ଆଉ କେବେ ବି ଏକା ସହିତ ଫିଲ୍ମ କରିବେ ନାହିଁ Bollywood ର ଏହି ସବୁ ଷ୍ଟାର, କାରଣ ଅଟେ ବହୁତ ଖାସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏଭଳି କିଛି ଯୋଡ଼ି ଅଛନ୍ତି ଯାହାଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି ଏବଂ ଭଲ ପାଇବା ଦେଇଥାନ୍ତି । ଅନେକ ଫିଲ୍ମ ରେ ସେହି ଯୋଡ଼ି କୁ ବାରମ୍ବାର ଏକାଠି ମଧ୍ୟ ଦେଖିବାକୁ ଚାହିଁଥାନ୍ତି । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ପରସ୍ପର ସହିତ କାମ କରିବାକୁ ଚାହୁଁ ନାହାନ୍ତି । ତେବେ ଏହାର ପଛରେ କଣ କାରଣ ରହିଛି ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଵିସ୍ତା ରୂପରେ ଜାଣିବା ।

୧. ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଅକ୍ଷୟ କୁମାର ଙ୍କୁ ବିବାହ ପରେ ମଧ୍ୟ ଅନେକ ଅଭିନେତ୍ରୀ ପସନ୍ଦ କରନ୍ତି ଏବଂ ତାଙ୍କ ପାଇଁ ପାଗଳ ମଧ୍ୟ ଥାଆନ୍ତି । ଅଭିନେତା ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରା ଯେତେବେଳେ ପରସ୍ପର ଙ୍କ ସହିତ କାମ କରିଥିଲେ ସେତେବେଳେ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଘନିଷ୍ଠ ହୋଇଯାଇଥିଲା ଏବଂ ଅକ୍ଷୟ ପ୍ରିୟଙ୍କା ଙ୍କୁ ଭଲ ପାଇ ବସିଥିଲେ । ଯେବେ ଏହି ଯୋଡ଼ି ଙ୍କ ଅଫେୟାର ସମ୍ବନ୍ଧରେ ଟ୍ଵିଙ୍କଲ ଖାନ୍ନା ଜାଣିବାକୁ ପାଇଥିଲେ ସେ ଉଭୟ ଙ୍କୁ ଫିଲ୍ମ ରେ ଅଭିନୟ କରିବାକୁ ମନା କରି ଦେଇଥିଲେ ।

୨. ସଲମାନ ଖାଁ ଓ ଐଶ୍ୱରୟା ରାଏ- ବନ୍ଧୁଗଣ ସଲମାନ ଖାଁ ଏବଂ ଐଶ୍ୱରୟା ରାଏ ଙ୍କ ଯୋଡ଼ି ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ । ଏହି ଯୋଡ଼ି କୁ ୧୯୯୯ ମସିହାରେ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ହେ ସନମ’ ରେ ଏକାଠି ଦେଖିବାକୁ ମିଳିଥିଲା । ଏହି ଯୋଡ଼ି ପରସ୍ପର କୁ ଭଲ ମଧ୍ୟ ପାଉଥିଲେ । କିନ୍ତୁ ପରେ ୨୦୦୨ ରେ କୌଣସି କାରଣରୁ ଏହି ଯୋଡ଼ି ଙ୍କ ବ୍ରେକଅପ ହୋଇଗଲା । ଏହା ପର ଠାରୁ ଉଭୟ ଙ୍କୁ ଏକାଠି କୌଣସି ଫିଲ୍ମ ରେ ଦେଖିବାକୁ ମିଳୁନାହିଁ ।

୩. କଁଗନା ରାନାୱତ ଓ ଅଜୟ ଦେବଗନ- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଙ୍କ ନାମ ମଧ୍ୟ ବିବାହ ପରେ ଅନେକ ଅଭିନେତ୍ରୀ ଙ୍କ ସହିତ ଯୋଡ଼ା ହୋଇଛି । କଁଗନା ଙ୍କ ସହିତ ୪ ଟି ଫିଲ୍ମ ରେ ଅଭିନୟ କରିବା ପରେ ଅଜୟ ଏବଂ କଁଗନା ପରସ୍ପର ଙ୍କ ସମ୍ପର୍କ ବହୁତ ଘନିଷ୍ଠ ହୋଇଯାଇଥିଲା । ଏହି ଖବର କାଜୋଲ ଯେତେବେଳେ ଜାଣିବାକୁ ପାଇଥିଲେ ସେ ଅଜୟ ଙ୍କୁ କଁଗନା ଙ୍କ ସହିତ ଫିଲ୍ମ ରେ ଅଭିନୟ କରିବା ପାଇଁ ସମ୍ପୂର୍ଣ୍ଣ ରୂପରେ ମନା କରି ଦେଇଥିଲେ ।

୪. ରଂବୀର କପୁର ଓ ସୋନାକ୍ଷୀ ସିନ୍ହା- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ରଂବୀର କପୁର ଙ୍କ ଅନୁସାରେ ଅଭିନେତ୍ରୀ ସୋନାକ୍ଷୀ ସିନ୍ହା ତାଙ୍କ ଲୁକ ପାଇଁ ତାଙ୍କ ଠାରୁ ବଡ଼ ଦେଖା ଯାଆନ୍ତି । ଯେଉଁ କାରଣରୁ ଉଭୟ ଙ୍କ ଯୋଡ଼ି ମଧ୍ୟ ସୁନ୍ଦର ଦେଖାଯିବ ନାହିଁ । ଏହି କାରଣରୁ ଅଭିନେତା ରଂବୀର କପୁର ସୋନାକ୍ଷୀ ସିନ୍ହା ଙ୍କ ସହିତ ଫିଲ୍ମ ରେ ଅଭିନୟ କରିବାକୁ ଚାହାନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।