ଦେଖନ୍ତୁ ହନୁମାନଜୀଙ୍କ ଚମତ୍କାର ର ଭିଡିଓ, 3 ଜେସିବି ଓ କ୍ରେନ ହଲେଇ ବି ପାରିଲେ ନାହିଁ ମୂର୍ତ୍ତିକୁ

ଆମ ଦେଶରେ ଆସ୍ଥା ଏବଂ ବିଶ୍ଵାସର ପରମ୍ପରାର ଲମ୍ବା ଇତିହାସ ଅଛି, ଦେବୀ ଦେବାତଙ୍କର ଚମତ୍କାର ଏବଂ କାହାଣୀ ବିଷୟରେ ବଡ ଲୋକମାନେ କହିଥାନ୍ତି । କିନ୍ତୁ କେତେ ଥର ଇଶ୍ଵରଙ୍କର ଚମତ୍କାର ସାମନାକୁ ଆସିଥାଏ । ଗତ କିଛି ଦିନ ହେବ ଏମିତି ଏକ ଘଟଣା ସାମନା କୁ ଆସିଛି । ଯେଉଁଠି ହନୁମାନଙ୍କୁ ହଟାଇବା ସମୟରେ ଠିକାଦାର ଏବଂ ଶ୍ରମିକ ମାନଙ୍କୁ ହନୁମାନଙ୍କର ଶକ୍ତିର ପରିଚୟ ମିଳିଗଲା । ଯାହା ପରେ ଲୋକମାନଙ୍କର ହନୁମାନଙ୍କ ପ୍ରତି ଆସ୍ଥା ଆହୁରି ବଢି ଗଲା ।

ୟୁପି ଶାହଜହାଂପୁରରେ ୧୩୦ ବର୍ଷ ପୁରୁଣା ମନ୍ଦିରରେ ଏକ ଚମତ୍କାର ଦେଖିବାକୁ ମିଳିଲା । ଯେଉଁଠି ପ୍ରଶାସନ ମନ୍ଦିର ଏବଂ ମୂର୍ତିକୁ ରାସ୍ତା ଚଉଡା କରିବା ପାଇଁ ହଟାଇବାକୁ ପହଞ୍ଚିଥିଲେ । ସେଥିପାଇଁ ସେଠାରେ ଅଧିକାରୀମାନ ଏବଂ ଜେସିବି ମେସିନ ପହଞ୍ଚିଲା । କିନ୍ତୁ ମୂର୍ତିକୁ ହଟାଇବା ପୂର୍ବରୁ ଜେସିବି ମେସିନ ଖରାପ ହୋଇଗଲା ।

ଏହା ପରେ ସେହି ମେସିନ ଫେରି ଯାଇ ଅନ୍ୟ ଏକ ଜେସିବି ମେସିନ ଆସିଲା । କିନ୍ତୁ ତାହା ବି ମୂର୍ତି ପାଖରେ ଥିବା କାନ୍ଥକୁ ଭାଙ୍ଗିବା ସମୟରେ ସେହି ମେସିନର ଚେନ ଛିଣ୍ଡିଗଲା । ତଥାପି ଅଧିକାରୀମାନେ ଚେଷ୍ଟା କରୁଥିଲେ । ଏହା ପରେ ସେ ବେସୀ ଶକ୍ତିଶାଳୀ କ୍ରେନ ମେସିନକୁ ଆଣିଲେ । ଶ୍ରମିକମାନେ ହନୁମାନଙ୍କର ମୂର୍ତିକୁ ବାନ୍ଧି ହଟାଇବାକୁ ଚେଷ୍ଟା କରୁଥିଲେ କି ସେହି ସମୟରେ ସେହି ମେସିନର ସବୁ ବେଲ୍ଟ ଛିଣ୍ଡୀ ଗଲା । ସମସ୍ତେ ହନୁମାଙ୍କର ଶକ୍ତିକୁ ଜାଣି ସାରିଥିଲେ ।

ଏହି ମନ୍ଦିର ଶାହଜହାଂପୁର ର କଚିୟାନୀ ଖେଡା ମଂଦିରର ଅଞ୍ଚଳରେ ଅଛି । ଏହି ପ୍ରକ୍ରିୟାରେ ତିନି ଦିନରେ ତିନୋଟି ମେସିନ ଖରାପ ହୋଇଗଲା । କିନ୍ତୁ ହନୁମାନଙ୍କ ପ୍ରତିମାକୁ ହଟାଇ ପାରିଲେ ନାହିଁ । ଏହା ପରେ ପ୍ରଶାସନ ମୂର୍ତିକୁ ଭାଙ୍ଗିବା ପାଇଁ ଜନରେଟର ଏବଂ ବୈବ୍ରେଟ ମେସିନ ଆଣିଲେ । କିନ୍ତୁ ହନୁମାନଙ୍କ ଚମତ୍କାର ଆଗରେ ପ୍ରଶାସନ ର ସବୁ ପ୍ରୟାସ ବିଫଳ ହୋଇଗଲା । କାହିଁକି ନା ମୂର୍ତି ଭାଙ୍ଗିବା ପାଇଁ ଆସିଥିବା ଜନରେଟର ଏବଂ ଭାଇବ୍ରେଟ ମେସିନ ଖରାପ ହୋଇଗଲା । ଗୋଟିଏ ପଟେ ପ୍ରଶାସନ ଏବଂ ଅନ୍ୟ ପଟେ ହନୁମାନଙ୍କ ଚମତ୍କାର ।

ଏହା ବିଷୟରେ ସବୁ ଆଡେ ଚର୍ଚା ହେବାକୁ ଲାଗିଲା । ଲୋକମାନେ ବିପୁଳ ସଂଖ୍ୟାରେ ମନ୍ଦିରକୁ ଆସିବାକୁ ଲାଗିଲେ । ଏବଂ ତାଙ୍କର ଆସ୍ଥା ବଢିଗଲା । ଏହା ପରେ ପ୍ରଶାସନର କାରଣରୁ ଗ୍ରାମରେ ସମସ୍ୟା ସୃଷ୍ଟି ହେଲା । ବର୍ତ୍ତମାନ ଏହି ମାମଲାରେ ହିନ୍ଦୁବାଦି ସଂଗଠନ ଏବଂ ଗ୍ରାମର ଲୋକମାନେ ସାମନାକୁ ଆସିଲେ । ଯାହାର ଫଳାଫଳ ଏହା ଅଟେ କି ସେଠୁ ମଦିର ନ ହଟାଇ ଅନ୍ୟ ଆଡକୁ ରାସ୍ତା ତିଆରି କରାଯିବ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।