ଆଜିର ରାଶିଫଳ, 7 ଡିସେମ୍ବର 2020, ସୋମବାର, ଭୋଳାନାଥଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ମଜବୁତ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକମାନଙ୍କ ପାଇଁ ଓ ବିଲିଡର୍ଶ ମାନଙ୍କ ପାଇଁ ଆଜିର ଦିନ ଦିନ ବହୁତ ଭଲ ଅଛି । ପ୍ରେମ ପାଇଁ ସମୟ ଅନୁକୂଳ ଅଛି । ଜୀବନସାଥିଙ୍କ ପାଖରୁ କୌଣସି ଖୁସି ଖବର ମିଳିପାରେ । ଅଯଥା କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ । ସମୟର ସଦୁପଯୋଗ କରନ୍ତୁ । ଅଫିସରେ ସହକ୍ରମୀଙ୍କ ସହଯୋଗ ମିଳିବ ତଥା ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ଯାହା ଦ୍ଵାରା କି ଆପଣ ସଫଳତାର ସିଢି ଚଢି ଚଢି ଯିବେ । ଆପଣ ନିଜର ବୁଦ୍ଧି ଦ୍ଵାରା ନିଜର ବିରୋଧୀଙ୍କୁ ପରାସ୍ତ କରିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ।

ବୃଷ

ନିଜର ଅହଂକାରକୁ ନିୟନ୍ତ୍ରଣ କରନ୍ତୁ । ନଚେତ ଅନ୍ୟମାନଙ୍କ ଦ୍ଵାରା ଅପମାନିତ ହୋଇପାରନ୍ତି । ପରିବାରରେ ସମୟ ଖୁସିରେ ବିତିବ । ଆପଣଙ୍କୁ ସବୁବେଳେ ଗୁରୁଙ୍କର ଆଶୀର୍ବାଦ ମିଳିବ । ଭାଗ୍ୟ ଆପଣଙ୍କର ହିଁ ସାଥ ଦେବ । ଆପଣ ଯେଉଁ କ୍ଷେତ୍ର ଯାଆନ୍ତୁ ନା କାହିଁକି ସେଥିରେ ଆପଣଙ୍କୁ ଭଲ ଫଳ ମିଳିବ । ଆପଣ ଯେଉଁ କାମକୁ ଭାବିଚିନ୍ତି କରୁଛନ୍ତି ଓ ଭଲ ଭାବରେ ବୁଝି କରୁଛନ୍ତି ତେବେ ଆପଣ ସେଥିରେ ସଫଳ ହେବେ । ଆଜି ଦିନରେ ମନ୍ଦିରର କପୁର ଶୁଦ୍ଧ ଘିଅ ଦାନ କରନ୍ତୁ ସଫଳତା ଆପଣଙ୍କର ଚରଣ ଛୁଇଁବ ।

ମିଥୁନ

ଯଦି ଆପଣଙ୍କ ଘରେ କେହି ଲୋକ ଆପଣଙ୍କ ବିରୋଧରେ ଯିବାକୁ ଚେଷ୍ଟା କରୁଛି କିମ୍ବା କୌଣସି ପ୍ରକାରର ଅସୁବିଧା କରିବାକୁ ଯାଉଛି ତେବେ ତାକୁ ଆପଣ ଆଗରୁ ଚେତାଇ ଦିଅନ୍ତୁ । ଯଦି ଆପଣ ରାଜନୀତିରେ ଅଛନ୍ତି ତେବେ ଏଥିରେ ମଧ୍ୟ ଆପଣଙ୍କୁ ବହୁତ ଲାଭ ମିଳିବ । ସମାଜରେ ମାନ ଓ ସମ୍ମାନ ମିଳିବା ସହିତ ଆପଣଙ୍କୁ ପଦ ପ୍ରତିଷ୍ଠା ବି ମିଳିବ । ଆଜି କୌଣସି ମିତ୍ରଙ୍କ ସହ ଦେଖା ହୋଇପାରେ । ଛାତ୍ରମାନେ ନିଜ ଶିକ୍ଷା ପ୍ରତି ସତର୍କ ରୁହନ୍ତୁ । ଅତି ଶୀଘ୍ର କୌଣସି କାମ କରନ୍ତୁ ନାହିଁ ଅସୁବିଧାରେ ପଡି ପାରନ୍ତି ।

