Jyotish Shastra- 5 ଏପ୍ରିଲ, ବୃହସ୍ପତି ଚଳନ, 5 ଟି ରାଶିରେ ହେବ ଅମାପ ଧନଲାଭ

ଆଜି ଆମେ ଆଲୋଚନା କରିବା ବୃହସ୍ପତି ବା ଗୁରୁ ଗ୍ରହ ର ଚଳନ ବିଷୟରେ । ଯାହା ୫ ଏପ୍ରିଲ ୨୦୨୧ ମସିହା ଚୈତ୍ର ମାସ କୃଷ୍ଣପକ୍ଷ ମୀନ ୨୩ ଦିନ ସୋମବାର ଦିନ ବୃହସ୍ପତି ମହାଗ୍ରହ ଧନିଷ୍ଟ ନକ୍ଷତ୍ର ରାତ୍ର ୧୨ଘଣ୍ଟା ୨୪ମିନିଟ ସମୟରେ କୁମ୍ଭ ରାଶି କୁ ସଂଚାର କରିବେ । ଏହି ସମୟରେ ମେଷ, କର୍କଟ, ବିଛା, ମକର ଓ ମୀନ ରାଶିରେ ଚନ୍ଦ୍ରଶୁଦ୍ଧି ହେତୁ ଏହି ରାଶି ମାନଙ୍କ ପାଇଁ ବୃହସ୍ପତି ଚଳନ ଶୁଭ ଫଳ ପ୍ରଦାନ କରିବ । କିନ୍ତୁ ବିଶେଷ ରୂପେ ମେଷ ଓ ମକର ରାଶିର ଲୋକ ମାନଙ୍କ ପାଇଁ ଏହି ବୃହସ୍ପତି ଚଳନ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ଏମାନଙ୍କ ପାଇଁ ସମୟ ଅତ୍ୟନ୍ତ ମହତ୍ତପୂର୍ଣ ଅଟେ ।

ଏମାନେ ଏମାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଦେଖିବାକୁ ପାଇବେ । ସମ୍ପୂର୍ଣ ଜୀବନ ମଧ୍ୟ ବଦଳି ଯିବ । କିନ୍ତୁ ବୃଷ ରାଶି, କନ୍ୟା ରାଶି, ଧନୁ ରାଶି ଏବଂ କୁମ୍ଭ ରାଶି ଏମାନଙ୍କ ପାଇଁ ବୃହସ୍ପତି ଚଳନ ଅତ୍ୟନ୍ତ ଅଶୁଭ ପ୍ରଦ ବିଚାର କରାଯାଉଅଛି । ସର୍ବପ୍ରଥମେ ଜାଣିବା କେଉଁ ରାଶି ପାଇଁ ଏହି ବୃହସ୍ପତି ଚଳନ ଖୁସି କିମ୍ବା ଆନନ୍ଦ ର ସମୟ ଓ ଜୀବନରେ କିଛି ପରିବର୍ତ୍ତନ ଆଣୁଅଛି।

୧) ମେଷ ରାଶି:- ଏହି ବୃହସ୍ପତି ଚଳନ ଆପଣଙ୍କ ପାଇଁ ବହୁତ ଶୁଭ ଫଳ ଦାୟୀ ଅଟେ । ଯାହା ସମସ୍ୟା ଗୁଡିକ ରହିଥିଲା ତାହା ସମାପ୍ତ ହେବ । ଅପେକ୍ଷାର ଅନ୍ତ ଘଟିବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ର ରେ ଉନ୍ନତି କରିବେ । ବିଭିନ୍ନ ସୂତ୍ର ରୁ ଉପକୃତ ହେବେ । ସମସ୍ତ କାର୍ଯ୍ୟ ସଫଳ ହେବ । ଆୟର ପଥ ଖୋଲା ରହିବ । ମୁଲ୍ୟବାନ ଦ୍ରବ୍ଯ କ୍ରୟ କରିବେ । ଚାକିରିରେ ସ୍ଵାଧୀନତା ର ଉପଯୋଗୀ ହେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ । ଏହି ବୃହସ୍ପତି ଚଳନ ମେଷ ରାଶି ପାଇଁ ବହୁତ ଶୁଭ ଅଟେ।

