8 ଡିସେମ୍ବର ଭାରତ ବନ୍ଦ, କାମ ସବୁ ସାରି ନିଅନ୍ତୁ, ଜାଣନ୍ତୁ କାହିଁକି, କେମିତି ଓ କଣପାଇଁ

ଚାଷୀ ଭାଇମାନେ ଆନ୍ଦୋଳନ ବହୁତ ଜୋରରେ କରିବେ ବୋଲି ଜଣାପଡିଛି । ଏହା ସହିତ ଚାଷୀମାନଙ୍କ ଦ୍ଵାରା ହେଉଥିବା ଉତ୍ପାଦନ କୁ ମଧ୍ୟ ବନ୍ଦ କରାଯିବ । ଏବଂ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏତତ୍ ବ୍ୟତୀତ ଏମାନଙ୍କ କହିବାକଥା ହେଉଛି ଏମାନେ ଦିଲ୍ଲୀର ଯାତାୟାତ ପଥକୁ ମଧ୍ୟ ବନ୍ଦ କରିବେ । ସରକାରଙ୍କ ତରଫରୁ କୃଷକ ଭାଇ ମାନଙ୍କ ପାଇଁ ନିଆଯାଇଥିବା କାନୁନ୍ ବିରୋଧରେ ଭାରତୀୟ କୃଷକଙ୍କ ଆନ୍ଦୋଳନ କମିବାର ନାମ ନେଉନାହିଁ ।

ବର୍ତ୍ତମାନ ଏହା ଆହୁରି ଜୋରରେ ହେବାକୁ ଯାଉଛି । ଏଥିପାଇଁ କୃଷକ ମାନେ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ଯଦି ଆପଣଙ୍କର ସେହିଦିନ କିଛି ଜରୁରୀ କାମରେ ବାହାରକୁ ଯିବାର ଅଛି ତେବେ ଭଲ ହେବକି ଆପଣ ଆଗୁଆ କରିନିଆନ୍ତୁ । ନତୁବା ପଛକୁ ରଖନ୍ତୁ । କୃଷକଙ୍କର କେନ୍ଦ୍ରସରକାରଙ୍କ ସହ ବହୁତ୍ ସମୟ ଧରି କଥାବାର୍ତ୍ତା ପରେ ମଧ୍ୟ କିଛି ଫଳାଫଳ ମିଳିଲା ନାହିଁ ।

କୃଷକ ମାନେ ତିନି କୃଷି କାନୁନକୁ ଫେରାଇ ନେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ହେଲେ ସରକାରଙ୍କ କିଛି ପ୍ରତିକ୍ରିୟା ନଥିବା ଯୋଗୁଁ ସେମାନେ ଡିସେମ୍ବର ୫ ତାରିଖ ଦିନ ପୁତୁଲି ଦାହ କରିଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ, କୃଷି ନେତା ୟୁଦ୍ଧବିର ସିଂ ଙ୍କ କହିବା କଥା ଏହା କି ଯେ ଆମେ ସେହି ତିନୋଟି ନିୟମକୁ ରଦ୍ଦ ନକରିବା ଯାଏଁ ଆମେ ସମଝୋତା କରିବୁ ନାହିଁ କହିଛନ୍ତି ।

ସରକାର ନ୍ୟୁନତମ ମୂଲ୍ୟ (MSP) ର ଗ୍ୟାରେଣ୍ଟି ଦିଅନ୍ତୁ, ଆମର ଆନ୍ଦୋଳନ କୁ ଆଗକୁ ବଢ଼ାଇବାରେ ନାହିଁ । କାନୁନ୍ ର କୌଣସି ସଂଶୋଧନକୁ ସ୍ବୀକାର କରିବୁ ନାହିଁ । ଚାଷୀଭାଇ ଆନ୍ଦୋଳନ କୁ ଆହୁରି ଜୋର୍ କରିବା ମୁଡ ରେ ଅଛନ୍ତି । ଏହା ସହିତ କିସାନଙ୍କ ସମସ୍ତ ଟୋଲ୍ ପ୍ଲାଜା ବନ୍ଦ କରିବା ଚକ୍କର ରେ ମଧ୍ୟ ଅଛନ୍ତି ।

ଏହା ସହିତ ଦିଲ୍ଲୀ ର ସମସ୍ତ ରାଜରାସ୍ତାକୁ ମଧ୍ୟ ବନ୍ଦ କରିବେ । କିଶାନଙ୍କ କହିବା କଥା ଏହାକି ଏମେସପି ରେ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି । ହେଲେ କାନୁନ୍ କୁ ସେମାନେ ନିଜର ହକ ମାଗୀକି ହିଁ ରହିବେ । କୃଷକଙ୍କ କହିବା ଅନୁସାରେ ଯଦି କାନୁନ୍ କିଛି ସଂଶୋଧନ ଉଦ୍ଦେଶ୍ୟରେ ଆସେ ତେବେ ସେମାନେ ତାହାକୁ ଗ୍ରହଣ କରିବେ ନାହିଁ ।