6 ମ୍ଯାଚରେ 5 ଶତକ, ତଥାପି ଦମଦାର ବ୍ୟାଟିଂ କରୁଥିବା ଏହି ଯୁବ ପ୍ରତିଭାବାନ ଖେଳାଳିଙ୍କ ପ୍ରତି ଟିମ୍ ଇଣ୍ଡିଆର ଏଭଳି ଅନ୍ୟାୟ କାହିଁକି ?

ବିଜୟ ହଜାରେ ଟ୍ରଫିର ଗତ କିଛି ମ୍ଯାଚରେ ନିଜ କମାଲ ଦେଖାଇଛନ୍ତି ଏହି ଭାରତୀୟ ଯୁବ କ୍ରିକେଟର । ଆଜ୍ଞା ହଁ, 6ଟି ମ୍ଯାଚ ଖେଳିଥିବା ବେଳେ 5ଟି ଶତକ ଲଗେଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକୱାଡ । 50 ଓଭରର ଘରୋଇ ମ୍ଯାଚରେ ଲଗାତାର ଭଲ ରନ୍ ସ୍କୋର କରୁଥିବା ଏହି ପ୍ରତିଭାବାନ ବ୍ୟାଟ୍ସମ୍ୟାନ ଟିମ୍ ଇଣ୍ଡିଆରେ କିନ୍ତୁ ସ୍ଥାନ ପାଉ ନାହାନ୍ତି । କିନ୍ତୁ ନିଜ ପ୍ରଦର୍ଶନ ଦ୍ଵାରା ଚୟନକର୍ତ୍ତାଙ୍କୁ ଦେଖାଇ ଦେଲେଣି କି ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ଯୋଗ୍ୟ ଅଟନ୍ତି ।

ଋତୁରାଜ ଗାଇକୱାଡ ଅଧିନାୟକତା ତୁଲାଇବା ସହ ନିଜେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଲଗାତାର ଭଲ ରନ୍ ବନେଇବା ସତ୍ତ୍ୱେ ତାଙ୍କୁ ଟିମ୍ ରେ ସ୍ଥାନ ଦିଆ ଯାଇନାହିଁ । ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ଯାଚରେ 112 ବଲରେ 136 ରନ୍ ସ୍କୋର କରିଥିବା ବେଳେ ବାକି ସବୁ ମ୍ଯାଚରେ 154 (143) ନଟ୍ ଆଉଟ୍, 168 (132), 124 (129) ଓ 124 ନଟ୍ ଆଉଟ୍ (123) ସ୍କୋର କରିଛନ୍ତି । କେବଳ ଗୋଟିଏ ମ୍ଯାଚରେ 18 ବଲରେ 21 ରନ୍ କରି ଆଉଟ୍ ହୋଇଥିଲେ ଋତୁରାଜ ।

ଋତୁରାଜ ଗାଇକୱାଡ IPL ରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ମଧ୍ୟ ମ୍ଯାଚ ଖେଳିଛନ୍ତି । ତାଙ୍କର ଏହି ଦକ୍ଷତା ଯୋଗୁଁ ହିଁ ମହେନ୍ଦ୍ର ସିଂ ଧୋନୀ ତାଙ୍କୁ ନିଜ ଟିମ୍ ରେ ସ୍ଥାନ ଦେଇଥିଲେ । CSK ପାଇଁ ମ୍ଯାଚ ଖେଳି ମଧ୍ୟ ଋତୁରାଜ ଲଗାତର ବହୁତ ସ୍କୋର କରିଥିବାର ଦେଖାଯାଇଛି । 2021 ବର୍ଷରେ CSK ପାଇଁ ସବୁଠୁ ଅଧିକ ରନ୍ ସ୍କୋର କରିଥିଲେ ଋତୁରାଜ । ଏସବୁ ସତ୍ତ୍ୱେ ଟିମ୍ ଇଣ୍ଡିଆରେ ତାଙ୍କୁ ସୁଯୋଗ ନ ମିଳିବା ସତରେ ଦୁଃଖର ବିଷୟ ।

କିନ୍ତୁ ଗୋଟିଏ ଖୁସି ଖବର ହେଉଛି, ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ୱାସିମ ଜାଫର ଋତୁରାଜଙ୍କର ପ୍ରଦର୍ଶନକୁ ବେଶ ପ୍ରଶଂସା କରିଛନ୍ତି । ଏପରିକି ଭବିଷ୍ୟତରେ CSK ପାଇଁ ଋତୁରାଜ ଜଣେ ଯୋଗ୍ୟ ଅଧିନାୟକ ବିବେଚିତ ହେବେ ବୋଲି କହିଛନ୍ତି । ଜାଫର କହିଛନ୍ତି କି, ଏମଏସ ଧୋନୀଙ୍କ ପରେ CSK ର ଅଧିନାୟକ ମଙ୍ଗ କିଏ ସମ୍ଭାଳିବେ ଏହା ଉପରେ ସମସ୍ତଙ୍କ ନଜର ରହିବ । ଋତୁରାଜ ଗାଇକୱାଡ ଏଥିପାଇଁ ସବୁଠୁ ଭଲ ବିକଳ୍ପ ହୋଇପାରନ୍ତି ।

ସେ ଯୁବା ଅଛନ୍ତି ଓ ମହାରାଷ୍ଟ୍ର ତରଫରୁ ଅଧିନାୟକତା ମଧ୍ୟ ସମ୍ଭାଳିଛନ୍ତି । CSK ର ପରବର୍ତ୍ତୀ ଅଧିନାୟକ ଭାବେ ସେ ପ୍ରସ୍ତୁତ ହେବା ଭଳି ନଜର ଆସୁଛନ୍ତି । ତାଙ୍କୁ ଏଥିପାଇଁ କିଛି ଦାୟିତ୍ଵ ମିଳିପାରେ । ତେବେ ଦେଖାଯାଉ ଆଗକୁ କଣ ରହୁଛି ଋତୁରାଜଙ୍କ ଭବିଷ୍ୟତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।