ଇଞ୍ଜିନିୟରିଂ ଛାଡି ହେଲେ ଆକ୍ଟ୍ରେସ, ୮ ବର୍ଷରେ ଲଗାତର ୭ ଫ୍ଲପ୍ ଫିଲ୍ମ, ତା ପରେବି ତାଙ୍କ ପାଖରେ କୋଟି କୋଟି ଟଙ୍କା ପ୍ରପର୍ଟି, ଜାଣନ୍ତୁ କେମିତି

୧୪ ଜୁନ ୨୦୨୦ ରେ ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ମିଳିଛି ସେବେଠୁ କେବଳ ଗୋଟିଏ ନାମ ସବୁଠି ଶୁଣିବାକୁ ମିଳିଛି ତାହା ହେଉଛି ରିୟା ଚକ୍ରବର୍ତ୍ତୀ । ଏହା ପୂର୍ବରୁ ରିୟା ଙ୍କ ପର୍ସନାଲ୍ ବା ପ୍ରଫେସନାଲ ଲାଇଫ୍ ବିଷୟରେ କେବେ ବି ଏତେ ଚର୍ଚ୍ଚା ହେଇନହିଁ । ରିୟା ଗତ ଗୋଟେ ବର୍ଷ ଧରି ସୁଶାନ୍ତ ଙ୍କ ଲିଭ ଇନ ପାର୍ଟନର୍ ଥିଲେ । ତାଙ୍କ ଉପରେ ସୁଶାନ୍ତ ଙ୍କ ପରିବାର ଲୋକ କହିଛନ୍ତି କି ରିୟା ସୁଶାନ୍ତ ଙ୍କୁ ମେଣ୍ଟାଲି ଟରଚର୍ ଏବଂ ତାଙ୍କ ସହିତ ଧୋକା କରିଥିବା ଅଭିଯୋଗ କରିଛନ୍ତି । ବର୍ତମାନ CBI ତଦନ୍ତ ଜାରି ରହିଛି କିନ୍ତୁ ସୁଶାନ୍ତ ଙ୍କ ଆଶ୍ଚର୍ଯ୍ୟ ଜନକ ମୃତ୍ୟୁ ରେ ରିୟା ଚକ୍ରବର୍ତ୍ତୀ ହିଁ ସମସ୍ତଙ୍କ ନଜର ରେ ଅଛନ୍ତି ।

ଚାଲନ୍ତୁ ଜାଣିବା ରିୟାଙ୍କ ଜୀବନ ଏବଂ କାମ ସମ୍ପର୍କରେ କିଛି ତଥ୍ୟ :-

ରିୟା ଙ୍କ ଜନ୍ମ ବାଙ୍ଗାଲୋର ରେ ହେଇଥିଲା । ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ ସନ୍ଧ୍ୟା ଚକ୍ରବର୍ତ୍ତୀ ଙ୍କ ଘରେ ୧ ଜୁଲାଇ ୧୯୯୨ ରେ ରିୟା ଚକ୍ରବର୍ତ୍ତୀ ଙ୍କ ଜନ୍ମ ହେଇଥିଲା । ରିୟା ନିଜ ସ୍କୁଲିଁ ଆମ୍ବଲା କେନ୍ତ୍ ର ଆର୍ମୀ ପବ୍ଲିକ ସ୍କୁଲ ରେ କରିଥିଲେ । ରିୟା ଙ୍କ ବାପା ବଙ୍ଗାଳୀ ଏବଂ ମାଆ କୋଙ୍କଣୀ ଅଟନ୍ତି । ରିୟା ଙ୍କ ବାପା ଆର୍ମିରେ ଡକ୍ଟର ଏଵଂ ମାଆ ହାଉସୱାଇଫ୍ ଅଟନ୍ତି ।

ରୀୟାଙ୍କର ଗୋଟେ ଭାଇ ଅଛି ଯାହାର ନାମ ଶୋବିକ୍ ଅଟେ । ଏହି ଚାରି ଜଣଙ୍କ ଉପରେ ହିଁ ସୁଶାନ୍ତ ଙ୍କ ପରିବାର ଲୋକ ସୁଶାନ୍ତ ଙ୍କୁ ଆତ୍ମହତ୍ୟା ପାଇଁ ଉକ୍ସାଇବା, ମାନସିକ ପ୍ରେସର, ଧମକାଇବା, ଚୋରି, ଧୋକା ଆଦି ର ଅଭିଯୋଗ ନେଇ କେଶ୍ ଫାଇଲ କରିଛନ୍ତି ।

