5T ସଚିବ ଙ୍କୁ କାଳି ମାଡ କରିଥିବା ଭାସ୍କର ସାହୁ କୁ ନେଇ ରହିଛି ବଡ ସୂଚନା.. ଜାଣନ୍ତୁ ପୁରା ଘଟଣା

ନମସ୍କାର ବନ୍ଧୁଗଣ । ଫାଇଭ ଟି ସଚିବ ଙ୍କୁ ଗତ କାଳି କାଳି ମାଡ ହୋଇଥିଲା । ଏହା ପରେ ଏହି ଘଟଣାକୁ ନେଇ ଚାରି ଆଡେ ବିବାଦ ଦେଖା ଯାଇଥିଲା । ଆଉ ଏହି  ଘଟଣାର ଅଭିଯୁକ୍ତ ଭାସ୍କର ସାହୁ କୁ ଏବେ ପୋଲିସ ଛାଡି ଦେଇଥିବା ସୂଚନା ମିଳିଛି । ଗତ କାଲି ସତ୍ୟବାଦୀ ରେ ଭାସ୍କର କାଳି ମାଡ କରିଥିଲା । ଗତ କାଲି ପୋଲିସ ଭାସ୍କର କୁ ଆରେଷ୍ଟ କରିଥିଲା ଏହି ଘଟଣା ପରେ ।

ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଭାସ୍କର ସାହୁ ନାମକ ଜଣେ ଯୁବକ ଯିଏ କି କାଳି ମାଡ କରିଥିଲେ ଓ ଏହା ପରେ ତାଙ୍କୁ ଗିରଫ ମଧ୍ୟ କରା ଯାଇଥିଲା । କିନ୍ତୁ ଏବେ ଖବର ଆସିଛି କି ଭାସ୍କର ସାହୁ କୁ ଏବେ ପୋଲିସ ଛାଡି ଦେଇଛି । ସୂଚନା ଅନୁଯାୟୀ ଭାସ୍କର ଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ ।

ପୁରୀ ପୋଲିସ ର ସୂଚନା ଅନୁଯାୟୀ ଭାସ୍କର ଙ୍କୁ ତାଙ୍କ ବଡ ଭାଇ ଙ୍କ ଜିମା ରେ ଛାଡି ଦିଆ ଯାଇଛି । ଏମିତି କି ଭାସ୍କର ସାହୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ଏହି ଘଟଣା ଯେମିତି ପରବର୍ତ୍ତୀ ସମୟରେ ହେବ ନାହିଁ ଏମିତି କିଛି ଲେଖା ଲେଖିଛନ୍ତି ଭାସ୍କର ସାହୁ । କଣ ପାଇଁ ଏହି ଘଟଣା ଘଟିଲା ତାହା ନେଇ ପୁରୀ ପୋଲିସ କୌଣସି ସୂଚନା ଦେଇ ନାହିଁ ।

ପୁରୀ ପୋଲିସ ର ସୂଚନା ଅନୁଯାୟୀ ଗତ କାଇ ରତାଇ 10ରୁ 11 ଟା ଭିତରେ ତାଙ୍କ ବଡ ଭାଇ ଙ୍କ ଜିମା ରେ ଛାଡି ଦିଆ ଯାଇଛି । କିନ୍ତୁ ଏ ଯାଏଁ ଭାସ୍କର ତାଙ୍କ ଘରକୁ ଯାଇ ନାହାନ୍ତି ବୋଲି ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସୂଚନା ଦେଇଛନ୍ତି । ତେବେ ବଡ ପ୍ରଶ୍ନ ଉଠୁଛି କି ଭାସ୍କର ଏବେ କେଉଁଠି ଅଛନ୍ତି ? ତେବେ ଭାସ୍କର ଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ଥମିବାରେ ଲାଗିଛି ।

ଭାସ୍କର ଏମିତି କାହିଁଙ୍କି କରିଲେ କିମ୍ବା କାହା ଇସାରା ରେ କରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତେବେ ସେ ଯାହା ବି ଯେହେତୁ ତାଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ ହୋଇ ନାହିଁ ସେଥିପାଇଁ ପୋଲିସ ତାଙ୍କୁ ଗତ କାଲି ରାତି ରେ ହିଁ ଛାଡି ଦେଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।