ନିଜ ଜାଲରେ ହିଁ ଫସିଗଲେ ରିୟା ଚକ୍ରବର୍ତ୍ତୀ, ଏବେ CBI ସବୁ ରାଜର କରିବ ପର୍ଦାଫାସ

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏହି କେସ ପ୍ରଥମେ ମୁମ୍ବାଇ ପୋଲିସ ହାତକୁ ଯାଇଥିଲା । କିନ୍ତୁ ମୁମ୍ବାଇ ପୋଲିସକୁ ଏହି କେସରେ କୌଣସି ପ୍ରକାରର ପ୍ରମାଣ ନ ମିଳିବାରୁ ସୁଶାନ୍ତଙ୍କ ପିତା ଦୁଖିତ ହୋଇ ଶେଷରେ ବିହାର ର ଏକ ପୋଲିସ ଷ୍ଟେସନରେ ରିପୋର୍ଟ ଦର୍ଜ କରିଲେ । ଯାହା ପର ଠାରୁ ବିହାର ପୋଲିସ ମୁମ୍ବାଇ ଆସି ସୁଶାନ୍ତଙ୍କ କେସକୁ ଯାଞ୍ଚ କରିଲେ ।

କିନ୍ତୁ ବିହାର ପୋଲିସ ପ୍ରତି ମୁମ୍ବାଇ ପୋଲିସଙ୍କ ଅପବ୍ୟବହାର କାରଣରୁ ବିହାର ପୋଲିସ ବି ଏହି କେସକୁ ସଠିକ ରୂପରେ ଯାଞ୍ଚ କରି ପାରୁ ନ ଥିଲେ । ଅନ୍ୟ ପଟେ ସୁଶାନ୍ତଙ୍କ ସବୁ ଫ୍ୟାନ, କିଛି ରାଜନେତା ଓ ଅନ୍ୟ କିଛି ଷ୍ଟାରମାନଙ୍କ କହିବା ଦ୍ଵାରା ବର୍ତ୍ତମାନ ସରକାର ଏହି କେସକୁ CBIକୁ ହସ୍ତାନ୍ତର କରି ଦେଇଛନ୍ତି ।

କାରଣ ସମସ୍ତ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ଥିବା ଅସଲ କାରଣ ବିଷୟରେ ଜାଣିବାକୁ ଚାହୁଁଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ରିୟା ଚକ୍ରବତୀ ନିଜ ଜାଲରେ ନିଜେ ହିଁ ଫସି ଯାଇଛନ୍ତି ।

ଏହି ମାମଲାରେ ଯେଉଁଠି କିଛି ବଡ ବଡ ଷ୍ଟାରମାନଙ୍କ ନାମ ଯୋଡି ହେଉଥିଲା ଅନ୍ୟ ପଟେ ରିୟା ଚକ୍ରବତୀଙ୍କ ଉପରେ ବଡ ବଡ ଆରୋପ ଲାଗୁଥିଲା । ଏହା ପରେ ରିୟା ବି କହିଲେ କି ସୁଶାନ୍ତଙ୍କ କେସର CBI ଯାଞ୍ଚ ହେବା ଉଚିତ । କିନ୍ତୁ ସେ ଏହା କଣ ଚିନ୍ତା କରି କହିଥିଲେ ସେ ନିଜେ ହିଁ ଜାଣନ୍ତି । କାରଣ ତାଙ୍କ ଉପରେ ହିଁ ବଡ ବଡ ଆରୋପ ଲାଗିସାରିଛି । ହୋଇପାରେ କି CBI ଯାଞ୍ଚରେ ସେ ହିଁ ପ୍ରଥମେ ଫସି ପାରନ୍ତି ।

କିନ୍ତୁ ରିୟାଙ୍କ ଏହି ବୟାନ ପୂର୍ବରୁ ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ ଆରୋପ ଲଗାଇ ନ ଥିଲେ । କିନ୍ତୁ ଯେତେବେଳ ରିୟା CBI ଯାଞ୍ଚ କଥା କହିଲେ ତେବେ ସମସ୍ତେ ରିୟାଙ୍କୁ ସପୋର୍ଟ କରିବାକୁ ଲାଗିଲେ । କିନ୍ତୁ ଯେତେବେଳେ ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ ଆରୋପ ଲଗାଇଲେ କି ସେ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ବାହର କରୁଥିଲେ ଓ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ରିୟାଙ୍କ ହାତ ଅଛି ବୋଲି କହିଲେ ସେହି ସମୟ ପର ଠାରୁ ରିୟା ଧୀରେ ଧୀରେ ଏହି କେସରେ ଫସିବାକୁ ଲାଗିଲେ ।

ଯେତେବେଳ ରିୟା CBI ଯାଞ୍ଚ ପାଇଁ କହିଲେ ତେବେ ସେହି ସମୟରେ ମୁମ୍ବାଇ ପୋଲିସ ହାତରେ ସେହିଭଳି କିଛି ପ୍ରମାଣ ଲାଗି ନ ଥିଲା । ତେବେ ଏହି ସମୟରେ ରିୟା ଏହା ଚିନ୍ତା କରିଥିଲେ କି ପକ୍ଷପାତର ମାମଲା ଚାଲିଛି ତେବେ ସେ CBI ଯାଞ୍ଚ କଥା କହି ବଞ୍ଚି ଯିବେ । କିନ୍ତୁ ଯେମିତି ହିଁ CBI ହାତକୁ ଏହି କେସ ଗଲା ତେବେ ରିୟା ଫେରାର ହୋଇ ଯାଇଥିଲେ ଓ ସେ କେଉଁଠି ଥିଲେ ଏହା କାହାକୁ ବି ଜଣା ନ ଥିଲା ।

କିନ୍ତୁ ଯେତେବେଳେ ED ତାଙ୍କୁ ଏହା ସମନ ପଠାଇଲେ କି ତାଙ୍କୁ ୭ ତାରିଖ ମଧ୍ୟରେ ନିଜର ବୟାନ ଦର୍ଜ କରିବାର ଅଛି ତେବେ ସେ ସରକାରଙ୍କ ଏହି ନିଷ୍ପତିରେ ଭୟଭୀତ ହୋଇ ଶେଷରେ ନିଜର ବୟାନ ଦେଲେ । ଏହା ଛଡା ରିୟା ଚିନ୍ତା କରୁଥିଲେ କି ମୁମ୍ବାଇ ପୋଲିସଙ୍କ ହାତରେ କିଛି ବି ପ୍ରମାଣ ଲାଗି ନାହିଁ ଯାହା ଦ୍ଵାରା ସେ ବଞ୍ଚି ଯିବେ କିନ୍ତୁ ବର୍ତ୍ତମାନ ସମୟରେ ସେ CBI ଯାଞ୍ଚ କଥା କହି ନିଜ ଜାଲରେ ନିଜେ ହିଁ ଫସି ଯାଇଛନ୍ତି । ବର୍ତ୍ତମାନ ଦେଖିବାର ଅଛି କି CBI ଯାଞ୍ଚରେ କଣ ସାମ୍ନାକୁ ଆସୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।