କଳିଯୁଗର ଅନ୍ତ ଏହି ଘରୁ ହେବ ଆରମ୍ଭ, ୫୦୦୦ ବର୍ଷ ପୂର୍ବରୁ ନିଜେ ଶ୍ରୀକୃଷ୍ଣ କହିଥିଲେ ଏହି କଥା

ପୃଥିବୀରେ ଯେତେବେଳେ ପାପ ବଢିଯାଏ ଓ ଧର୍ମର କ୍ଷୟ ହେବାକୁ ଲାଗେ, ସେତେବେଳେ ନିଜେ ଭଗବାନ ପୃଥିବୀରେ ଜନ୍ମ ନେଇ ଦୁଷ୍ଟମାନଙ୍କର ବିନାଶ କରନ୍ତି । ଶାସ୍ତ୍ର ଅନୁସାରେ ପୃଥିବୀରେ ଚାରୋଟି ଯୁଗ ଅଛି । ଯେଉଁଥିରେ ପ୍ରଥମେ ସତ୍ୟଯୁଗ ଆସିଥାଏ । ଏହି ଯୁଗ ସତ୍ୟତା ଓ ଭଲର ପ୍ରତୀକ ଥିଲା । କିନ୍ତୁ ଧୀରେ ଧୀରେ ମଣିଷର ପାପ ଏତେ ବଢିଗଲା କି କଳଯୁଗର ସମୟ ଆସିଯାଇଛି ।

ଏହି କଳିଯୁଗ ବାକି ତିନୋଟି ଯୁଗ ଅପେକ୍ଷା ସବୁଠୁ ନିକୃଷ୍ଟ ଅଟେ । ଶ୍ରୀମଦ ଭଗବତ ଗୀତାରେ ଶ୍ରୀ କୃଷ୍ଣ କହିଛନ୍ତି କି ଯେତେବେଳେ ପୃଥିବୀରେ ପାପ ବଢିଯିବ ଓ ମଣିଷ ମଣିଷର ଶତୃ ହୋଇଯିବ ସେହି ଯୁଗକୁ କଳିଯୁଗ କୁହାଯିବ ଏବଂ ବାକି ତିନି ଯୁଗ ଭଳି କଳିଯୁଗକୁ ମଧ୍ୟ ଭଗବାନ ନିଜେ ଅନ୍ତ କରିବେ ।

ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି କି ଭଗବାନ ବିଷ୍ଣୁ କେବେ ପର୍ଶୁରାମ, କେବେ ନୃସିଂହ ଅବତାର ଓ କେବେ ଶ୍ରୀରାମ ଅବତାର ଧାରଣ କରି ପାପର ଅନ୍ତ କରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭଗବାନ ନବମ ଅବତାର ନେଇ ସାରିଛନ୍ତି ଏମିତିରେ ଏହି କଳିଯୁଗର ଅନ୍ତ କରିବା ପାଇଁ ସେ ଦଶମ ଅବତାର ନେବେ ।

ଶାସ୍ତ୍ର ଅନୁସାରେ କଳିଯୁଗର ଅନ୍ତ କରିବା ପାଇଁ ଓ ନୂଆ ଯୁଗର ସ୍ଥାପନ କରିବା ପାଇଁ ଭଗବାନ ବିଷ୍ଣୁ ନିଜର କଳ୍କି ଅବତର ନେବେ । ଏଥିପାଇଁ ସେ କଳିଯୁଗର ଅନ୍ତିମ ସମୟରେ ଶ୍ରାବଣ ମାସର ଶୁକ୍ଲ ପକ୍ଷର ପଞ୍ଚମୀରେ ଜନ୍ମ ନେବେ । ସେଥିପାଇଁ ଭାରତ ଦେଶରେ ଶ୍ରାବଣ ମାସର ଶୁକ୍ଲ ପକ୍ଷର ପଞ୍ଚମୀକୁ କଳ୍କି ଜୟନ୍ତୀ ରୂପରେ ମଧ୍ୟ ଧୁମଧାମରେ ପାଳନ କରାଯାଏ ।

ପୁରାଣରେ ୫୦୦୦ ବର୍ଷ ପୂର୍ବରୁ ଲେଖା ହୋଇଛି କି ଭଗବାନ କଳ୍କି ଅବତାର ନେଇ ଛତିଆବଟରୁ ବାରହାତ ଖଣ୍ଡା ଧରି କଳା ଘୋଡାରେ ବସି ଦୁଷ୍ଟ ଓ ପାପୀମାନଙ୍କୁ ନାସ କରିବେ ।

ଆପଣଙ୍କ ଜାଣିବା ନିମନ୍ତେ କହୁଦେଉଛୁ କି ଶ୍ରୀମଦ ଭଗବତ ଗୀତାର ୧୨ ସ୍କନ୍ଦର ୨୪ ଶ୍ଳୋକରେ କୁହାଯାଇଛି କି ଯେତେବେଳେ ଗୁରୁ, ସୂର୍ଯ୍ୟ ଓ ଚନ୍ଦ୍ରମା ଗ୍ରହ ଏକା ସହିତ ପୁଷ୍ୟା ନକ୍ଷତ୍ରରେ ପ୍ରବେଶ କରିବେ ସେତେବେଳେ ଭଗବାନ କଳ୍କି ଅବତାରରେ ଜନ୍ମ ନେବେ । ତାଙ୍କର ଜନ୍ମ ନେବା ମାତ୍ରେ ହିଁ ପୁଣି ଥରେ ସଂସାରରେ ସତ୍ୟଯୁଗ ଆରମ୍ଭ ହୋଇଯିବ ।

ଶାସ୍ତ୍ର ଅନୁସାରେ କଳିଯୁଗର ଅବଧି ୪ ଲକ୍ଷ ୩୨ ହଜାର ବର୍ଷ ଅଟେ ଯେଉଁଥିରୁ କେବଳ ୫,୧୧୯ ବର୍ଷ ହିଁ ପୁରା ହୋଇଛି । ଏମିତିରେ କଳିଯୁଗର ଅନ୍ତ ବହୁତ ଦୂରରେ ଅଛି ।

ସତ୍ୟଯୁଗକୁ ସ୍ଵର୍ଗ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ମଣିଷଙ୍କ ମଧ୍ୟରେ ଲୋଭ ଓ କ୍ରୋଧ ଏତେ ବଢି ଯାଇଛି କି ଆଜି ମନୁଷ୍ୟ ମନୁଷ୍ୟର ଶତୃ ଅଟେ ।