ଆଜି ମଙ୍ଗଳବାର, ୨୮ ଅଗଷ୍ଟ ୨୦୧୮, ଆଜିର ରାଶିଫଳ || କେମିତି ରହିବ ଆଜି ଆପଣଙ୍କ ଦିନ || ଏହି 4ଟି ରାଶି ପାଇଁ ଆଜି କର୍ମର୍କ୍ଷେତ୍ର ବହୁତ ଭଲ ରହିବ।

ମେଷ:–

କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଆୟ ବୃଦ୍ଧିପାଇବ। କର୍ମକ୍ଷେତ୍ରରେ ପରିସ୍ଥିତି ଭଲ ରହିବ। ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇ ଶାନ୍ତି ମିଳିବ । ଚାକିରୀଜୀବିମାନେ ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମୟ ବିତିବ। ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ କଚେରୀ ଧନ୍ଦା ମଧ୍ୟରେ ଅସ୍ୱସ୍ତି ବଢ଼ିବ ଓ ସମୟ ଗଡ଼ିଚାଲିବ। କୃଷିଜୀବିମାନେ କଠିନ ପରିଶ୍ରମ କରିବେ। ପ୍ରତିକାର:- ବୃଦ୍ଧାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

ବୃଷ:–

ଖୋଜୁଥିବା ଜିନିଷ ସୁବିଧାରେ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପ୍ରିୟଜନମାନଙ୍କୁ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ।  ବ୍ୟବସାୟରେ ଲାଭ ହେବାରୁ ମନ ଖୁସି ରହିବ। ନୂତନ ଗୃହ କିମ୍ବା ଯାନବାହନ କିଣିବା ପାଇଁ ମନ ବଳେଇବେ। ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟକରି ଚଳିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ଋଣ ଭରଣାରେ ସହଜ ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ପ୍ରତିକାର:- ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ:–

କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ଦୂରଯାତ୍ରାର ସୁଯୋଗ ପାଇବେ। କଳାତ୍ମକ ଦିଗରୁ ପ୍ରଶଂସିତ ହେବେ। । ମହିଳାମାନେ ସଭାସମିତି, ରାଜନୀତିରେ ସମ୍ମାନିତା ହେବେ ଓ ଗୃହୋପକରଣ କ୍ରୟ କରିବେ। ବିଦ୍ୟା ଓ ଖେଳରେ ପ୍ରଶଂସିତ ହେବେ। ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୈରାଶ୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବେ। ଚାକିରୀଜୀବିମାନେ ନାନା ପ୍ରକାର ସଙ୍ଘର୍ଷ ମଧ୍ୟରେ ବାଟ ଚାଲିବେ। ମାଲିମୋକଦ୍ଦମାରେ କୂଟନୀତିର ଶୀକାର ହେବେ। ରାଜନୀତିରେ ସମାଲୋଚିତ ହୋଇ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

କର୍କଟ:–

ଦୂରଯାତ୍ରା, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ସଫଳତା ମିଳିବ। କର୍ମର୍କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରବେ। ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ। ମହିଳାମାନେ ସୁଖ-ଶାନ୍ତିରେ ଦିନ କଟାଇବେ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ସିଂହ:–

ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ। ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ବିଦ୍ୟାରେ ଉନ୍ନତି ହେବ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

କନ୍ୟା:–

ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି  ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। ଚାକିରୀ ଜୀବିମାନେ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେବେ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନେ ନୂତନବନ୍ଧୁଙ୍କୁପାଇ ଖୁସୀଅନୁଭବ କରିବେ। ପ୍ରତିଯୋଗିତା ପରିକ୍ଷାରେ ଉତ୍ତିର୍ଣ୍ଣହେବେ। ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ଗ୍ରହଣ କରନ୍ତୁ ନାହିଁ।

ତୁଳା:–

ଉଚ୍ଚାଧିକାରୀ, ସହ କର୍ମୀ,  ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ। ମାଲି ମୋକଦ୍ଦମାରେ ଆଗ୍ରହ ଦେଖା ଦେବ। ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ପାଇବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ବିଛା:–

କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ଖଣ୍ଡନ କରିବେ। ମାନସିକ ସ୍ଥିରତା ରହିବ। କୌଣସି ମାଙ୍ଗଳିକ କାର୍ଯ୍ୟ ତଥା ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେବେ। ଆପଣଙ୍କ ନିକଟରୁ ସମ୍ପର୍କୀୟମାନେ ସହାୟତା ପାଇବେ। ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ। ବହୁତ ଦିନରୁ ଅଟକିଥିବା ବକେୟା ଟଙ୍କା  ମିଳିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ିବ। ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା  ଠିକ୍ ହେବ ନାହିଁ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ଧନୁ:–

ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ। ଦୂରଯାତ୍ରାରେ ସଫଳତା ମିଳିବ ଓ ଯାତ୍ରା ଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ସନ୍ତାନ ଯୋଗେ ଚିନ୍ତିତ ହେବେ। ବିଦ୍ୟାରେ ଉନ୍ନତି କରିବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁମନ ଖୁସୀରହିବ। ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମକର:–

ପାରିବାରିକ ସମସ୍ୟା ସୁଧୁରି ଯିବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ପ୍ରବାସ ଓ ଯାତ୍ରାରେ ଲାଭବାନ୍ ହେବେ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ଖରାପ ପିଲାଙ୍କ ସହ ସାଙ୍ଗ ହୋଇ ସନ୍ତାନ କୁ-ମାର୍ଗଗାମୀ ହେବେ। ଚକ୍ଷୁ ପୀଡ଼ା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହେବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:–

ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ଲାଭ ବାନ୍ ହେବେ। ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଠିକ୍ ରହିବ। ପରିବାରର ସମସ୍ୟାର ସମାଧାନ ହୋଇଯିବ ଓ ଆର୍ଥିକ ଉନ୍ନତି ଫଳରେ ଶାନ୍ତି ପାଇବେ। ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାର  ସୁବିଧାପାଇବେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମୀନ:–

କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେସ କରିବେ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ସୃଷ୍ଟି ହୋଇପାରେ। ପରିବାରର କେତେକ ସମସ୍ୟା ନେଇ, ମାନସିକ ପୀଡ଼ା ଅନୁଭବ କରିବେ। ମହିଳାଙ୍କ ସହ ଅଯଥା ଝଗଡ଼ା ବଢ଼ିଯିବା ଫଳରେ ନିଜେ ଲଜ୍ଜିତ ହେବେ। କୁଟୁମ୍ବରେ ଚିକିତ୍ସାର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ କଷ୍ଟ ସ୍ୱୀକାର କରିବେ। ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ବିଫଳ ହେବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

Jyotirbid Pandit Sudhakar Tripathy
Jantra Jyotisha, Cuttack, 9937551988