ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।
ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।


ଭାରତ ଅପଡେଟ – ୩୦ ମାର୍ଚ୍ଚ ରାତି ୧୧:୨୦ ପର୍ଯ୍ୟନ୍ତ
କରୋନାଭାଇରସ ସଂକ୍ରମଣ: ୧୧୬୧
ମୃତ୍ୟୁ: ୨୮

କରୋନାଭାଇରସ ସଂକ୍ରମଣ: ୭,୨୩,୨୨୨ (ୱାର୍ଲ୍ଡ ୱାଇଡ)
ମୃତ୍ୟୁ: ୩୩,୯୮୯
ସୁସ୍ଥ ହେଇ ସାରିଲେଣି: ୧,୫୧,୭୯୮
ଟୋଟାଲ ଆକ୍ଟିଭ କେସ: ୫,୩୭,୪୮୮
ନର୍ମାଲ କଣ୍ଡିସନ: ୫,୧୦,୮୦୭ ସିରିଅସ ବା କ୍ରିଟିକଲ: ୨୬,୬୮୧
| କ୍ରମିକ ସଂଖ୍ୟା | ଦେଶ | ସଂକ୍ରମିତ ରୋଗୀ ସଂଖ୍ୟା | ମୃତ | ସୁସ୍ଥ ହେଇ ସାରିଲେଣି |
| ୧ | ଆମେରିକା | ୧୪୨୭୩୫ | ୨୪୮୮ | ୪୫୫୯ |
| ୨ | ଇଟାଲୀ | ୯୭୬୮୯ | ୧୦୭୭୯ | ୧୩୦୩୦ |
| ୩ | ଚୀନ | ୮୧୪୭୦ | ୩୩୦୪ | ୭୫୭୦୦ |
| ୪ | ସ୍ପେନ | ୮୦୧୧୦ | ୬୮୦୩ | ୧୪୭୦୯ |
| ୫ | ଜର୍ମାନୀ | ୬୨୪୩୫ | ୫୪୧ | ୯୨୧୧ |
| ୬ | ଇରାନ | ୩୮୩୦୯ | ୨୬୪୦ | ୧୨୩୯୧ |
| ୭ | ଫ୍ରାନ୍ସ | ୪୦୧୭୪ | ୨୬୦୬ | ୭୨୦୨ |
| ୮ | ଦକ୍ଷିଣ କୋରିଆ | ୯୬୬୧ | ୧୫୮ | ୫୨୨୮ |
| ୯ | ସୁଇଜରଲ୍ୟାଣ୍ଡ | ୧୪୮୨୯ | ୩୦୦ | ୧୫୯୫ |
| ୧୦ | ବ୍ରିଟେନ | ୧୯୫୨୨ | ୧୨୨୮ | ୧୩୫ |
| ୧୧ | ନେଦରଲ୍ୟାଣ୍ଡ | ୧୦୮୬୬ | ୭୭୧ | ୨୫୦ |
| ୨୮ | ପାକିସ୍ତାନ | ୧୬୨୫ | ୧୮ | ୨୯ |
| ୩୮ | ଭାରତ | ୧୧୬୧ | ୨୮ | ୧୦୨ |
COVID-19 ବିଶ୍ୱ ମାନଚିତ୍ର ଟ୍ରାକର
