ଭଦ୍ରକ ରେ କୁମ୍ଭୀର ମଣିଷ ଙ୍କୁ ଦେଖି ପାଣି ଭିତରେ ଲୁଚି ଯାଉଥିବାର ଭିଡିଓ ଦେଖନ୍ତୁ…

ପୁଣି ଗାଈ କୁ ଖାଇଲା କୁମ୍ଭୀର । ମଣିଷ ଦେଖିଲେ ମୁଣ୍ଡ ତେକୁଛି ପୁଣି ଲୁଚି ଯାଉଛି କୁମ୍ଭୀର । ହଁ ଦର୍ଶକ ବନ୍ଧୁ ଭଦ୍ରକ ଜିଲ୍ଲା ନନ୍ଦେଇ ନଦୀ ରେ ଏବେ ବୁଲୁଛି କୁମ୍ଭୀର । କେବେ ପାଣି ଭିତରେ ଲୁଚି ରହୁଛି ତ ଆଉ କେବେ ମୁଣ୍ଡ ଟେକି ଚାହୁଁଛି । ପାଣିରେ କୁମ୍ଭୀର ଥିବାରୁ ଭୟରେ ପାଣି କୁ ଯାଉ ନାହାନ୍ତି ଲୋକେ । ଏ ହେଉଛି ଭଦ୍ରକ ବାସୁଦେବପୁର ମନ୍ତେଇ ନଦୀ ର ଦ୍ରୁଶ୍ଯ । ଏଠାରେ ଭାସୁଛି 20 ଫୁଟ ଲମ୍ବର ବଡ କୁମ୍ଭୀର ।

କେତେବେଳେ ବୁଡି ଯାଉଛି ତ ଆଉ କେବେ ଉଠି ପଡୁଛି । ନଦୀ ରେ କୁମ୍ଭୀର କୁ ଦେଖି ଆତଙ୍କିତ ହୋଇ ପଡିଲେଣି ସ୍ଥାନୀୟ ଲୋକେ । ମନ୍ତେଇ ନଦୀ ରେ ପାଣି ଲହଡି ଆସିବାରୁ ବନ୍ଧ ଉପରକୁ ଉଠି ଆସୁଛି କୁମ୍ଭୀର । କେତେବେଳେ କାହାକୁ ଆକ୍ରମଣ କରିବ ତାହା କେହି କହି ପାରିବେ ନାହିଁ । ଗାଁ ରେ ନଳକୂଅ ଓ ପୋଖରୀ ର ସୁବିଧା ନ ଥିବାରୁ ଗାଧୁଆ ଠାରୁ ଆରମ୍ଭ କରି ସବୁ ନିତ୍ୟ ବ୍ୟବହାର କାର୍ଯ୍ୟ ପାଇଁ ମନ୍ତେଇ ନଦୀ ପରେ ଭରସା କରିଥାନ୍ତି କରଞ୍ଜିଆ ଗ୍ରାମ ପଞ୍ଚାୟତ ର ବାଲିଆପାଳ ଗାଁ ଲୋକେ ।

ଖାଲି ନିତ୍ୟ ବ୍ୟବହାର କାର୍ଯ୍ୟ ପାଇଁ ନଦୀ ପାଣିର ବ୍ୟବହାର ହେଉଛି ତାହା ନୁହେଁ ବରଂ ସ୍ଥାନୀୟ ଲୋକ ଜାଲ ପକାଇ ମାଛ ଧରନ୍ତି । ଦୁଇ ପଇସା ରୋଜଗାର କରନ୍ତି । ହେଲେ ଜାଲ ପକାଉ ପକାଉ କୁମ୍ଭୀର ଦେଖିବା ପରେ ଆତଙ୍କିତ ହୋଇ ପଡିଥିଲେ ଲୋକେ । ଆଉ ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଏହି ଦ୍ରୁଶ୍ଯ କୁ । ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା ।

ଓ ନଦୀ କୁ ଯିବାକୁ ଲୋକେ ଭୟ କରିଲେଣି । ତେବେ ଗତ ସୋମବାର ଦିନ ଏଭଳି ଦେଖିବାକୁ ମିଳିଥିଲା । ଲୋକେ ଖାଲି ଭୟ କରୁ ନାହାନ୍ତି ବରଂ ଗାଈ ନଦୀ କୂଳରେ ଥିବା ବେଳେ କୁମ୍ଭୀର ତାକୁ ଟାଣି ନେଇ ଖାଉଥିବାର ଦ୍ରୁଶ୍ଯ ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଏବେ ଭୟ ର ବାତାବରଣ ଖେଳି ଯାଇଛି । ନଦୀ ରେ କୁମ୍ଭୀର ଥିବାର ଖବର ବନ ବିଭାଗ କୁ ଦିଆ ଯାଇଥିଲା ।

ପରେ ମେଜର କହିଛନ୍ତି ସାଧାରଣତଃ ବର୍ଷା ଦିନେ କୁମ୍ଭୀର ମାନେ ହିଂସ୍ର ଥାନ୍ତି । ତେଣୁ ନଦୀ ଭିତରକୁ ନ ଯିବା ପାଇଁ ବାରଣ କରା ଯାଇଛି । ଏବେ ନୁହେଁ ବରଂ ନଦୀ ରେ ବାରମ୍ବାର କୁମ୍ଭୀର ଦେଖି ଆତଙ୍କିତ ହେଉ ଥିବାରୁ ଚିନ୍ତାରେ ଅଛନ୍ତି ସ୍ଥାନୀୟ ଲୋକେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।