ତିନି ତଲାକ ପୀଡ଼ିତା ଧରିଲା ଶଶୁରର କଲର, ଚପଲରେ ମାରି ପଚାରିଲା, ‘କହ କେଉଁଠି ଅଛି ତୋ ପୁଅ’, ଆଉ ତା ପରେ …

ତିନି ତଲାକର ବିଲକୁ ଦୁଇ ସଦନରୁ ଗ୍ରହଣ ହୋଇ ସାରିଛି ଓ ରାଷ୍ଟ୍ରପତି ବି ଏହି ବିଲ ଆଇନ ଉପରେ ମୋହର ଲଗାଇ ସାରିଛନ୍ତି । ତିନି ତଲାକ ଆଇନ ଆସିବା ପରେ କୌଣସି ବି ମୁସ୍ଲିମ ଧର୍ମର ବ୍ୟକ୍ତି ନିଜର ପତ୍ନୀକୁ ତିନି ଥର ତଲାକ ଦେଇ ପାରିବ ନାହିଁ । ଏହି ଆଇନ ଆସିବା ପରେ ସମସ୍ତ ମୁସ୍ଲିମ ମହିଳାମାନେ ଖୁସି ହୋଇ ଯାଇଛନ୍ତି । ବର୍ତ୍ତମାନ ତିନି ତଲାକକୁ ଶେଷ କରି ଦିଆ ଯାଇଛି ଓ ଏହା ଜାଗାରେ ନୂଆ ଆଇନ ତିନି ତଲାକ (ମୁସ୍ଲିମ ମହିଳା-ବିବାହ ଅଧିକାର ସଂରକ୍ଷଣ) କରାଯାଇଛି ।

ତିନି ତଲାକ ପୀଡ଼ିତା ଶଗୁଫ୍ତା ପରବୀନର କାହାଣୀ

ତିନି ତଲାକ କାରଣରୁ ଆମ ଦେଶରେ ବହୁତ ମୁସ୍ଲିମ ମହିଳାମାନଙ୍କୁ ତାଙ୍କ ସ୍ଵାମୀ ଦ୍ଵାରା ତଲାକ ଦିଆ ଯାଇ ସାରିଛି ଓ ଏହି ମହିଳାମାନଙ୍କ ମଧ୍ୟରେ ଜଣେ ଶଗୁଫ୍ତା ପରବୀନ ବି ଅଟନ୍ତି । ଶଗୁଫ୍ତା ପରବୀନର ବିବାହ ବର୍ଷ ୨୦୦୭ରେ ହୋଇଥିଲା ଓ ବିବାହର ତିନି ବର୍ଷ ପରେ ତାହାର ସ୍ଵାମୀ ତାକୁ ତଲାକ ଦେଇଦେଲା । ତଲାକ ଦେବା ପରେ ଶଗୁଫ୍ତା ପରବୀନର ସ୍ଵାମୀ ନା ହିଁ ତାର ଓ ନା ହିଁ ତା’ ସନ୍ତାନମାନଙ୍କର ଦାୟିତ୍ଵ ନେଲା । ଯାହା ପରେ ଶଗୁଫ୍ତା ପରବୀନ କୋର୍ଟର ସାହାର୍ଯ୍ୟ ମାଗିଲା ।

କୋର୍ଟର ପରିସର ବାହାରେ ହେଲା ହଙ୍ଗାମା

ବିହାରର ଗୋପାଲଗଞ୍ଜ କୋର୍ଟ ପରିସର ବାହାରେ ବୁଧବାର ଦିନ ତିନି ତଲାକ ପୀଡ଼ିତା ଶଗୁଫ୍ତା ପରବୀନ ହଙ୍ଗାମା କରି ନିଜର ଶଶୁର ସହିତ ମାରପିଟ କରିଲା । କୁହାଯାଉଛି କି ତଲାକ ଦେବା ପରେ ଶଗୁଫ୍ତା ପରବୀନକୁ ତାହାର ସ୍ଵାମୀ ମିଳିଲା ନାହିଁ ଓ ନିଜ ସ୍ଵାମୀ ବିଷୟରେ ଶଗୁଫ୍ତା ପରବୀନ ଯେତେବେଳେ ନିଜ ଶଶୁରକୁ ପଚାରିଲା ତେବେ ସେ କିଛି ବି କହିବାକୁ ମନା କରିଦେଲା ।

