ସବୁଠୁ ଅଧିକ ମହଙ୍ଗା ଅଟେ ଏହି 5 ଜଣ Cricketer ମାନଙ୍କ ବିବାହ, Virat Kohli ଙ୍କ ବାହାଘର ର ଖର୍ଚ୍ଚ କେତେ ଶୁଣିଲେ ତ ଆପଣଙ୍କ ହୋସ ଉଡିଯିବ

ଜୀବନରେ ସମସ୍ତଙ୍କର ଇଚ୍ଛା ଥାଏ ଯେ ବାହାଘରଟି କିପରି ଭଲ ଭାବରେ ହବ ଲୋକମାନେ ଆସିବେ । ମନୁଷ୍ୟ ଜୀବନରେ ଖୁସି ରହିବା କୁ ହେଲେ ତାକୁ ଗୋଟିଏ ଭଲ ଜୀବନ ସାଥିଟିଏ ଅବଶ୍ୟ କ ହୋଇଥାଏ । ସବୁ ବ୍ୟକ୍ତି ଚାହିଥାଏ କି ବିବାହ ହୋଇ ନିଜର ଏକ ଖୁସି ଜୀବନ ବିତାଇବା ପାଇଁ , କିନ୍ତୁ ସବୁ ବ୍ୟକ୍ତିଙ୍କ ପକ୍ଷରେ ଏହା ସଫଳ ହୋଇନଥାଏ । ବାହାଘର ଏଭଳି ଏକ ମଉକା ଯାହାକି ସମସ୍ତେ ବହୁତ ଧୂମଧାମରେ ପାଳନ କରିଥାଆନ୍ତି । ସେହିଭଳି ଇଣ୍ଡିଆନ କ୍ରିକେଟରମାନେ ନିଜ  ବାହାଘର ବହୁତ ଧୂମଧାମରେ ପାଳନ କରିଛନ୍ତି । ନିଜର ବାହାଘର ମନେ ରଖିବା ପାଇଁ ପଇସାକୁ ପାଣି ଭଳି ଖର୍ଚ କରିଦେଇଛନ୍ତି । ଆଜି ଆମେ ସବୁଠୁ ମହଙ୍ଗା ବାହାଘର ବିଷୟରେ ଆପଣଙ୍କୁ ଜଣେଇବୁ ।

୧ – ଏମଏସ ଧୋନୀ ଓ ସାକ୍ଷୀ ସିଙ୍ଘ

ଏମଏସ ଧୋନୀ ୧୦ ଜୁଲାଇ ୨୦୧୦ ମସିହାରେ ସାକ୍ଷୀ ସିଙ୍ଘକୁ ବିବାହ କରିଥିଲେ । ଏମଏସ ଧୋନୀ ଓ ସାକ୍ଷୀ ସିଙ୍ଘ ନିଜର ବିବାହକୁ ପ୍ରାଇଭେଟ ରଖିଥିଲେ । ଏମାନେ ନିଜ ବାହାଘର କାର୍ଡଠାରୁ ଡ୍ରେସ ପର୍ଯ୍ୟନ୍ତ ମନ ଇଚ୍ଛା ପଇସା ଖର୍ଚ କରିଥିଲେ । ପ୍ରଥମେ ଜାଣିବା ତାଙ୍କର ବାହାଘର କାର୍ଡ ବିଷୟରେ । ତାଙ୍କର ଏହି ବାହାଘର କାର୍ଡ  କୁ ଗୋଟେ ବକ୍ସ ଭିତରେ ରଖାଯାଇଥିଲା ଯାହାକି ଗୋଟେ ବାହାଘର କାର୍ଡ ଦାମ ଥିଲେ ୨ ଲକ୍ଷ ଟଙ୍କା । ଧୋନୀ ଓ ସାକ୍ଷୀର ବାହାଘର ତାଙ୍କର ରାଞ୍ଚିରେ ହୋଇଥିଲା । ତାଙ୍କ ବାହାଘର ପାଇଁ ଗୋଟିଏ ମହଲ ବୁକ କରିଥିଲେ ତାହାର ଦାମ ଥିଲା ୨୦ କୋଟି ଟଙ୍କା ।

