ନମସ୍କାର ବନ୍ଧୁଗଣ । ଆଜି ସୁପର ସଣ୍ଡେ ରେ ହେବ ସୁପର ହିଟ ମୁକାବିଲା । ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଖେଳାଯିବ ବିଶ୍ଵକପ ଫାଇନାଲ ମ୍ଯାଚ । ଦୀର୍ଘ 20 ବର୍ଷ ହେବ ମୁହାଁ ମୁହିଁ ହେବେ କ୍ରିକେଟର ଦୁଇ ଦମଦାର ଦଳ ଇଣ୍ଡିଆ ଓ ଅଷ୍ଟ୍ରେଲିୟା । ଦୀର୍ଘ 12 ବର୍ଷ ପରେ ବିଶ୍ଵକପ ଫାଇନାଲ ଖେଳିବ ଟିମ ଇଣ୍ଡିଆ । ଭାରତରେ ବିଶ୍ଵକପ ଖେଳା ଯାଉଥିବାରୁ ଟିମ ଇଣ୍ଡିଆ ଟାଇଟେଲ ଦାବିଦାର ରହିଛି । ଭାରତ ପୁଣି ଥରେ ନିଜ ମାଟି ରେ ବିଶ୍ଵକପ ଜିତୁ ବୋଲି ଚାହୁଁଛନ୍ତି କ୍ରିକେଟ ପ୍ରେମୀ ।
ଅନେକ କ୍ରିକେଟର ମଧ୍ୟ ଭାରତର ବିଶ୍ଵକାପ ବିଜୟକୁ ନେଇ ଆଶା ବାନ୍ଧିଛନ୍ତି । ଭାରତୀୟ ଫ୍ୟାନ୍ସ 2011 ବିଶ୍ଵକପ ଓ 2023 ମଧ୍ୟରେ ବିଭିନ୍ନ ସଂଯୋଗ ଦର୍ଶାଇ ଟିମ ଇଣ୍ଡିଆ ବିଶ୍ଵକପ ଜିତିବ ବୋଲି କହି ଆସୁଛନ୍ତି । ତେବେ 2011 ଓ 2023 ମଧ୍ୟରେ କଣ ସମାନତା ରହିଛି ଆସନ୍ତୁ ଜାଣି ନେବା । 2011 ବିଶ୍ଵକପ ପୂର୍ବରୁ ଇଂଲଣ୍ଡ ଟିମ ଟି-20 ଚାମ୍ପିୟାନ ହୋଇଥିଲା । ଏହି ବର୍ଷ ସେମି ଫାଇନାଲ କୁ ମଧ୍ୟ ଯୋଗ୍ୟତା ହାସଲ କରିପାରି ନ ଥିଲା ।
2023ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗତ ବର୍ଷ ଟି-20 ରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ଏଣୁ ଏହି ସଂଯୋଗ ଭାରତ ସପକ୍ଷରେ ଯାଉଛି । ସେହିଭଳି 2011 ବିଶ୍ଵକପର ଶେଷ ପର୍ଯ୍ୟାୟ ମ୍ଯାଚରେ ଯୁବରାଜ ସିଂ 4 ନମ୍ବରରେ ଆସି ବ୍ୟାଟିଂ କରିବା ସହ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଶତକ ହାସଲ କରି ମ୍ୟାନ ଅଫ ଦ ମ୍ଯାଚ ପୁରସ୍କାର ହାତେଇଥିଲେ ।
2023 ବିଶ୍ଵକପର ସେସ ଗ୍ରୁପ ମ୍ୟାଚ ରେ ନେଦରଲ୍ୟାଣ୍ଡ ବିପକ୍ଷରେ 4 ନମ୍ବରରେ ବ୍ୟାଟିଂ କରି ଶ୍ରେୟସ ଆୟର ମଧ୍ୟ ଶତକ ହାସଲ କରିଛନ୍ତି । ଓ ମ୍ଯାଚର ଶ୍ରେଷ୍ଟହା ଖେଳାଳି ପୁରସ୍କାର ପାଇଛନ୍ତି । ଏହା ଛଡା 2011 ବିଶ୍ଵକପରେ ବାମ ହାତୀ ସ୍ପାଇନ ଭାବେ ଯୁବରାଜ ସିଂ ଆୟରଲ୍ୟାଣ୍ଡ ବିପକ୍ଷରେ 5 ୱିକେଟ ହାସଲ କରିଥିଲେ । ଠିକ ସେହିପରି ଚଳିତ ବିଶ୍ଵକପରେ ମଧ୍ୟ ବାମ ହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଦକ୍ଷିଣ ଆଫ୍ରିକା ବିପକ୍ଷରେ 5 ୱିକେଟ ହାସଲ କରିଛନ୍ତି ।
ତେବେ ଏହି ସବୁ ସଂଯୋଗ ଉପରେ ଧ୍ୟାନ ଦେଲେ ଭାରତ ଫାଇନାଲ ମ୍ଯାଚ ଜିତିବାର ସମ୍ଭାବନା ବଢି ଯାଉଛି । 2011 ବିଶ୍ଵକପ ରେ ଭାରତୀୟ ଟିମ ର 5 ଜଣ ବୋଲୋର ପାକିସ୍ତାନ ବିପକ୍ଷରେ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେହିପରି 2023 ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ବୋଲୋର 5 ଜଣ ବୋଲୋର 2ଟି ୱିକେଟ ହାତେଇଛନ୍ତି । ଓ ଏହି ମ୍ଯାଚରେ ଭାରତ ବିଜୟୀ ହୋଇଛି ।
ଚଳିତ ବିଶ୍ଵକପରେ ସଚିନଙ୍କ ରେକର୍ଡ ଭାଙ୍ଗିଥିବା କୋହଲି 2011 ବିଶ୍ଵକପରେ ବାଙ୍ଗାଲଦେଶ ବିପକ୍ଷରେ ଶତକ ହାସଲ କରିଥିଲେ । କିଛି ଏଭଳି ସମାନ ଦେଖି ଲାଗୁଛି ଯେ 2011 ଭଳି 2023 ରେ ମଧ୍ୟ ଭାରତୀୟ ଟିମ ବିଶ୍ଵକପ ର ବିଜେତା ହେବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।