8.5 କୋଟି ଚାଷୀଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ଦେଖନ୍ତୁ କେତେ ଟଙ୍କା ପାଇବେ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଟି କୋଟି ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର Agricultural Infrastructure Fund ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଏହା ସହିତ ପିଏମ ମୋଦୀ PM Kisan Samman Nidhi Yojana ର ଷଷ୍ଠ କିସ୍ତି ପାଇଁ 17 ହଜାର କୋଟି ଟଙ୍କାର ମଞ୍ଜୁରି ଦେଇଛନ୍ତି । ଏହି ଫନ୍ଡ ରିଲିଜ ହେବା ପରେ ହାରାହାରି 8.5 କୋଟି ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଶାନ ଯୋଜନାର ଷଷ୍ଠ କିସ୍ତି ପଠାଇ ଦିଆଯିବ।

ଏହି ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ । ଦେଶର ଚାଷୀ, ସାଧାରଣ ନାଗରିକ ଓ କୋ-ଅପରେଟିଭ ସୋସାଇଟି ସଦସ୍ୟଙ୍କ ସହ ମୋଦି କଥା ହୋଇଥିଲେ । ଆପଣଙ୍କୁ କହି ଦେଉଛୁ କି କୃଷି କ୍ଷେତ୍ର ସହ ଜଡିତ ପ୍ରକଳ୍ପଗୁଡିକୁ ଆଗକୁ ବଢାଇବା ପାଇଁ ଓ କୃଷିର ଆଧୁନିକ ବିକଳ୍ପ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ପାଣ୍ଠି ର ଘୋଷଣା କରା ଯାଇଛି ।

ଆପଣଙ୍କୁ କହି ଦେଉଛୁ କି ଏହି ଏଗ୍ରି ଇନଫ୍ରା ଫନ୍ଡ ସେହି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜର ଏକ ଅଂଶ ଅଟେ ଯାହାକୁ କେନ୍ଦ୍ର ସରକାର କୋଭିଡ -19 ର ମୁକାବିଲା ପାଇଁ ଘୋଷଣା କରିଥିଲେ । ଏହି ଫନ୍ଡ ମାଧ୍ୟମରେ ଆସନ୍ତା ଦଶ ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବ । ଅଧିକ ଅମଳ ପାଇଁ ସ୍ୱଳ୍ପରୁ ମଧ୍ୟମ ଅବଧିର ରୁଣ ସୁବିଧାରୁ ଆରମ୍ଭ କରି ଉତ୍ପାଦନ ପରବର୍ତ୍ତୀ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ।

କୃଷି ଉଦ୍ୟୋଗ, ଷ୍ଟାର୍ଟଅପ୍ସ ଓ କୋ-ଅପରେଟିଭ ସୋସାଇଟି ଜରିଆରେ ଏହି ଟଙ୍କା ଚାଷୀଙ୍କୁ ଯୋଗାଇ ଦିଆଯିବ । ସରକାର ଏହି ଯୋଜନାରେ ୨ କୋଟି ପର୍ଯ୍ୟନ୍ତ ରୁଣ ଦେବେ । ଡିବିଟି ଜରିଆରେ ଦେଶର ୮ କୋଟି ୫୫ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଦିଆଯାଇଛି ୧୭ ହଜାର ୧୦୦ କୋଟି ଟଙ୍କା । କରୋନା କାଳରେ ଖରିଫ ଚାଷ ଆରମ୍ଭ କରିସାରିଥିବା କିମ୍ବା କରିବାକୁ ଯାଉଥିବା ଚାଷୀଙ୍କ ପାଇଁ ଏହି ଟଙ୍କା ବିଶେଷ ସହାୟକ ହେବ ।

ପିଏମ କିଷାନ ଯୋଜନାରେ ଦେଶର ପ୍ରାୟ ୧୪ କୋଟି ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ତିନିଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଆଧାର ଲିଙ୍କ ଥିବା ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେଉଛି ।

ସରକାର ଅନେକ ଋଣ ପ୍ରଦାନକାରୀ ସଂସ୍ଥା ସହିତ ଚୁକ୍ତିନାମା କରି ଏହି ଏକ ଲକ୍ଷ କୋଟି ଟଙ୍କାର ବୀମା ଯୋଜନା ଆରମ୍ଭ କରୁଛନ୍ତି। ଏଥିରେ 12 ଟି ବ୍ୟାଙ୍କ ମଧ୍ୟରୁ 11 ଟି ବ୍ୟାଙ୍କ ପୂର୍ବରୁ ହିଁ କୃଷି ସହଯୋଗ ଓ କିଶାନ କଲ୍ୟାଣ ବିଭାଗ ସହିତ ଏମଓୟୁ ସାଇନ କରି ନେଇଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।