୨ – ବିରାଟ କୋହଲି ଓ ଅନୁଷ୍କା ଶର୍ମା

ବିରାଟ କୋହଲି ୨୧ ଡିସେମ୍ବର ୨୦୧୭ ମସିହାରେ ଇଟାଲିରେ ଅନୁସ୍କା ଶର୍ମାଙ୍କୁ ବିବାହ କରିଥିଲେ । ତାଙ୍କର ବାହାଘର କାର୍ଡ ଗୋଟେ ଗୋଲ୍ଡେନ ରଙ୍ଗର ବାକ୍ସରେ ଥିଲା । ଯେଉଁଥିରେ ଅନୁସ୍କା ଓ ବୀରାଟଙ୍କ ନାମ ଲେଖାହୋଇଥିଲା ।  ସେହି ବାହାଘର କାର୍ଡ ର ବାକ୍ସ ଟି   କେବଳ କାଚରେ ତିଆରି ହୋଇଥିଲା । ସେହି କାର୍ଡର ଦାମ ହେଉଛି ଦେଢ କୋଟି ଟଙ୍କା । ଅନୁସ୍କା ଓ ବିରାଟ ନିଜର ପରିବାର ଓ  ସାଙ୍ଗମାନଙ୍କ ପାଇଁ ରିସେପ୍ଶନ ପାର୍ଟି ଦେବା ପାଇଁ ପ୍ଳାନ ବନେଇଥିଲେ ।

ଏହି ନିମନ୍ତ୍ରଣ ପତ୍ରରେ ଗୋଟିଏ ମିଠା ଡବା ଓ ତୁଲସୀ ଗଛ ଦେଇଥିଲେ । ସେହି ନିମନ୍ତ୍ରଣ ପତ୍ରର ଦାମ ହେଉଛି ୧ ଲକ୍ଷ ଟଙ୍କା । ବିରାଟ ଓ ଅନୁସ୍କା ଇଟାଲିର ବୋର୍ଗୀୟ ଫିଞ୍ଚିୟଟ ରିଜୋର୍ଟରେ  ନିଜର ବାହାଘର ପାଳନ କରିଥିଲେ । ଏହି ରିଜୋର୍ଟକୁ ୯୮ କୋଟି ଟଙ୍କା ରେ ଭଡାରେ ନେଇଥିଲେ  । ଅନୁସ୍କା ନିଜର ବାହାଘରକୁ ଖାସ କରିବା ପାଇଁ ସେ ନିଜର ଡ୍ରେସକୁ ଡିଜାଇନର ସବ୍ୟସାଚୀ ଦ୍ଵାରା ତିଆରି କରାଇଥିଲେ । ଏହି ଡ୍ରେସର ଦାମ ଥିଲା ୩୦ ଲକ୍ଷ ଟଙ୍କା । ବିରାଟ ମଧ୍ୟ ସବ୍ୟସାଚୀ ଦ୍ଵାରା ନିଜର ଡ୍ରେସ ତିଆରି କରେଇଥିଲେ ଯାହାର ଦାମ ହେଉଛି ୧୦ ଲକ୍ଷ ଟଙ୍କା । ଏଥିରେ ଖାସ ଥିଲା ଡାୟମଣ୍ଡ ମଙ୍ଗଳସୂତ୍ର ଯାହାର ଦାମ ଥିଲା ୫୦ ଲକ୍ଷ ଟଙ୍କା ।

