୨୦୨୪ ନୂଆବର୍ଷ ଆରମ୍ଭରୁ ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ସହ T-20 ସିରିଜ ଖେଳିବାକୁ ଯାଉଛି…

ନମସ୍କାର ବନ୍ଧୁଗଣ । ଗତ ରବିବାର ଦିନ ହୋଇଥିବା 2023 ବିଶ୍ଵକପ ଫାଇନାଲ ମ୍ଯାଚ ରେ ଭାରତ ଅଷ୍ଟ୍ରେଲିୟା ଠାରୁ ପରାଜୟ ସ୍ଵୀକାର କରିଛି । କଙ୍ଗାରୁ ଦଳ ଟିମ ଇଣ୍ଡିଆ କୁ ମାତ୍ର 6 ରନ ରେ ପରାସ୍ତ କରିଛି । ଯାହା 140 କୋଟି ଭାରତୀୟ ଙ୍କ ଆଶା ଓ ସ୍ଵପ୍ନ କୁ ଧୂଳିସାତ କରି ଦେଇଛି । ଅଷ୍ଟ୍ରେଲିୟା ଠାରୁ ଭାରତ ହାରିବା ପରେ ଅନେକ କଥା ଚର୍ଚ୍ଚା ହେଉଛି । ଆଉ ଏହାରି ମଦୟରେ ଭାରତ ନିଜର ଦମଦାର ପ୍ରଦର୍ଶନ ଦେଖାଇବା ପାଇଁ ଏକ ବଡ ଅବସର ପାଇବାକୁ ଯାଉଛି ।

ହଁ ଦର୍ଶକ ବନ୍ଧୁ ପୁଣି ଥରେ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ 2024 ନୂଆବର୍ଷ ଆରମ୍ବ ରୁ ଟିମ ଇଣ୍ଡିଆ 3ଟି ମ୍ଯାଚ ସହ ଟି-20 ସିରିଜ ରେ ଆରମ୍ଭ କରିବା ଚମତ୍କାର ପ୍ରଦର୍ଶନ । ଏହି ଟି-20 ସିରିଜ ଭାରତ ଏମିତି ଏକ ଦେଶ ସହ ଖେଳିବ ଯାହା ସହିତ ପୂର୍ବରୁ କେବ ବି ଟି-20 ସିରିଜ ଖେଳି ନାହିଁ । ଏହି ସିରିଜ ର କାର୍ଯ୍ୟସୂଚୀ ଘୋଷଣା କରାଯାଇ ସାରିଛି ।

ଏହି ସିରିଜ ଜାନୁଆରୀ 11 2024 ରୁ ଆରମ୍ଭ ହେବ । ଏହା ସହ ଜାନୁଆରୀ 17 ରେ ଶେଷ ଟି-20 ମ୍ଯାଚ ବ୍ୟାଙ୍ଗାଲୋର ରେ ଖେଳାଯିବ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ନିଶ୍ଚିନ୍ତ କରିଛି ଯେ 2024 ଜାନୁଆରୀରେ ଜାତୀୟ କ୍ରିକେଟ ଦଳ ଟି-20 ସିରିଜ ପାଇଁ ଭାରତ ଗସ୍ତ କରିବ । ଟିମ ଇଣ୍ଡିଆ ଓ ଆଫଗାନିସ୍ତାନ ମଧ୍ୟ ରେ 3ଟି ଟି-20 ମ୍ଯାଚ ଖେଳାଯିବ । ଏହି ଟି-20 ପ୍ରଥମ ସିରିଜ ମ୍ଯାଚ 2024 ଜାନୁଆରୀ 11 ରେ ମହାଲି ରେ, ଦ୍ଵିତୀୟ ମ୍ଯାଚ ଜାନୁଆରୀ 14 ତାରିଖ ଇନ୍ଦୋର ରେ ଓ ତୃତୀୟ ମ୍ଯାଚ ଜାନୁଆରୀ 17 ରେ ବ୍ୟାଙ୍ଗାଲୋର ରେ ଖେଳାଯିବ ।

ବର୍ତ୍ତମାନ ଯାଏଁ ଟିମ ଇଣ୍ଡିଆ ଓ ଆଫଗାନିସ୍ତାନ ICC ଇଭେଣ୍ଟ ବା ଏସିଆ କପ ମଧ୍ୟ ରେ ଦଳ ମୁହଁ ମୁହିଁ ହୋଇଛନ୍ତି । ଏହା ସହ ଏହି ଦୁଇ ଦଳ ମଧ୍ୟରେ ଗୋଟେ ଟେଷ୍ଟ ମ୍ଯାଚ ଖେଳା ଯାଇଛି । ଏ ଯାଏଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 4ଟି ୱାନ-ଡେ ମ୍ଯାଚ ଖେଳା ଯାଇଛି । ଏହି ମ୍ଯାଚ ଗୁଡିକରେ ଭାରତ 3 ଥର ଜିତିଛି ଓ ଗୋଟେ ମ୍ୟାଚ ଡ୍ର ରହିଥିଲା ।

ଏହା ସହ ଏହି ଦୁଇ ଦଳ ମଧ୍ୟରେ ଏ ଯାଏଁ 5ଟି ଟି-20 ମ୍ଯାଚ ଖେଳା ଯାଇଛି । ଏଥି ମଧ୍ୟରୁ ଭାରତ 4ଟି ମ୍ଯାଚ ଜିତିଚି ଓ ଅନ୍ୟ ଗୋଟେ ଖେଳ ଅମୀମାଂସିତ ରହିଥିଲା । ଦୁଇ ଦଳ ମଧ୍ୟରେ ଶେଷ ମ୍ଯାଚ ୱାନ-ଡେ ବିଶ୍ଵକପ 2023 ରେ ଖେଳା ଯାଇଛି । ଆଉ ଏହି ମ୍ଯାଚ ରେ ଟିମ ଇଣ୍ଡିଆ ଜିତିଥିଲା । ଏହାର ଅର୍ଥ ହେଉଛି ଏ ଯାଏଁ ଆଫଗାନିସ୍ତାନ ଅନ୍ତର୍ଜାତୀୟ କ୍ରିକେଟ ରେ ଟିମ ଇଣ୍ଡିଆ କୁ ପରାସ୍ତ କରି ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।