ଏହି 4ଟି ଲକ୍ଷଣ ଥିବା କନ୍ୟା ନିଜ ସ୍ବାମୀଙ୍କୁ କରିଥାନ୍ତି ଧନବାନ- Jyotisha Shastra

୧. ଯେଉଁ ମହିଳା ମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ୨. ଯେଉଁ ମହିଳା ମାନେ ଆସ୍ତିକ, ଦାନଶୀଳ, କ୍ଷମାଶୀଳ, ବୁଦ୍ଧିମତି ଏବଂ କର୍ତ୍ତବ୍ୟପରାୟଣ ହୋଇଥାନ୍ତି ସେମାନେ ସାକ୍ଷାତ ଲକ୍ଷ୍ମୀ ଙ୍କ ସ୍ବରୂପ ଅଟନ୍ତି । ୩. ଯେଉଁ ମହିଳା ମାନେ ଘରକୁ ଆସିଥିବା ଅତିଥି ଙ୍କୁ ଆଦର ପୂର୍ବକ ସତ୍କାର କରିଥାନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ଯେଉଁ ମହିଳା ମାନେ ସକାଳେ ଏବଂ ସନ୍ଧ୍ୟା ବେଳେ ଦେବୀ ଦେବତା ଙ୍କୁ ଧୂପ ଦୀପ ଦେଇ ପୂଜା କରିଥାନ୍ତି ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି ।

୫. ଯେଉଁ ମହିଳା ମାନଙ୍କ ଗାଲ ଗୋଲ, ସୁନ୍ଦର ହୋଇଥାଏ ଏବଂ ଶିର ଦେଖାଯାଏ ସେହି ମହିଳା ଦୈବୀଗୁଣ ଯୁକ୍ତ ହୋଇଥାନ୍ତି ।

୬. ଯେଉଁ ମହିଳା ମାନଙ୍କ ଓଠ ଦୁଇ ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଏବଂ ମାଂସାଳ ହୋଇଥାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୭. ଯେଉଁ ମହିଳା ମାନଙ୍କ ବେକ ଚାରି ଅଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁଢ଼ଳ ହୋଇଥାଏ ସେହି ମହିଳା ମାନେ ଉତ୍ତର ଲକ୍ଷଣ ବିଶିଷ୍ଟ ହୋଇଥାନ୍ତି ।

୮. ଯେଉଁ ମହିଳା ମାନଙ୍କ ବେକ ର ଘଂଟିକା ଉଚ୍ଚ ହୋଇଥାଏ ସେହି ମହିଳା ସୌଭାଗ୍ୟଶାଳୀ ହୋଇଥାନ୍ତି ।

୯. ଯେଉଁ ମହିଳା ମାନଙ୍କ ବେକ ରେ ତିନୋଟି ରେଖା ପଡ଼ିଥାଏ ସେହି ମହିଳା ମାନଙ୍କ ସ୍ୱାମୀ ଐଶ୍ଵର୍ଯ୍ୟଶାଳୀ ହୋଇଥାନ୍ତି ।

୧୦. ଯେଉଁ ମହିଳା ମାନଙ୍କ ନାକ ର ଅଗ୍ରଭାଗ ଅଳ୍ପ ଲମ୍ବା ରହିଥାଏ ସେହି ମହିଳା ମାନେ ଖୁବ ସୁଖ ଓ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି ।

୧୧. ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳା ମାନଙ୍କ ମୁହଁ ଅଳ୍ପ ଛୋଟ ହୋଇଥାଏ ସେମାନେ ପୁରୁଷ ଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୧୨. ଯେଉଁ ମହିଳା ମାନଙ୍କ ଓଠ ମଝିରେ ରେଖା ଦେଖାଯାଇଥାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୧୩. ଯେଉଁ ମହିଳା ମାନଙ୍କ ଉପର ଷୋହଳ ଟି ଏବଂ ତଳ ଷୋହଳ ଟି ଦାନ୍ତ ସଫା ହୋଇଥାଏ ସେହି ମହିଳା ସ୍ୱାମୀ ଙ୍କ ପ୍ରିୟ ହୋଇଥାନ୍ତି ।

୧୪. ଯେଉଁ ମହିଳା ମାନଙ୍କ ଜିଭ କୋମଳ ଏବଂ ଲାଲ ହୋଇଥାଏ ସେମାନଙ୍କୁ ଉତ୍ତର ପତି ପ୍ରାପ୍ତ ହୋଇଥାଏ ।

୧୫. ଯେଉଁ ମହିଳା ହସିବା ସମୟରେ ଅଳ୍ପ ମୁହଁ ଖୋଲିଥାଏ ଏବଂ ଦାନ୍ତ ଦେଖାଯାଇ ନଥାଏ ସେହି ମହିଳା ସ୍ୱାମୀ ଙ୍କ ପାଇଁ ସୌଭାଗ୍ୟ ଆଣିଥାଏ ।

୧୬. ଯେଉଁ ମହିଳା ମାନଙ୍କ ଆଖି ହରିଣ ପରି, ଆଖି ଡୋଳା କଳା ଏବଂ ଆଖି ପତାରେ ରେ ଛୋଟ କଳା ଚୁଟି ରହିଥାଏ ତାହା ଶୁଭ ହୋଇଥାଏ ।

୧୭. ଯେଉଁ ମହିଳା ମାନଙ୍କ ବାମ ହାତ, ବେକ, ଓଠ, କାନ ରେ ତିଳ ଚିନ୍ହ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧୮. ଯେଉଁ ମହିଳା ମାନଙ୍କ ହାତ କୋମଳ, ଲୋମିହୀନ ଏବଂ କାନ୍ଧ ଆଗକୁ ରହିଥାଏ ସେହି ମହିଳା ଜୀବନ ରେ ଖୁବ ସୁଖ ଭୋଗ କରନ୍ତି ।

୧୯. ଯେଉଁ ମହିଳା ମାନଙ୍କ ହାତ ପାପୁଲି କୋମଳ, ହାତରେ ପଦ୍ମ ପତାକା, ମାଛ ଓ ଶଙ୍ଖ ଚିନ୍ହ ରହିଥାଏ ସେହି ମହିଳା ସ୍ୱାମୀ ଙ୍କୁ ଧନବାନ କରିଥାନ୍ତି ।

୨୦. ଯେଉଁ ମହିଳା ମାନଙ୍କ ପାଦର କାଣି ଆଙ୍ଗୁଠି ଭୁମି କୁ ସ୍ପର୍ଶ କରି ନଥାଏ ସେମାନେ ସମୟ ଅନୁସାରେ ନିଜକୁ ବଦଳାଇ ଦେଇଥାନ୍ତି ।