୨) ମିଥୁନ ରାଶି:- କର୍ମ କ୍ଷେତ୍ର ରେ ଉନ୍ନତି ଘଟିବ । ଶୁଭ ଓ ମଙ୍ଗଲ କାର୍ଯ୍ୟ ସମ୍ପାଦନ କରିବେ । ପାରିବାରିକ ଜୀବନରେ ସୁଖ ସମୃଦ୍ଧି ମିଳିବ । ଚାକିରିରେ ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଆପଣଙ୍କର ବହୁ ଦିନର ଆଶା ପୂରଣ ହେବ । ବୃହସ୍ପତି ଙ୍କର ଏହି ଚଳନ ମିଥୁନ ରାଶିର ଲୋକଙ୍କ ପାଇଁ ଧନଲାଭ ର ସୂଚନା ଦେଉଛି।

୩) ସିଂହ ରାଶି:- ଆୟ ଉତ୍ତମ ହେବ । ଧର୍ମ କାର୍ଯ୍ୟରେ ଅଧିକ ସମୟ ଦେବେ । ଚାକିରି ରେ ପଦ ମର୍ଯ୍ୟାଦା ବଢିବ । ଆଶା ସଫଳ ହେବ । କଳା ପ୍ରତି ଆଗ୍ରହ ରହିବେ । ଶିକ୍ଷାରେ ପ୍ରଶଂସିତ ହେବେ । ଆୟରେ ବୃଦ୍ଧି ହେବ । ବ୍ୟାପାରୀ ମାନଙ୍କ ପାଇଁ ମଧ୍ୟ ଉନ୍ନତିର ସମୟ ଆସୁଅଛି।

୪) ତୁଳା ରାଶି:- ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଏହି ବୃହସ୍ପତି ଙ୍କ ଚଳନ ବହୁତ ଭଲ ଅଟେ । କର୍ମ କ୍ଷେତ୍ର ରେ ଆଗକୁ ବଢିବେ । ଆଦର ସମ୍ମାନ ପାଇବେ । ସଜ୍ଜନ ଙ୍କ ସହ ସୁସମ୍ପର୍କ ସ୍ଥାପନା ହେବ । ଆୟ ଉତ୍ତମ ହେବ । ପାରିବାରିକ ଜୀବନରେ ସୁଖୀ ହେବେ । ଚାକିରିରେ ପ୍ରତିଷ୍ଟ ଅର୍ଜନ କରିବେ । ବ୍ୟବସାୟ ଖୁବ ଲାଭଦାୟକ ହେବ । ଉଚ୍ଚ ଶିକ୍ଷା ପାଇଁ ଉତ୍ସାହିତ ହୋଇପାରନ୍ତି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ସ୍ୱାସ୍ଥ୍ୟ ଭଲ ରହିବ।

୫) ମକର ରାଶି:- ଆୟ ଉତ୍ତମ ହେବ । ଏହି ସମୟରେ ବଡ ଲାଭ ଦେଖିବାକୁ ପାଇବେ । ବ୍ୟବସାୟ ଓ ଶିକ୍ଷା ରେ ଆଦର୍ଶତା ବୃଦ୍ଧି ହେବ । କାର୍ଯ୍ୟ ସଫଳ, ଦୂର ଜାଗାକୁ ଭ୍ରମଣ ଓ ନିର୍ମାଣ ଆଦି କାର୍ଯ୍ୟ ସମ୍ପନ କରିବେ । ପାରିବାରିକ ସୁଖ, ଚାକିରିରେ ସମ୍ମାନ ବୃଦ୍ଧି, ଓ ଧର୍ମ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଦାଂପତ୍ଯ ଜୀବନ ସୁଖ ମୟ ରହିବ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।