ଆସନ୍ତା 24 ଘଣ୍ଟାରେ ବାତ୍ୟା, ଦେଖନ୍ତୁ ଓଡିଶା ଉପରେ କିପରି ରହିବ ଏହାର ପ୍ରଭାବ…

ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ- ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେବ ବାତ୍ୟା ଅସାନି । ଏବେ ତାହା ଡିପ୍ରେସନ ହୋଇ ଅଧିକ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହେବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ ସୃଷ୍ଟି ହେବ । ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଡିପ୍ରେସନ । ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ଦ୍ବୀପର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଏହାସହ ଆଉ କେତେକେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାବନୁମାନ କରୁଛି ପାଣିପାଗ ବିଭାଗ । ନିକୋବର ଦ୍ବୀପରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଚେତାବନୀ ଦିଆ ଯାଇଛି । ଆସନ୍ତା ୨୩ ତାରିଖ ଦିନ ବାତ୍ୟା ଅସାନି ମିଆଁମାର ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଭାରତୀୟ ତଟ ରକ୍ଷା ବାହିନୀ ମାଛ ଧରାଳି ମାନଙ୍କୁ ସତର୍କ କରିଛି ଓ ସେମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଉତ୍ତର ଆଣ୍ଡାମାନ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଏହି ଅବପାତ । ଯାହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରଥମେ ଏହି ବାତ୍ୟା ଆଣ୍ଡାମନ ଉପକୂଳରେ ମାଡ ହେବା ନେଇ ଆଶଙ୍କା କରା ଯାଉଥିଲା । କିନ୍ତୁ ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବା ପରେ ଏହା ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ମାଡ ହେବ ବୋଲି ଜଣାପଡିଛି । ଏନେଇ ସୂଚନା ପ୍ରଦାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଓଡିଶାରେ ଏହାର ବିଶେଷ ପ୍ରଭାବ ନାହିଁ । କେତେକେ ଉପକୂଳ ବର୍ତ୍ତୀ ସ୍ଥାନରେ ପାଗ ସାମାନ୍ଯ ମେଘୁଆ ରହିପାରେ କିମ୍ବା ହାଲୁକା ବର୍ଷା ହୋଇପାରେ । ବାତ୍ୟା ଅସାନି ପ୍ରଭାବରେ ବର୍ତ୍ତମାନ ଓଡିଶାର କେତେକେ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଦୁଇ ଡିଗ୍ରୀ ହ୍ରାସ ପାଇଥିବା ସୂଚନା ରହିଛି । କିନ୍ତୁ ଆଭ୍ଯନ୍ତରୀଣ ଓଡିଶାରେ ଗ୍ରୀଷ୍ମ ତାପରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।