ଦୁବାଇରୁ ଫେରିବା ପରେ ହୋମ କ୍ୱାରଂଟାଇନରେ ରହିଲେ ନାହିଁ ବିଲ୍ଡର, ଏବେ ପତ୍ନୀ, ଜେଜେମା ସହ ଅନ୍ୟ କେତକ ଲୋକବି ପଜିଟିଭ

ପୁରା ବିଶ୍ଵରେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୁରା ବିଶ୍ଵରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ୭ ଲକ୍ଷ ୨୦ ହଜାରରୁ ବି ଅଧିକ ପହଞ୍ଚି ସାରିଛି ଓ ମୃତ୍ୟୁର ସଂଖ୍ୟା ବି ୩୩ ହଜାରରୁ ଅଧିକ ଅଟେ । ଯଦି କଥା ହେବା ଭାରତ ବିଷୟରେ ତେବେ ଭାରତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୧୬୧ ଅଟେ ଓ ମୃତ୍ୟୁ ସଂଖ୍ୟା ୨୮ ରେ ପହଞ୍ଚି ଯାଇଛି ।

ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ କରି ଦିଆ ଯାଇଛି । ସାମାଜିକ ଦୂରତା ଓ ବିଦେଶରୁ ଫେରୁଥିବା ଲୋକମାନଙ୍କୁ କ୍ୱାରଂଟାଇନରେ ରହିବା ପାଇଁ ବି କୁହାଯାଉଛି । କିନ୍ତୁ କେତେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଏହାକୁ ଗମ୍ଭୀରତାର ସହ ନେଉ ନାହାନ୍ତି ଓ ଏହିଭଳି ହିଁ କିଛି ମାମଲା ଗୁଜୁରାଟର ଗାନ୍ଧୀନଗରରୁ ସାମ୍ନାକୁ ଆସୁଛି ।

ସୂଚନା ଅନୁସାରେ ଗାନ୍ଧୀନଗର ରେ ଏକ ବିଲ୍ଡର କିଛି ଦିନ ପୂର୍ବେ ଦୁବାଇରୁ ଗାନ୍ଧୀନଗର ଫେରିଥିଲା । ପ୍ରଶାସନ ତରଫରୁ ବାରମ୍ବାର କୁହାଯାଉଥିବା ସତ୍ତ୍ୱେ ବି ସେ ସେଲ୍ଫ କ୍ୱାରଂଟାଇନରେ ରହିଲେ ନାହିଁ । ଏହାର ପରିଣାମ ଏହା ହେଲା କି ବର୍ତ୍ତମାନ ବିଲ୍ଡର ସହିତ ତାଙ୍କର ପରିବାରର ସମସ୍ତ ସଦସ୍ୟଙ୍କର କରୋନା ଭାଇରସ ରିପୋର୍ଟ ପଜିଟିବ ଆସିଛି । ଯେଉଁ ଲୋକମାନଙ୍କ ରିପୋର୍ଟ ପଜିଟିବ ଆସିଛି ସେଥିରେ ବିଲ୍ଡର, ତାଙ୍କର ପତ୍ନୀ, ଜେଜେମା, ଶାଶୁ ଓ ପତ୍ନୀର ଭଉଣୀ ବି ସାମିଲ ଅଛନ୍ତି । ଏହି ବ୍ୟକ୍ତି ଜଣକ ନିଜ ପିଉସାଙ୍କ ସହ ବି ସାକ୍ଷାତ କରିଥିଲା ଯାହା ପରେ ସେ ବି ସଂକ୍ରମିତ ମିଳିଛନ୍ତି ।

କ୍ୱାରଂଟାଇନରେ ରଖା ଯାଇଛି ସମ୍ପର୍କରେ ଆସିଥିବା ଲୋକଙ୍କୁ

ବିଲ୍ଡରର ପିଉସା ଏକ ଫାର୍ମାସିସ୍ଟ ଅଟନ୍ତି ଓ ତାଙ୍କ ସମ୍ପର୍କରେ ଫାର୍ମାସିର ଅନ୍ୟ ଏକ ଡାକ୍ତର ବି ଆସିଥିଲା ଓ ସେ ବି ସଂକ୍ରମିତ ହୋଇ ଯାଇଛନ୍ତି । ଏହା ପରେ ଜିଲ୍ଲା ପ୍ରଶାସନ ସେହି ଲୋକମାନଙ୍କୁ ବି କ୍ୱାରଂଟାଇନରେ ରଖି ଦେଇଛନ୍ତି ଯେଉଁମାନେ ଏହି ବିଲ୍ଡରର ସମ୍ପର୍କରେ ଆସିଥିଲେ । ସୂଚନା ଅନୁସାରେ ଗାନ୍ଧୀନଗର ମୁନିସିପାଲ କରପୋରେଶନ ମେଡିକାଲ ସ୍ୱାସ୍ଥ୍ୟ ଅଫିସରଙ୍କୁ ବି ହୋମ କ୍ୱାରଂଟାଇନରେ ରଖିଛନ୍ତି ।

ସେ ବି ବିଲ୍ଡରର ପିଉସାଙ୍କ ସମ୍ପର୍କରେ ଆସିଥିଲେ । ଏହା ପରେ ସେ ଅନ୍ୟ କେତେକ ଲୋକମାନଙ୍କ ଚେକିଙ୍ଗ ବି କରିଥିଲେ । ଏମିତିରେ ତାଙ୍କୁ ବି କରୋନା ପଜିଟିବ ହେବାର ଆଶଙ୍କା ଅଛି । ପ୍ରଶାସନ ତରଫରୁ ବର୍ତ୍ତମାନ ସେହି ସମସ୍ତ ଲୋକମାନଙ୍କ ଯାଞ୍ଚ କରାଯାଉଛି ଯେଉଁମାନେ ମେଡିକାଲ ଅଫିସରଙ୍କ ପାଖକୁ ଔଷଧ ଆଣିବାକୁ ଯାଇଥିଲେ । ସେହି ସମସ୍ତ ଲୋକମାନଙ୍କୁ ବି ଘରେ କ୍ୱାରଂଟାଇନରେ ରହିବା ପାଇଁ କୁହାଯାଇଛି ।

ପୋଲିସ କରିଲା କେସ

ପୋଲିସ ବିଲ୍ଡର ବିରୁଦ୍ଧରେ ନିୟମ ନ ମାନିବା ଉପରେ କେସ ଦର୍ଜ କରିଛନ୍ତି । ପୋଲିସ ଏହି ମାମଲାରେ ଆଈପୀସୀର ଏପିଡେମିକ ଡିସୀଜ଼ ଆକ୍ଟ ଓ ଅନ୍ୟ କେତେକ ଧାରାରେ ବି କେସ କରିଛନ୍ତି । ବିଲଡର ଉପରେ ଏହା ବି ଆରୋପ ଅଟେ କି ସେ ପ୍ରଶାସନକୁ ବିଦେଶରୁ ଆସିବା କଥା ବି ଲୁଚାଇଛନ୍ତି ।