108 କଲ୍… ଡାର୍ଲିଂ କିଛି ହେଇନି ଚାଲ ଆମେ ପଳେଇବା, 108 କଲ୍ ରେକର୍ଡ ଶୁଣିଲେ ଆପଣ କାନରେ ହାତ ଦେଇଦେବେ… ଶୁଣନ୍ତୁ

ସାଧାରଣ ଜନତାଙ୍କ ସୁବିଧା ପାଇଁ ସରକାର ଯୋଗାଇ ଦେଇଛନ୍ତି 108 ଆମ୍ବୁଲାନ୍ସ ସେବା ଓ ଏଥିପାଇଁ ଜରୁରୀକାଳୀନ ସେବା ନମ୍ବର ମଧ୍ୟ ଜାରି କରାଯାଇଛି । କିନ୍ତୁ ଏହି ଜରୁରୀକାଳୀନ ସେବାରେ ଫୋନ କରି କିଛି ବ୍ୟକ୍ତି ସମୟ ନଷ୍ଟ କରିବା ସହ ଯେପରି ଅଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି ଶୁଣିଲେ ଆପଣ କାନରେ ହାତ ଦେଇ ଦେବେ । ଫୋନ କରି ଅଶ୍ଳୀଳ କଥା କହିବ ସହ କର୍ମଚାରୀଙ୍କ ନାଁରେ କେସ୍ କରିବାକୁ ଓଲଟା ଧମକ ବି ଦେଲେ ।

ସେହିପରି ଆଉ ଆଉ ଜଣେ ଯୁବକ 108 ଜରୁରୀକାଳୀନ ନମ୍ବରକୁ ଫୋନ କରି କହୁଛନ୍ତି, ଡାର୍ଲିଂ ଚାଲ ଆମେ ପଳେଇବା । 108 ଜରୁରୀକାଳୀନ ସେବା ନମ୍ବରକୁ ବ୍ୟସ୍ତ ରଖି ଏଭଳି ଅସମାଜିକ ବ୍ୟକ୍ତି ଯଦି ଏମିତି ଉତ୍ପାତ କରିବେ ତେବେ ପ୍ରକୃତ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରିବ ତ ? ଜରୁରୀକାଳୀନ ସେବା ନମ୍ବରକୁ ଅନେକ ଫେକ୍ କଲ୍ ସବୁ ଆସୁଛି । ଆଉ ଏଭଳି ବ୍ୟକ୍ତିଙ୍କୁ କର୍ମଚାରୀ କଣ ଉତ୍ତର ଦେବେ ଅଡୁଆରେ ପଡି ଯାଉଛନ୍ତି ।

କାରଣ ଆଉ ଜଣେ ଫେକ୍ କଲର୍ କହିଛନ୍ତି, ମୋତେ ଅଢେଇ ହଜାର ଟଙ୍କା ଦିଅ ଆଉ ମୋତେ ଟିକେ ଦେଖ । ସେହିପରି ଆଉ ଏକ ନମ୍ବରରୁ ଫୋନ ଆସିଲା ଆଉ କୁହାଗଲା ମୋ ଗୋଡ ଛିଡି ଯାଇଛି । କର୍ମଚାରୀ ଯେତେବେଳେ କହିଲେ ଆପଣଙ୍କ ପାଖରେ କିଏ ଅଛନ୍ତି ତାଙ୍କୁ ଫୋନ ଦିଅ ସେତେବେଳେ ସମ୍ପୃକ୍ତ ବ୍ୟକ୍ତି ଅନ୍ୟଜଣଙ୍କୁ ଫୋନ ଧରାଇ ଦେଲେ । ଆଉ ସେ ପିଲାଙ୍କ ଭଳି ଅଭିନୟ କରି ହଁ ହଁ ମୋ ଗୋଡ ଛିଡି ଯାଇଥିବା କହୁଛନ୍ତି ।

ଆଉ ଏକ କଲରେ ଯେତେବେଳେ କର୍ମଚାରୀ ପଚାରୁଛନ୍ତି ପେସେଣ୍ଟଙ୍କର କଣ ହେଇଛି, ସେପଟୁ ଉତ୍ତର ଆସୁଛି କିଛି ହେଇନି । ଏଭଳି ଅନେକ ଫେକ୍ କଲ୍ ଶୁଣିଲେ ଆପଣ ବି ବିରକ୍ତ ହୋଇଯିବେ । କିଛି କମ ନଥାଇ ଟାଇମ୍ ପାସ୍ ପାଇଁ ଫୋନ କରିଥିଲୁ ବୋଲି କହୁଛନ୍ତି ବ୍ୟକ୍ତି । ଗୋଟିଏ ଦିନରେ ଜଣେ କର୍ମଚାରୀ ପ୍ରାୟ 200 ପାଖାପାଖି କଲ୍ ନିଅନ୍ତି । ଆଉ ସେଥିରୁ ଅନେକ ଫେକ୍ କଲ୍ ସବୁ ଆସୁଥିବା କହିଛନ୍ତି ଜଣେ 108 ଜରୁରୀକାଳୀନ ସେବା କର୍ମଚାରୀ ।

କିଛି କଲ୍ ଫେକ୍ ବୋଲି ଜଣାପଡିବା ପରେ ସେମାନେ କାଟି ଦେଉଛନ୍ତି । କିନ୍ତୁ ଗୋଟେ ଗୋଟେ ଫେକ୍ କଲ୍ ରେ ଗାଡି ପଠେଇ ଦେଉଛନ୍ତି । ଫଳରେ ଆମ୍ବୁଲାନ୍ସ ଚାଳକ ମଧ୍ୟ ଅସୁବିଧାରେ ପଡ଼ୁଛନ୍ତି । ଅଶାଳୀନ କଥା କହିବା ସହ ଅଶ୍ଳୀଳ ଭାଷାରେ ମଧ୍ୟ ଲୋକେ କଥା ହେଉଛନ୍ତି । ଏହାଦ୍ବାରା ପ୍ରକୃତ ରୋଗୀମାନେ ନିଶ୍ଚିତ ଭାବେ ହଇରାଣ ହେବେ । ତେଣୁ ଯଥାଶୀଘ୍ର ଏଭଳି ଅସାମାଜିକ ଲୋକଙ୍କୁ ରୋକିବା ଅତ୍ୟନ୍ତ ଜରୁରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।