୩ – ୟୁବରାଜ ଓ ହେଜେଲ କୀଚ

ୟୁବରାଜ ଓ ହେଜେଲର ବିବାହ ୩୦ ନଭେମ୍ବର ୨୦୧୬ ମସିହାରେ ହୋଇଥିଲା । ୟୁବରାଜ ସେତେବେଳେ ବିବାହ ହଲକୁ  ଏଟିପି ବାଇକରେ ଆସିଥିଲେ । ଏମାନଙ୍କର ବିବାହ ଗୋଆରେ ହୋଇଥିଲା ତାଙ୍କୁ 88 କୋଟି ଟଙ୍କା ଦେବାକୁ ପଡିଥିଲା । ଯଦି ଆମେ ହେଜେଲ କଥା କହିବୁ ସେ ୧୦ କୋଟି ଟଙ୍କାର ଗହଣା ପିନ୍ଧିଥିଲେ । ଏମାନଙ୍କର ଡ୍ରେସ ଫେମସ ଡିଜାଇନର ମନୀଷ ମୋଲହତ୍ରା ତିଆରି କରିଥିଲେ । ୟୁବରାଜଙ୍କ ବାହାଘର ଡ୍ରେସର ଦାମ ଥିଲା ୨୦ ଲକ୍ଷ ଟଙ୍କା ଓ ହେଜେଲଙ୍କ ବାହାଘର ଡ୍ରେସର ଦାମ ଥିଲା ୧ କୋଟି ଟଙ୍କା । ଏମାଙ୍କର ବାହାଘର କାର୍ଡ ଦାମ ହେଉଛି ୫୦ ହଜାର ଟଙ୍କା । ଏହି କାର୍ଡ ଉପରେ ହେଜେଲ ଓ ୟୁବରାଜଙ୍କର ଚିତ୍ର ହୋଇଥିଲା ।

୪ – ହରବଜନ ସିଙ୍ଘ ଓ ଗୀତା ବସ୍ରା

ହରବଜନ ସିଙ୍ଘ ଓ ଗୀତା ବସ୍ରା  ୨୯ ଅକ୍ଟୋବର ୨୦୧୫ ମସିହାରେ ବିବାହ କରିଥିଲେ । ଆଜି ଏମାନଙ୍କର ଗୋଟେ ଝିଅ ଓ ପୁଅ ମଧ୍ୟ ଅଛି ।  ଏମାନଙ୍କର ବିବାହ ପଞ୍ଜାବରେ ହୋଇଥିଲା । ଖବର ଅନୁସାରେ ଏମାନଙ୍କର ବିବାହରେ ୧୦ ହଜାର ଲୋକ ଆସିଥିଲେ ।  ହରବଜନ ବାହାଘର ଖାଦ୍ୟରେ ୨୦ କୋଟି ଟଙ୍କା ଖର୍ଚ କରିଥିଲେ । ଏମାନଙ୍କର ଯେଉଁଠି ବିବାହ ହୋଇଥିଲା ସେଠାରେ ଗୋଟେ ଦିନର ୫ କୋଟି ଟଙ୍କା ଖର୍ଚ କରିଥିଲେ । ସେହି ଜାଗାକୁ ଛଅ ଦିନ ପାଇଁ ବୁକ କରିଥିଲେ । ଯଦି ବାହାଘର କାର୍ଡ କଥା କହୁ ତାଙ୍କର ଲାଲ ରଙ୍ଗର ବକ୍ସ ଥିଲା । ଗୋଟେ କାର୍ଡ ଦାମ ଥିଲା ୧ ଲକ୍ଷ ଟଙ୍କା । ତାଙ୍କ ଦୁଇଜଣଙ୍କର ଡ୍ରେସର ଦାମ ଦେଢ କୋଟି ଟଙ୍କା ।

୫ – ଜସପ୍ରିତ ବୁମୁରା ଓ ସଞ୍ଜନା

ଜସପ୍ରିତ ବୁମୁଡ଼ା ଓ ସଞ୍ଜନା ୧୫ ମାର୍ଚ ୨୦୨୧ ମସିହାରେ ବିବାହ କରିଥିଲେ । ଖବର ଅନୁସାରେ ଏହି ବିବାହ ଗୋଆରେ ହୋଇଥିଲା । ଏଥିରେ ଜସପ୍ରିତ ଅତି ନିକଟତର ସାଙ୍ଗ ଓ ପରିବାରକୁ ନିମନ୍ତ୍ରଣ କରିଥିଲେ । ବାହାଘର ପାଇଁ ସେ ମନିଶ ମହାଲୋତ୍ରଙ୍କଠାରୁ ଡ୍ରେସ ଡିଜାଇନ କରିଥିଲେ । ତାଙ୍କ ଡ୍ରେସର ଦାମ ୧୦ ଲକ୍ଷ ଟଙ୍କା । ତାଙ୍କ ବାହାଘର ପାଇଁ ୧୦ କୋଟି ଟଙ୍କା ଖର୍ଚ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।