କର୍କଟ

ବେରୋଜଗାରମାନଙ୍କୁ ରୋଜଗାର ମିଳିବ । କୌଣସି ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ଟଙ୍କା ଦେବା ନେବା କରନ୍ତୁ ନାହିଁ । ଘରୋଇ ସୁଖ ଶାନ୍ତି ମିଳିବ । ଆଜି କୌଣସି ମିତ୍ରଙ୍କ ସହ ଦେଖା ହୋଇପାରେ । ଛାତ୍ରମାନେ ଆଜି ସତର୍କ ରୁହନ୍ତୁ । ଆପଣଙ୍କ ଜୀବନରେ ବହୁତ ଖୁସି ଆସିପାରେ । ନିଜର କୌଣସି ଇଚ୍ଛାକୁ ଲୁଚାନ୍ତୁ ନାହିଁ  ଏହାକୁ ପରିବାର ଆଗରେ ପ୍ରକାଶ କରନ୍ତୁ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଚାକିରିରେ କାର୍ଯ୍ୟ ବଢି ପାରେ । ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ସିଂହ

ଏକାଗ୍ରତା ହୋଇ କରିଥିବା କାମରେ ସଫଳତା ମିଳିବ । କୌଣସି କ୍ଷେତ୍ରରେ ନିବେଶ ଆପଣଙ୍କୁ ଅତି ଧନଲାଭ ଦେବ । ଆପଣ ନିଜର ଟଙ୍କାକୁ ସଠିକ ଜାଗାରେ ନିବେଶ କରନ୍ତୁ । କୌଣସି ଭୂମି କିମ୍ବା ବାହାନ କିଣିବାର ସୁଯୋଗ ମିଳିବ । କୌଣସି ସମ୍ପତି କିଣିବାରେ ବି ଧନ ନିବେଶ କରିବେ । ପରିବାର ମଧ୍ୟରେ ଶାନ୍ତିରେ ଦିନଟି ବିତିବ । ଆପଣଙ୍କର କୌଣସି କଥାକୁ ନେଇ ଚିନ୍ତା ଥିଲେ ତାହାକୁ ପରିବାର ସହ ସେୟାର କରନ୍ତୁ ସବୁ ସମସ୍ୟା ସମାଧାନ ହୋଇଯିବ । ଆପଣଙ୍କର ନିଜର ଲୋକ ହିଁ ଆପଣଙ୍କୁ ବଡ ସମସ୍ୟାରେ ପକାଇପାରନ୍ତି ।

କନ୍ୟା

ଯଦି ଆପଣ ନୂଆ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଯୋଜନା କରି କାମ ଆରମ୍ଭ କରନ୍ତୁ  ଓ ଏହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଆପଣ କରିଥିବା ପରିଶ୍ରମ ଓ ଭଲ ଚିନ୍ତା ଧାରା ଦ୍ଵାରା ଆପଣଙ୍କ ଆତ୍ମବିଶ୍ଵାସ ବଢିବା ସହିତ ଆପଣଙ୍କୁ ଲାଭ ମିଳିବ । ଯଦି ଆପଣ କୌନସି ସ୍ଥାନରେ ବଡ ପଦବୀରେ ଅଛନ୍ତି ତେବେ ଦେଖି ଚାହିଁ ରୁହନ୍ତୁ ନଚେତ ବଡ ଅସୁବିଧାରେ ପଡ଼ିପାରନ୍ତି । ବ୍ୟବସାୟରେ ଆପଣଙ୍କର ବହୁତ ଭଲ ହେବାର ସମ୍ଭାବନା ଅଛି ଓ ଆଜି ଆପଣଙ୍କର ଆମଦାନୀ ବଢିବାର ସମ୍ଭାବନା ଅଛି ।

ତୁଳା

ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ନିଜର ମନ କଥା କହିବାକୁ ଚହୁଁଛନ୍ତି ତେବେ ଆପଣ ଅପେକ୍ଷା କରନ୍ତୁ । ତେବେ ଯାଇ ଆପଣଙ୍କର ବହୁତ ମଙ୍ଗଳ ହେବ । ସେଥିପାଇଁ ସବୁଠୁ ଭଲ ହେବ ଆପଣ ତାଙ୍କ ସଙ୍ଗେ ମିଳା ମିଶା କମ କରନ୍ତୁ । ଜୀବନସାଥି ସହ ଭଲରେ ଦିନ କାଟିବା ସହିତ ଜଣେ ଜଣକ ପ୍ରତି ସହାଁନଭୂତି ଦେଖାଇ ଚଳିବେ । ଯଦି ଆପଣ ଏକ ନୂଆ ବ୍ୟବସାୟ କିମ୍ବା ନୂଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ବହୁତ ଭଲ ଫଳ ଦେବ । ନିଜର କୌଣସି ଚିନ୍ତାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ପରିବାରର ସାହଯ୍ୟ ନିଅନ୍ତୁ ।