ଇଞ୍ଜିନିୟରିଂ ଛାଡି ହେଲେ ଆକ୍ଟ୍ରେସ

ରିୟା ଗ୍ଲାମର୍ ଜଗତରେ MTV ର ରିୟାଲିଟି ଶୋ “ତିନ୍ ଦିବା” ଜରିଆରେ ଆସିଥିଲେ । ସେ ଏଥିରେ ଫାଷ୍ଟ ରନର ଅପ ହେଇଥିଲେ । ତାପରେ ସେ ଦିଲ୍ଲୀ ରେ MTV ରେ ଜକି ଭିଡିଓ ପାଇଁ ଅଡିସନ୍ ଦେଇଥିଲେ ଏବଂ ସିଲେକ୍ଟ୍ ହେଇଥିଲେ । ରିୟା MTV ରେ “କଲେଜ ବିଟ୍”, “Mtv ଗାନ୍ ଇନ୍ ୬୦ ସେକେଣ୍ଡ” ଭଳି ବହୁତ୍ ଶୋ ହୋଷ୍ଟ୍ କରିଛନ୍ତି । ଏହା ମଧ୍ୟରେ ତାଙ୍କ ମନରେ ଅକ୍ଟର ହେବାର ଇଚ୍ଛା ଆସିଥିଲା । ସେତେବେଳେ ସେ ଇଂଜିନିୟରିଂ ପଢୁଥିଲେ କିନ୍ତୁ ତାଙ୍କୁ ଇଞ୍ଜିନିୟରିଂ ରେ କୌଣସି ଇଚ୍ଛା ନଥିଲା ତେଣୁ ସେ ଇଞ୍ଜିନିୟରିଂ ଛାଡି ଆକଟିଂ ଲାଇନ ରେ ଧ୍ୟାନ ଦେଇଥିଲେ । ଫ୍ଲପ ହେଲା ସବୁ ଫିଲ୍ମ୍ କ୍ୟାରିୟର । ୩ ବର୍ଷ ଖାଲି ବସି ରହିଲେ ରିୟା ।

୧୦, ୧୫ ଲକ୍ଷ ହେଉଛି ବର୍ଷକୁ ରୋଜଗାର

୨୮ ବର୍ଷ ର ରିୟାଙ୍କର ୨ ବର୍ଷ ର ରୋଜଗାର ଦେଖିବା ତ ୧୦ ରୁ ୧୫ ଲକ୍ଷ ପାଖା ପୁଖି ହେଇଥିବ କିନ୍ତୁ ତାଙ୍କ ପାଖରେ କୋଟି କୋଟି ଟଙ୍କାର ପ୍ରପର୍ଟି ଅଛି । ଏହି ପ୍ରପର୍ଟି ରିୟା କିପରି କରିଲେ ତଦନ୍ତ କରୁଛି CBI । ରିୟା ଙ୍କ ଉପରେ ସୁଶାନ୍ତ ଙ୍କ ୧୫ କୋଟି ଟଙ୍କା ହେରା ଫେରି କରିବାର ଅଭିଯୋଗ ମଧ୍ୟ୍ୟ ଅଛି ।

ଦୈନିକ ଭାସ୍କର ଯେବେ ବଲିଉଡ ର ଟ୍ରେଡ୍ ଅନାଲିଷ୍ଟ୍ ଙ୍କ ଠାରୁ ରିୟା ଙ୍କ ପ୍ରତି ଫିଲ୍ମ୍ ର ରୋଜଗାର ଜାଣିବାକୁ ଚେଷ୍ଟା କଲେ ସେତେବେଳେ ସେ କହିଲେ କି ଏହା ୨୫-୩୦ ଲକ୍ଷ ରୁ ବେଶି ନୁହଁ ବୋଲି । ଏ ପଟେ ଆଡ୍ ଗୁରୁ ମାନଙ୍କ ଅନୁସାରେ ବ୍ରାଣ୍ଡ ଏଡୋସର୍ମେନ୍ତ୍ ପାଇଁ ତାଙ୍କୁ ମାତ୍ର ୩ ଲକ୍ଷ ରୁ ୫ ଲକ୍ଷ ଭିତରେ ହିଁ ମିଳିଥାଏ ।

ତେବେ ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।