ମାତ୍ର ଗୋଟିଏ ଥରରେ ଛାତି, ନାକ, ଗଳାରେ ଜମିଥିବା କଫ ଘିଅ ଭଳି ତରଳି ବହାରିଯିବ- Health Tips

ସାଧାରଣ ଭାବରେ ଶୀତ ଦିନ ଆସିଲେ ସମସ୍ତଙ୍କ ମନରେ ଏକ ଭୟ ଜାତ ହୁଏ କି ଥଣ୍ଡା ହୋଇଯିବ , ଯାହାଦ୍ୱାରା କି ନାକ ବନ୍ଦ ହୋଇଯିବ , ଛାତିରେ କଫ ଜମା ହୋଇଯିବ , ଗଲା ବସିଯିବ , କସ ଓ ଶାରଦୀ ଭଳି ସମସ୍ଯା ସୃଷ୍ଟି ହେବ , ଏହି କାରଣରୁ ଥଣ୍ଡା ଦିନ ଆସିଲେ ସବୁ ମନୁଷ୍ୟ ମନରେ ଭୟ ସଂଚାର ହୁଏ । ଏହି ଥଣ୍ଡା କାଶ ବା ନାକ ବନ୍ଦ ହୋଇଯିବ ସମସ୍ୟା ହେଲେ ବ୍ୟକ୍ତିକୁ କଷ୍ଟ ଅନୁଭବ ହୋଇଥାଏ । କୌଣସି କାମରେ ମନ ଲାଗେ ନାହିଁ । ରାତିରେ ନିଦ ହୁଏ ନା ଦିନ ରେ ।

କିନ୍ତୁ ଏହି ସମସ୍ୟାରୁ ରକ୍ଷା ପାଇବା ବହୁତ ସହଜ ହୋଇଥାଏ । ଆଜି ଆମେ ଏହି ସମସ୍ୟାରୁ ରକ୍ଷା ପାଇବାର ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ । ଯାହାକୁ କି ପ୍ରୟୋଗ କରି ଆପଣ ଥଣ୍ଡା ଜନିତ ସବୁ ସମସ୍ୟାରୁ ତ୍ରାହି ପାଇବେ ଏବଂ ଆପଣଙ୍କ ଛାତି ଗଳା ଓ  ନାକରେ ଜମିଥିବା ସମସ୍ତ କଫକୁ ଅତି ସହଜରେ ବାହାର କରିଦେବ ।

ଏବେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ଓ ଏହାକୁ କିପରି ସେବନ କରିବେ । ଆପଣ ମାନେ ସମସ୍ତେ ରୋଷେଇ ଘରେ ନିତ୍ୟ ବ୍ୟବହାର୍ଜ୍ୟ  କରୁଥିବା ଏକ ଜିନିଷ ହେଉଛି ଡାଲଚିନି । ଡାଲଚିନି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଏହା ଆପଣ ସମସ୍ତେ ଭଲ ଭାବରେ ଜାଣିଥିବେ । ଥଣ୍ଡା ,କାଶ , କଫ ଜନିତ ସମସ୍ୟା ପାଇଁ ଡାଲଚିନି ବହୁତ ଉପାଦେୟ ଜିନିଷ ଅଟେ । ପ୍ରଥମେ ଆପଣ ଡାଲଚିନିକୁ ଭଲ ଭାବରେ ଗୁଣ୍ଡ କରିନିଅନ୍ତୁ ।

ଆପଣ ଏହାକୁ ସେହି ସମୟରେ ଗୁଣ୍ଡ କରନ୍ତୁ ଯେଉଁ ସମୟରେ ଏହି ଉପଚାରକୁ ପ୍ରସ୍ତୁତ କରିବେ । ଗୋଟିଏ ପାତ୍ରରେ ଏକ ଚାମଚ ଡାଲଚିନି ଗୁଣ୍ଡ ନିଅନ୍ତୁ । ଏଥିରେ ଏକ ଚାମଚ ଦେଶୀ ମହୁକୁ ଭଲଭାବରେ ଗୋଳାଇ ଦିଅନ୍ତୁ । ଏହା ପରେ ଏଥିରେ ଗୋଟିଏ ଛୋଟ ଚାମଚ ସୈଂଧବ ଲୁଣ ମିଶାନ୍ତୁ । ଏହି ସୈଂଧବ ଲୁଣରେ ବହୁତ ଔଷଧ ଗୁଣ ଥାଏ । ଏହି ତିନୋଟି ଜିନିଷକୁ ଭଲ ଭାବରେ ମିଶାଇ ନିଅନ୍ତୁ ।

ଏହି ଉପଚାରଟିବହୁତ ଚମତ୍କାରୀ ଘରୋଇ ଉପଚାର ହୋଇଥାଏ ଯାହାଦ୍ବାରାକୀ ଆପଣଙ୍କ ଛାତିରେ , ଗଳାରେ ଓ ନାକରେ ଜମିଥିବା ସବୁ କଫକୁ ଖୁବ ସମୟରେ ବାହାର କରିଦିଏ । ଏବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବେ । ଯଦି ଛୋଟ ପିଲାଙ୍କୁ ଥଣ୍ଡାକାଶ କିମ୍ବା କଫ ହୋଇଥାଏ ତେବେ ଏହାକୁ ଗୋଟିଏ ଆଙ୍ଗୁଳିରେ ସାମାନ୍ୟ ନେଇ ଚଟେଇ ଦିଅନ୍ତୁ । ଏହାକୁ ଆପଣ ଦିନକୁ ଦୁଇ ଥର ଦେଇପାରିବେ । କିନ୍ତୁ ବଡଲୋକ ଏହାକୁ ସମ୍ପୂର୍ଣ ଖାଇବାକୁ ହୋଇଥାଏ ।

ଏହାକୁ ଆପଣ ସକାଳ ଜଳଖିଆ ଖାଇବାର ଏକ ଘଣ୍ଟା ପରେ ସେବନ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ନେଇପାରିବେ । ଏହି ଉପାୟକୁ ଥରେ କି ଦୁଇଥର କରି ଦେଖନ୍ତୁ ନିଶ୍ଚିତ ଭାବରେ ଆପଣଙ୍କ ଛାତିରେ , ଗଳାରେ ଓ ନାକରେ ଜମିଥିବା କଫ ସଂପୂର୍ଣ୍ଣ ବାହାରିଯିବ । ଏହି ଉପଚାରକୁ ଛୋଟ ପିଲାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।