TV ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ରୁ ଫେମସ ହୋଇଥିବା ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ସିରିଆଲ ୟେ ରିସ୍ତା କ୍ୟା କେହ୍ଲାତା ହେ ତ ନିଶ୍ଚିତ ଭାବରେ ଦେଖିଥିବେ। ଏହି ସିରିଆଲ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଟିଭି ରେ ପ୍ରସାରିତ ହେଉଛି। ଏହି ସିରିଆଲ ରେ ଅଭିନୟ କରିଥିବା ସମସ୍ତ କଳାକାର ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଆଲ ରେ ଅଭିନୟ କରିଥିବା କଳାକାର ନୁହେଁ ବରଂ ତାଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. କରନ୍ ମେହେରା- ବନ୍ଧୁଗଣ ଏହି ଅଭିନେତା ସିରିଆଲ ରେ ନୈତିକ ନାମକ ଭୂମିକା ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାମ ହେଉଛି ନିଶା ରାୱଲ।

ଏହି ଯୋଡ଼ି ୨୦୧୨ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଯୋଡ଼ି ଙ୍କ ପୁଅ ଙ୍କ ନାମ କାଭିଶ ମେହେରା ଅଟେ। ନିଶା ରାୱଲ ମଧ୍ୟ ଜଣେ ଟିଭି ଅଭିନେତ୍ରୀ ଅଟନ୍ତି। ସେ ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି’ ସିରିଆଲ ରୁ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସମୟରେ ତାଙ୍କୁ ଟିଭି ସିରିଆଲ ‘ଶାଦି ମୁବାରକ’ ରେ ଦେଖିବାକୁ ମିଳୁଛି।

୨. ହିନା ଖାଁ- ବନ୍ଧୁଗଣ ଏହି ଅଭିନେତ୍ରୀ ସିରିଆଲ ରେ ଅକ୍ସରା ନାମକ ଭୂମିକା ରେ ବହୁତ ସୁନ୍ଦର ଭାବରେ ନିଜର ଅଭିନୟ କୁ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କୁ ସହି ଚରିତ୍ର ରୁ ପ୍ରସିଦ୍ଧି ମଧ୍ୟ ଲାଭ ହୋଇଥିଲା। ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ବର୍ତ୍ତମାନ ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି। କିନ୍ତୁ ସୂଚନା ଅନୁସାରେ ସେ ଏହି ସିରିଆଲ ର ସୁପର ଭାଇଜିଙ୍ଗ ପ୍ରଡ୍ୟୁସର ରକି ଜୟସୱାଲ ଙ୍କୁ ଡେଟ କରୁଛନ୍ତି ଏବଂ ଶୁଣିବାକୁ ମିଳୁଛି ଯେ ଏହି ଯୋଡ଼ି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

୩. ମୋହିନା ସିଂ- ବନ୍ଧୁଗଣ ଏହି ଅଭିନେତ୍ରୀ ସିରିଆଲ ରେ କାର୍ତ୍ତିକ ଙ୍କ ଭଉଣୀ କୀର୍ତ୍ତି ନାମକ ଭୂମିକା ରେ ଅଭିନୟ କରିଥିଲେ ଏବଂ ନିଜର ଅଭିନୟ ପାଇଁ ପ୍ରଶଂସା ର ପାତ୍ର ମଧ୍ୟ ସାଜିଥିଲେ। ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପତି ଙ୍କ ନାମ ହେଉଛି ସୋୟସ ରାୱତ ଅଟେ। ଏହି ଯୋଡ଼ି ୨୦୧୯ ମସିହାରେ ଆରେଞ୍ଜ ମ୍ୟାରେଜ କରିଥିଲେ। ଆରେଞ୍ଜ ମ୍ୟାରେଜ ହେବା ସତ୍ତ୍ୱେ ଏହି ଯୋଡ଼ି ଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଛି।ଏହି ଅଭିନେତ୍ରୀ ଙ୍କ ପତି ସୋୟସ ଜଣେ ସଫଳ ବିଜନେସ ମ୍ୟାନ ଅଟନ୍ତି।

୪. ଶିବାଙ୍ଗି ଯୋଶୀ- ବନ୍ଧୁଗଣ ଏହି ଅଭିନେତ୍ରୀ ସିରିଆଲ ରେ ନାଏରା ନାମକ ଚରିତ୍ର ରେ ମୁଖ୍ୟ ଭୂମିକା ରୂପରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ମଧ୍ୟ।ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। କିନ୍ତୁ ସୂଚନା ଅନୁସାରେ ଏହି ଅଭିନେତ୍ରୀ ନିଜର କୋ ଷ୍ଟାର ମୋହସିନ ଖାଁ ଙ୍କୁ ବର୍ତ୍ତମାନ ସମୟରେ ଡେଟ କରୁଛନ୍ତି। ଯିଏ ସିରିଆଲ ରେ କାର୍ତ୍ତିକ ନାମକ ଭୂମିକା ରେ ଅଭିନୟ କରୁଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।