କରୋନା ସଙ୍କଟ : ୨୫ ହଜାର ଦିନ ମଜୁରିଆଙ୍କୁ ସାହାର୍ଯ୍ୟ କରିବେ ସଲମାନ ଖାନ, ଜାଣନ୍ତୁ କିପରି…

କରୋନା ଭାଇରସ କାରଣରୁ ଦେଶରେ ଲଗାଯାଇଥିବା ୨୧ ଦିନର ଲକଡାଉନ କାରଣରୁ ବଲୀଉଡ ଓ ଟିଭି ଜଗତର ସମସ୍ତ ଫିଲ୍ମ ଓ ସିରିୟଲର ଶୁଟିଙ୍ଗ ବନ୍ଦ ହୋଇ ଯାଇଛି । ଯେଉଁ କାରଣରୁ ଇଣ୍ଡଷ୍ଟ୍ରିରେ ଦିନ ମଜୁରିଆ ହିସାବରେ କାମ କରୁଥିବା ଶ୍ରମିକମାନେ ବହୁତ ହିଁ ଅସୁବିଧାର ସାମ୍ନା କରୁଛନ୍ତି । ତାଙ୍କ ସାମ୍ନାରେ କରୋନା ସଙ୍କଟ ସହିତ ଆର୍ଥିକ ସଙ୍କଟ ବି ଛିଡା ହୋଇ ଯାଇଛି । ଏମିତିରେ ସବୁବେଳେ ଇଣ୍ଡଷ୍ଟ୍ରିର ଲୋକମାନଙ୍କ ସାହାର୍ଯ୍ୟ କରୁଥିବା ସଲମାନ ଖାନ ପୁଣିଥରେ ଏହି ଲୋକମାନଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି ।

ସଲମାନ ଖାନ ଲକଡାଉନ କାରଣରୁ ଆର୍ଥିକ ସଙ୍କଟ ମଧ୍ୟରେ ଘେରିଥିବା ୨୫୦୦୦ ଦିନ ମଜୁରିଆଙ୍କୁ ସାହାର୍ଯ୍ୟ କରିବା ପାଇଁ ନିଷ୍ପତି ନେଇଛନ୍ତି । କହିଦେଉଛୁ କି ମନୋରଞ୍ଜନ ଜଗତର ଗୋଟିଏ ଦିନ ହିସାବରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଫେଡରେଶନ ଅଫ ୱେସ୍ଟର୍ନ ସିନେ ଏମ୍ଲଈ ଲଗାତାର ଏମାନଙ୍କ ସାହାର୍ଯ୍ୟ କରିବା ପାଇଁ ଷ୍ଟାର ଓ ପ୍ରଡ୍ୟୁସରଙ୍କୁ ଅପିଲ କରୁଛନ୍ତି । ଯାହା ପରେ ବର୍ତ୍ତମାନ ସଲମାନ ଖାନ ଏହି ଶ୍ରମିକମାନଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି ।

ମିଳିଥିବା ସୂଚନା ଅନୁସାର ଏହି ଶ୍ରମିକମାନଙ୍କ ସାହାର୍ଯ୍ୟ ପାଇଁ ସଲମାନ ଖାନ fwice ସଂସ୍ଥା ସହ କଥାବାର୍ତ୍ତା କରୁଛନ୍ତି ଓ ସଂସ୍ଥା ସହ ମିଶି ସଲମାନଙ୍କ ଟିମ ଦିନ ମଜୁରିଆଙ୍କ ସୂଚନା ହାସଲ କରିବାରେ ଲାଗିଛନ୍ତି । ଯାହା ଦ୍ଵାରା କଥାବାର୍ତ୍ତା କରି ସେମାନଙ୍କୁ ସାହାର୍ଯ୍ୟ କରିହେବ । କହିଦେଉଛୁ କି ବଲୀଉଡର ଷ୍ଟାର କରୋନା ଭାଇରସର ସଙ୍କଟରେ ଡୋନେସନ ଦେବା ପରେ ହିଁ ଲଗାତାର ସୋସିଆଲ ମିଡିଆରେ ୟୁଜରମାନେ ସଲମାନ ଖାନଙ୍କୁ ପ୍ରଶ୍ନ କରୁଥିଲେ କି ସେ ଏହି କାମ ପାଇଁ କାହିଁକି ଆଗକୁ ଆସୁ ନାହାନ୍ତି । ଯେତେବେଳେ କି ସେ ସର୍ବଦା ଲୋକମାନଙ୍କ ସାହାର୍ଯ୍ୟ କରିଥାନ୍ତି ।

ଯେଉଁ ବ୍ୟକ୍ତିମାନଙ୍କ ସାହାର୍ଯ୍ୟ ପାଇଁ କେହି ଆଗକୁ ଆସନ୍ତି ନାହିଁ ସଲମାନ ସେହି ବ୍ୟକ୍ତିଙ୍କୁ ସାହାର୍ଯ୍ୟ ନିଶ୍ଚିତ କରନ୍ତି । ବର୍ତ୍ତମାନ ଏହି ଖବର ସଲମାନ ଖାନଙ୍କ ଫ୍ୟାନମାନଙ୍କୁ ନିଶ୍ଚିତ ଖୁସି କରିଦେବ, ଯେଉଁମାନେ ଏହି ସମୟର ଅପେକ୍ଷା କରୁଥିଲେ ।