ଯାହା ପରେ ଶଗୁଫ୍ତା ପରବୀନ ସର୍ବ ପ୍ରଥମେ ନିଜ ଶଶୁରର କଲରକୁ ଧରିଲା ଓ କିଛି ବି ଜବାବ ନ ମିଳିବାରୁ ସେ ଶଶୁରକୁ ଚପଲରେ ମାରିବାକୁ ଆରମ୍ଭ କରିଦେଲା । ଏହା ପରେ ଗୋପାଲଗଞ୍ଜ କୋର୍ଟ ପରିସର ସ୍ଥାନୀୟ ଦୋକାନଦାର ଶଗୁଫ୍ତା ପରବୀନର ରାଗକୁ ଶାନ୍ତ କରାଇଲା ଓ ଏହି ମାମଲାର ସମାଧାନ କରିଲା ।

ଶଗୁଫ୍ତା ପରବୀନ ଅନୁସାରେ ତାହାର ବିବାହ ୧୪ ମାର୍ଚ୍ଚ ୨୦୦୭ରେ କୁଚାୟକୋଟର ବଲୀ ଖରେୟାର ନିବାସୀ ଅଲୀ ଅଖ୍ତର ସହ ହୋଇଥିଲା । ଏହି ବିବାହ ପରେ ଶଗୁଫ୍ତା ପରବୀନ ଓ ଅଲୀ ଅଖ୍ତରକୁ ୨ଟି ଝିଅ ବି ହୋଇଥିଲା । ବିବାହ କରିବା ପରେ ଅଲୀ ଅଖ୍ତର ଚାକିରି କରିବା ପାଇଁ ବିଦେଶ ଚାଲିଗଲା । ଏହା ପରେ ୨୦୧୦ରେ ଯେତେବେଳେ ସେ ଭାରତକୁ ଫେରିଲା ତେବେ ଅଲୀ ଅଖ୍ତର ଶଗୁଫ୍ତା ପରବୀନକୁ ତିନି ତଲାକ ଦେଇଦେଲା ଓ ତଲାକ ଦେବା ପରେ ସଙ୍ଗେ ସଙ୍ଗେ ହିଁ ଆଫରୀନ ନାମକ ଏକ ମହିଳାକୁ ବିବାହ କରି ନେଲା ।

ଏହା ପରେ ଶଗୁଫ୍ତା ପରବୀନ କୋର୍ଟରେ ଏହି ତଲାକ ବିରୁଦ୍ଧରେ କେସ କରିଲା । କୋର୍ଟ ଏହି ମାମଲାରେ ଶଗୁଫ୍ତା ପରବୀନକୁ ସବୁ ମାସରେ ୨୦୦୦ ଟଙ୍କା ଦେବା ପାଇଁ ତାହାର ସ୍ଵାମୀକୁ ଆଦେଶ ଦେଲେ । କିନ୍ତୁ ଶଗୁଫ୍ତା ପରବୀନର ଆରୋପ ଏହା ଅଟେ କି ତାହାର ସ୍ଵାମୀ ଆଜି ପର୍ଯ୍ୟନ୍ତ ତାଙ୍କୁ ଏକ ଟଙ୍କା ବି ଦେଇ ନାହିଁ ଓ ୯ ବର୍ଷ ହେବ ସେ ନିଜ ଝିଅମାନଙ୍କ ପାଇଁ ନ୍ୟାୟ ମାଗୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।