାଇଁ ଆମ କୁଳ ଦେବତାଙ୍କ ଆଶୀର୍ବାଦ ରହିବା ନିହାତି ଜରୁରୀ ହୋଇଥାଏ । ଯଦି ପୂଜା କରିବାକୁ ସମୟ ନ ଥାଏ ତେବେ କୌଣସି ଦିନ ନିଜ କୁଳ ଦେବତାଙ୍କର ଆରାଧନା କରିବା ସହ ପୂଜାପାଠ କରିବା ଉଚିତ । ଘରେ ପୂଜା ସ୍ଥାନରେ ବା ତୁଳସୀ ଗଛ ତଳେ ପ୍ରତିଦିନ ଗୋଟିଏ ଦୀପ ଲଗାଇବା ଉଚିତ । ଏହା କରିବା ଫଳରେ ଘରେ ସୁଖ ଶାନ୍ତିର ଆଗମନ ହୋଇଥାଏ ।

୨- ପ୍ରତେକ ନାରୀକୁ ସକାଳୁ ସ୍ନାନ କରି ରୋଷେଇ ଘରକୁ ଯାଇ ଖାଇବା ପ୍ରସ୍ତୁତ କରିବା ସମୟରେ ଚୁଲି ଲଗେଇବା ବେଳେ ପ୍ରଥମେ ନମସ୍କାର କରିବା ଉଚିତ । କାରଣ ଏହା କେବଳ ଅଗ୍ନି ଦେବତାଙ୍କୁ ନୁହେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କୁ ପ୍ରଣାମ କରିବା ସହ ସମାନ ହୋଇଥାଏ । କେବେ ବି ଭୁଲରେ ଅର୍ଣ୍ଣକୁ ଅପମାନ କରିବା ଉଚିତ ନୁହେ ।

୩- କେବେ ବି ଅନ୍ୟକୁ କଷ୍ଟ ହେବା ଭଳି କୌଣସି କଟୁ ବଚନ କହିବା ଉଚିତ ନୁହେ । କୌଣସି କାରଣରୁ କାହାକୁ ଅପମାନ ଦେବା ଉଚିତ ନୁହେ । ଘରର ଗୁରୁଜନ ମାନଙ୍କୁ କାଟୁ ବଚନ କହିବା ଅନୁଚିତ ଅଟେ । ଘରର ମହିଳା ମାନଙ୍କୁ ସମାନ ଦେବା ଉଚିତ । ଘରକୁ ଆସିଥିବା ଦୁଖୀ ବ୍ଯକ୍ତିର ସାହାଜ୍ଯ କରିବା ସହ ପଶୁମାନଙ୍କୁ ହତାଦାର କରିବା ଉଚିତ ନୁହେ ।

୪- ଘରୁ ବାହାରିବା ସମୟରେ ଭଗବାନଙ୍କ ନାମ ନେଇ ବାହାରିଲେ ଶୁଭ ହୋଇଥାଏ । ଏହାଛଡା ଚାଲିବା ସମୟରେ କୌଣସି ଛୋଟ କୀଟପତଙ୍ଗ ଉପରେ ଯେପରି ପାଦ ନ ପଡେ ଓ ସେହି ପ୍ରାଣୀର ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ଏହି ସବୁ ନିୟମକୁ ଆମ ଜୀବନରେ ପାଳନ କରିଲେ ଭଗବାନଙ୍କର ଆଶୀର୍ବାଦ ମିଳିବା ସହ ଘରେ ହସ ଖୁସିର ମାହୋଲ ରହିଥାଏ । ଏହି ଭଳି ସ୍ଵଭାବ ଥିବା ମନୁଷ୍ୟ ଭଗବାନଙ୍କର ଅତି ପ୍ରିୟ ହୋଇଥାନ୍ତି । ଏହି ଭଳି ସ୍ଵଭାବ ଥିବା ମଣିଷ ଜୀବନରେ ଉନ୍ନତି କରିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।