21 ଦିନ ସଠିକ ଉପାୟରେ ପାଣି ପିଇକି ଦେଖନ୍ତୁ, ଶରୀରର ଅନେକ ସମସ୍ଯା ଗାୟବ ହୋଇଯିବ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଳ ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । ଏହା ଆମ ସମସ୍ତଙ୍କୁ ନିହାତି ଭାବରେ ଜଣା ଅଛି । ହେଲେ ପାଣି ପିଇବାର ସଠିକ ତରିକା ତ ବହୁତ କମ୍ ଲୋକଙ୍କୁ ଛାଡି ଅନ୍ୟ ମାନେ ଜାଣିନଥାନ୍ତି । ଯେଉଁ କାରଣରୁ ସେମାନଙ୍କୁ ଶରୀର ସହ ଜଡିତ ଯେପରି ଗ୍ଯାସ, ଇନଡାଇଜେସନ, ବ୍ଲୋଟିଙ୍ଗ ଓ କିଡନୀ ସହ ଜଡିତ ଅନେକ କିଛି ସମସ୍ଯା ଦେଖା ଦେଇଥାଏ । ତେବେ ଆଜି ଆମେ ପାଣି ପିଇବାର ସଠିକ ଉପାୟ ଜାଣିବା ।

ଯାହା ଦ୍ଵାରା ଶରୀରରୁ ଅନେକ ପ୍ରକାର ସ୍ଵାସ୍ଥ ସମସ୍ଯା ଠାରୁ ନିଜକୁ ଦୂରରେ ରଖି ପାରିବୁ । ବନ୍ଧୁଗଣ ପାଣି ଆମେ ଶରୀର ପାଇଁ ଜରୁରୀ ତ ହୋଇଥାଏ । ହେଲେ ଦରକାର ଠାରୁ ଅଧିକ ମାତ୍ରାରେ ପାଣିର ସେବନ ଦ୍ଵାରା ଏହା ଆମ କିଡନୀ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ତେଣୁ ପୁରୁଷ ମାନଙ୍କୁ ଦିନକୁ ୩ ରୁ ୪ ଲିଟର ପାଣି ପିଇବା ବେଳେ ଝିଅ ମାନଙ୍କୁ ୨ ରୁ ୩ ଲିଟର ପାଣିର ଆବଶ୍ୟକତା ତାଙ୍କ ଶରୀରକୁ ଦରକାର ପଡିଥାଏ ।

ଅନେକ ଲୋକ ସହି ମାତ୍ରାରେ ପାଣି ତ ପିଇଥାନ୍ତି । ହେଲେ ପାଣି କିପରି ପିଇବେ ତାହାକୁ ନଜାଣି ଶୋଷ ଲାଗିବା କ୍ଷଣି ଝଟ କରି ବୋତଲରେ ମୁହଁ ଲଗାଇ ଢକଢକ କରି ପିଇଦେଇଥାନ୍ତି । ହେଲେ ପାଣି ପିଇବା ସମୟରେ ବସି ଧୀରେ ସୁସ୍ଥେ ଅଳ୍ପ ଅଳ୍ପ କରି ପାଣି ପିଇବା ଆମ ଶରୀର ପାଇଁ ଉପଯୁକ୍ତ ତରିକା ଅଟେ ।

ଖାଦ୍ୟ ଖାଇବା ସମୟରେ ଭୁଲ କରି ମଧ୍ୟ ପାଣି ପିବା ଉଚିତ ହୋଇନଥାଏ । କାରଣ ଭୋକ ସମୟରେ ଆମ ପେଟ ଆମକୁ ଭୋକ  ସଂକେତ ଦେଇଥାଏ । ତେଣୁ ଖାଦ୍ୟ ହଜମ କରିବା ପାଇଁ ପାଚନ ତନ୍ତ୍ରରେ ଏକ ଅଗ୍ନୀ ସୃଷ୍ଟି ହୋଇଥାଏ । ଯଦି ଠିକ ଖାଇବା ପୂର୍ବରୁ ହିଁ ପାଣିର ସେବନ କରି ଦେଇଥାଉ । ତାପରେ ଯେତେବେଳେ ଆମେ ଖାଦ୍ୟ ଖାଇଥାଉ । ସେହି ଖାଦ୍ୟକୁ ହଜମ କରିବା  ପାଇଁ ଯେଉଁ ଅଗ୍ନୀ ରହିଥାଏ । ତାହା ଲିଭିଯାଇଥାଏ ।

ତେଣୁ ଖାଦ୍ୟ ହଜମ ନହୋଇ ପେଟରେ ଗ୍ଯାସ, ଇନଡାଇଜେସନ ଓ ବ୍ଲୋଟିଙ୍ଗ ଭଳି ପ୍ରୋବ୍ଲେମ ଆସିଥାଏ । ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ କିମ୍ବା ପରେ ପାଣିର ସେବନ କରନ୍ତୁ । ପାଣିକୁ ଅଧିକ ଗରମ କିମ୍ବା ଥଣ୍ଡା ନକରି ସାଧାରଣ ତାପମାତ୍ରାର ପାଣି ପିଇବା ହିଁ ଉଚିତ ଅଟେ । ଦରକାର ପଡିଲେ ମାଠିଆରେ ରଖାଯାଇଥିବା ସଦ୍ୟ ଥଣ୍ଡା ପାଣିକୁ ପିଅନ୍ତୁ ।

ସର୍ବଦା ପରିଷ୍କାର ପାଣିର ହିଁ ସେବନ ସଠିକ ଅଟେ । ପ୍ରାକୃତିକ ଉପାୟରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣିର ସେବନ ପୁରୁଣା କାଳରୁ ଚାଲି ଆସିଛି । ଏହା ଆମ ସ୍ଵାସ୍ଥ ପାଇଁ ଅଧିକ ଉତ୍ତମ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