ବିଚ୍ଛା

ଆପଣଙ୍କର କିଛି ପୁରୁଣା ସାଙ୍ଗ ଦ୍ଵାରା ଆପଣ ବହୁତ ସାହାର୍ଯ୍ୟ ପାଇବେ । ଯାହା ବହୁତ ଲାଭ ପ୍ରଦ ହେବ । ଆର୍ଥିକ ଦ୍ରୁଷ୍ଟିରୁ ଦେଖିବାକୁ ଗଲେ ଆପଣକର ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ଓ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଆପଣଙ୍କୁ ଆଜି ବହୁତ ଖୁସି ରହିବେ । ରାଜନୀତିରେ ଥିବା ଲୋକମାନଙ୍କର ଲୋକ ସଖ୍ୟା ବଢିବାର ମଧ୍ୟ ଯୋଗ ଅଛି । ଆପଣଙ୍କ ଆଧ୍ୟତ୍ମିକ ଜୀବନରେ ଯଦି ଥିବେ ତେବେ ଖୁସୀ ଅନୁଭବ କରିବା ସହିତ ବିଭିନ୍ନ ପ୍ରକାରର ସୁବିଧା ପାଇବେ । ଟଙ୍କା ଦବା ନବା କରନ୍ତୁ ନାହିଁ ।

ଧନୁ

ମାତା ପିତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଆପଣ ବହୁତ ଚିନ୍ତାରେ ରହିପାରନ୍ତି । ଏହାକୁ ନେଇ ଆପଣଙ୍କର ଧନ ହାନି ହେବାର ମଧ୍ୟ ଯୋଗ ଅଛି । ସେଥିପାଇଁ ବୁବେଳେ ମାତା ଓ ପିତାଙ୍କର ସ୍ଵାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ । ଏହି ସମୟରେ ଆପଣ ଆଜି କିଛି ଧର୍ମ କାମରେ ନିୟୋଜିତ ହୋଇପାରନ୍ତି ଓ ଆପଣ ଆଜି ବହୁତ ସୋଭାଗ୍ୟ ଅନୁଭବ କରିବେ । ପରିବାରେ ଖୁସି ରହିବ ଓ ବୈବାହିକ ଜୀବନରେ ଆପଣ ଆଜି ବହୁତ ଖୁସିରେ ରହିବେ । ତଥାପି ଆପଣ ସତର୍କ ରୁହନ୍ତୁ ।

ମକର

ଆର୍ଥିକ ମାମଲାରେ ଭଲ ରହିବା ସହିତ ଭାଗ୍ୟ ମଧ୍ୟ ଖୋଲିବାର ଯୋଗ ଅଛି । କୌଣସି ଏକ କଥାକୁ ନେଇ ନିଜ ଭିତରେ ଝଗଡା ହୋଇପାରେ । କାମରେ ଆଜି ବହୁତ କଷ୍ଟ କରିବାକୁ ପଡିବ । ବ୍ୟବସାୟରେ ଆଜି ଭଲ ଲାଭ ମିଳିବ । ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ । ଘରେ କୌଣସି ପ୍ରକାରର ମଙ୍ଗଳମୟ କାର୍ଯ୍ୟକ୍ରମ ହୋଇପାରେ । ଆଜି କୌଣସି ଗୁରୁତ୍ଵ ପୂର୍ଣ ନିଷ୍ପତି ନିଅନ୍ତୁ ନାହିଁ ନଚେତ ସମସ୍ୟାରେ ପଡ଼ିପାରନ୍ତି । କୌଣସି କାମକୁ ନେଇ ବ୍ୟସ୍ତତା ଅନୁଭବ ଲରିବେ ।

କୁମ୍ଭ

ଆପଣ କୌଣସି ଏକ ମହତ୍ଵ ପୂର୍ଣ୍ଣ କାମ କରିବାକୁ ଯାଉଛନ୍ତି ସେଥିରେ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ଆପଣଙ୍କୁ ସବୁବେଳେ ଗୁରୁଙ୍କର ଆଶୀର୍ବାଦ ମିଳିବ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ୧୦୮ ଥର ମନ୍ତ୍ର ଓମ ଶ୍ରୀ ହନୁମତେ ନମଃ ମନ୍ତ୍ରର ଜପ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆଜି କୌଣସି ଗୁରୁତ୍ଵ ପୂର୍ଣ ବ୍ୟକ୍ତିମାନଙ୍କ ସହ କୌଣସି କଥାକୁ ନେଇ କଥା କଟା କାଟି ହୋଇପାରେ । ଶତ୍ରୁମାନେ ଆପଣଙ୍କର ବିରୁଦ୍ଧରେ ଷଡଯନ୍ତ୍ର କରିପାରନ୍ତି । ଆପଣଙ୍କୁ ଆଜି ଲାଭ ମିଳିବ ।

ମୀନ

ଆଜି ହଠାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ । ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ । ଆଜି କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଜି ଆପଣଙ୍କ ବିବାହିତା ଜୀବନରେ କିଛି ଚିନ୍ତାର ବିଷୟ ଆସି ପାରେ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।