ନମସ୍କାର ବନ୍ଧୁଗଣ । ମୁମ୍ବାଇ ଇଣ୍ଡିଆନ୍ସ ଲାଗିଲା ବଡ ଝଟକା । 2024 ଆଇପିଏଲ ରୁ ବାଦ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡିୟା । ହିଟମ୍ୟାନ ଙ୍କ ହାତରୁ କ୍ଯାପଟେନସିପ ନେଇ ହାର୍ଦ୍ଦିକ ଙ୍କୁ ଦେଇଥିବା ମୁମ୍ବାଇ ଟିମ ମ୍ୟାନେଜମେଣ୍ଟଙ୍କୁ ବଡ ଝଟକା ଦେଇଛି ଏହି ଖବର । ମୁମ୍ବାଇର ଫ୍ରାଞ୍ଚାଇଚ ଏବେ ଚିନ୍ତାରେ ଅଛି । କାରଣ ଟ୍ରେଣ୍ଡ କରି ଗୁଜୁରାଟ ଟାଇଟନ୍ସ ଠାରୁ ଆଣିଥିବା ହାର୍ଦ୍ଦିକ ଏବେ ଆହତ ଅଛନ୍ତି ବୋଲି ବିସିସିଆଇ ସୂଚନା ଦେଇଛି ।
ଏପରିକି ଆଗରୁ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-20 ସିରିଜରେ ମଧ୍ୟ ହାର୍ଦ୍ଦିକ ନ ଖେଳିପାରନ୍ତି ବୋଲି ରିପୋର୍ଟରହିଛି । ତାଙ୍କର ଫିଟନେସ କୁ ନେଇ ଏ ଯାଏଁ କୌଣସି ଅପଡେଟ ନ ଥିବା ବିସିସିଆଇ ର ଜଣେ ବିଶ୍ଵସ୍ତ ସୂତ୍ର ପିଟିଆଇ କୁ ସୂଚନା ଦେଇଛନ୍ତି । 2024 ଆଇପିଏଲ ଶେଷ ପୂର୍ବରୁ ହାର୍ଦ୍ଦିକ ସଂପୂର୍ଣ୍ଣ ଠିକ ନ ହୋଇପାରନ୍ତି ବୋଲି ଆଶଙ୍କାରେ ବିସିସିଆଇ ।
ତାଙ୍କର ଲଗାତାର ଆହତ ସମସ୍ଯା ଟିମ ଇଣ୍ଡିଆର ଚିନ୍ତା ବଢାଉଥିବା ବେଳେ ଏବେ ମୁମ୍ବାଇ ମ୍ୟାନେଜମେଣ୍ଟ ର ଟେନସନ ବଢାଇଛି । ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆହତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଟି-20 ସିରିଜରେ ଅନୁପସ୍ଥିତ ରହିପାରନ୍ତି । ଆଉ ଏହି ସମୟରେ ଟିମ ଇଣ୍ଡିଆ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ହିଟମ୍ଯାନ ସଜାଇପାରନ୍ତି ରୋହିତ ଶର୍ମା ।
ହାର୍ଦ୍ଦିକ ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ବାଙ୍ଗାଲଦେଶ ବିପକ୍ଷ ମ୍ଯାଚରେ ତାଙ୍କର ବାମ ପଟ ଗୋଡ ରେ ଆଘାତ ଲାଗିଥିଲା । ଯାହା ପାଇଁ ସେ ଅଧାରୁ ବାଦ ପଡିଥିଲେ । ଏହା ସହ ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିୟା ସିରିଜରୁ ମଧ୍ୟ ବାଦ ପଡିଥିଲେ ପାଣ୍ଡିଆ । ଏହି ସ୍ଥିତିରେ ସେ ମୁମ୍ବାଇ ଇଣ୍ଡିଆନ୍ସର କ୍ଯାପଟେନସିପ ନ ସମ୍ଭାଳି ପାରନ୍ତି ବୋଲି ରିପୋର୍ଟ କହୁଛି ।
ତାଙ୍କର କ୍ରିକେଟ କ୍ଯାରିୟର ର ସ୍ଵର୍ଣ୍ଣିମ ଯୁଗ ମୁମ୍ବାଇ ଇଣ୍ଡିଆନ୍ସରୁ ହିଁ ଆରମ୍ଭ ହୋଇଥିଲା । ସେ ମୁମ୍ବାଇକୁ ଫେରିବା ପରେ ବି ଫ୍ୟାନ୍ସ ଖୁସି ନ ଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । 2015ରୁ 2020 ଯାଏଁ ମୁମ୍ବାଇ 4 ଥର ଚାମ୍ପିୟାନ ହିଥିବା ବେଳେ ହାର୍ଦ୍ଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଅଲ ରାଉଣ୍ଡର ଭାବେ ସେ ଅନେକ ମ୍ଯାଚରେ ଅବିଶ୍ଵସନୀୟ ପ୍ରଦର୍ଶନ କରିଛନ୍ତି ।
ପରେ ଗୁଜୁରାଟ ଟାଇଟନ୍ସ ର କ୍ଯାପଟେନ ଭାବେ ଦାୟିତ୍ଵ ତୁଲାଉଥିବା ହାର୍ଦ୍ଦିକଙ୍କୁ ଟ୍ରେଡ ରେ ଆଣି କ୍ଯାପଟେନସିପ ଦେଇଛି ମୁମ୍ବାଇ । କିନ୍ତୁ ତାଙ୍କର ଫେରିବାକୁ ନେଇ ଖୁସି ନାହାନ୍ତି ମୁମ୍ବାଇ ଫ୍ୟାନ୍ସ । କାରଣ 5 ଥର ଚାମ୍ପିୟାନ କରିଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ରୁ ହଟାଇ ପାଣ୍ଡିଆ ଙ୍କୁ ଦେବା ପରେ ମୁମ୍ବାଇ ଟିମ ମ୍ୟାନେଜମେଣ୍ଟ ରୁ ଆରମ୍ଭ କରି ଫ୍ୟାନ୍ସ ମାନେ ହାର୍ଦ୍ଦିକ ଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ମୁମ୍ବାଇ କୁ ଟ୍ରୋଲ କରିବା ସହ ହାର୍ଦ୍ଦିକ ଙ୍କୁ ଅନ ଫଲୋ କରିବାରେ ଲାଗି ପଡିଛନ୍ତି ଫ୍ୟାନ୍ସ ମାନେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।