୫୮ ବର୍ଷ ବୟସରେ ଝିଅମାନଙ୍କର ସ୍ଵପ୍ନର ରାଜକୁମାର, କରିସାରିଛି ୧୨୦ ଟି ବିବାହ ତଥାପି ଭରି ନାହିଁ ମନ

କୁହନ୍ତି କି ବାହାଘର କୌଣସି କଣ୍ଢେଇ ଖେଳ ନୁହେଁ । ସେଥିପାଇଁ ଯଦି କୌଣସି ପୁରୁଷ ଓ ମହିଳା ପରସ୍ପର ସହିତ ଏହି ବନ୍ଧନରେ ବାନ୍ଧି ହୋଇଯାଏ ତେବେ ତାହା ସହିତ ତାହାର ସାରା ଜୀବନର ସମ୍ବନ୍ଧ ହୋଇଯାଏ । କିନ୍ତୁ ଆଜି ଯେଉଁ ଖବର ଆମେ ଆପଣଙ୍କୁ ଶୁଣାଇବାକୁ ଯାଉଛୁ ତାକୁ ଶୁଣିବା ପରେ ଆପଣ ଏହି ସମସ୍ତ କଥାକୁ ଭୁଲିଯିବେ । କାରଣ ଏଠି ଜଣେ ବ୍ୟକ୍ତି ବିବାହର ସମସ୍ତ ଅର୍ଥକୁ ପୂରାପୂରି ବଦଳାଇ ଦେଇଛି ।

କହିବାକୁ ଗଲେ ଥାଈଲ୍ୟାଣ୍ଡରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯେଉଁଠି ଗୋଟିଏ ବ୍ୟକ୍ତି ନିଜର ୫୮ ବର୍ଷ ପର୍ଯ୍ୟନ୍ତ ୧୨୦ ଥର ବିବାହ କରି ସାରିଛି । ଥାଈଲ୍ୟାଣ୍ଡର ନକୋନ ନାୟୋକ ପ୍ରାନ୍ତରେ ରହୁଥିବା ତଂବନ ପ୍ରୈଜ଼ର୍ଟ ୧୨୦ ଥର ବିବାହ କରିଛନ୍ତି । ଏତିକି ନୁହେଁ ଏହା ସତ୍ତ୍ୱେ ବି ସେ ଆହୁରି ବି ବିବାହ କରିବା ପାଇଁ ଇଚ୍ଛା ରଖିଛନ୍ତି । ଯଦି ଆଇନ ଅନୁସାରେ ଦେଖାଯିବ ତେବେ ଥାଈଲ୍ୟାଣ୍ଡରେ ବହୁବିବାହ ପ୍ରତିବଂଧିତ ଅଟେ, କିନ୍ତୁ ଏହା ପରେ ବି ଏହି ବ୍ୟକ୍ତି ଜଣକ ଅବୈଧ ଭାବରେ ୧୦୦ ରୁ ଅଧିକ ବିବାହ କରି ସାରିଛି ।

କହିଦେଉଛୁ କି ଏହି ବ୍ୟକ୍ତି ଜଣକ ସମସ୍ତ ବିବାହ କରିବା ପୂର୍ବରୁ ନିଜେ ହିଁ ଏହି କଥାର ସୂଚନା ନିଜର ପତ୍ନୀମାନଙ୍କୁ ଦେଇ ଦେଇଥାଏ କି ସେ ବିବାହ କରିବାକୁ ଯାଉଛି । ଏତିକି ନୁହେଁ ଏହି ବ୍ୟକ୍ତି ଜଣକ ଯେଉଁ ଯୁବତୀ ସହ ବିବାହ କରେ ସେହି ଯୁବତୀର ମାତା ପିତା ସହ କଥାବାର୍ତ୍ତ କରେ ଓ ସମସ୍ତେ ହଁ କରିବା ପରେ ହିଁ ପୁରା ପରମ୍ପରା ସହ ବିବାହ ହୋଇଥାଏ । ତଂବନ ପ୍ରୈଜ଼ର୍ଟର ପ୍ରଥମ ବିବାହ ୧୭ ବର୍ଷରେ ହୋଇଥିଲା ।

ସେ କହିଲେ ତାଙ୍କର ପ୍ରଥମ ପତ୍ନୀ ତାଙ୍କ ଠାରୁ ୨ ବର୍ଷ ଛୋଟ ଥିଲା ଓ ତାଙ୍କର ତିନୋଟି ଶିଶୁ ବି ଅଛି । ଯେତେବେଳେ ଏତେ ବିବାହ କରିବାର କାରଣ ବିଷୟରେ ପଚରାଗଲା ତେବେ ସେ କହିଲେ କି ସେ ଯେତେବେଳେ କଂସ୍ଟ୍ରକ୍ସନ ବିଜନେସ ଆରମ୍ଭ କରିଲେ, ତେବେ ତାଙ୍କୁ ଏକ ଅଜବ ଅଭ୍ୟାସ ଲାଗିଗଲା ।

ସେ ଯେଉଁଠି ବି ଘର ତିଆରି କରୁଥିଲେ ତେବେ ସେ ସେଠାକୁ ଏକ ନୂତନ ପତ୍ନୀ ସହ ଯାଆନ୍ତି । ତଂବନ ପ୍ରୈଜ଼ର୍ଟ କହିଲେ କି, ‘ମୁଁ ଏକ ବିଲ୍ଡର ଅଟେ, ଯେଉଁଠି ଘର କରିଥାଏ ସେଠି ଏକ ପତ୍ନୀ ମିଳିଯାଏ । ସମସ୍ତଙ୍କୁ ଭଲ ପାଇଥାଏ ଓ ସମସ୍ତେ ମୋତେ ବି ଭଲ ପାଆନ୍ତି । ତଂବନ ପ୍ରୈଜ଼ର୍ଟ ଆଗକୁ କହିଲେ କି, ‘ମୋର ୧୨୦ ଜଣ ପତ୍ନୀ ଓ ୨୮ ଟି ସନ୍ତାନର ଦେଖାଶୁଣା କରିବାରେ ମୋତେ କିଛି ବି ଅସୁବିଧା ହୁଏ ନାହିଁ । ତଂବନ ପ୍ରୈଜ଼ର୍ଟ ସମସ୍ତଙ୍କର ସମସ୍ତ ସୁବିଧା ଓ ଅସୁବିଧାର ଧ୍ୟାନ ରଖିଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।