ମାତ୍ର +2 ପଢି ଦିନକୁ ରୋଜଗାର କରୁଥିଲା 5 କୋଟି, ଏହି ପର୍ଦ୍ଦାଫାଶ ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ

ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାର ଦିନକର ରୋଜଗାର ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ । ମାତ୍ର ଯୁକ୍ତ 2 ପାଠପଢି ଦିନକୁ ରୋଜଗାର କରୁଛନ୍ତି 5-10 କୋଟି ଟଙ୍କା  । ଏଭଳି ଜଣେ ଠକ ର ପର୍ଦ୍ଦାଫାଶ କରିଛି ମୁମ୍ବାଇ ପୋଲିସ । ଏତେ ଗୁଡିଏ ବ୍ଯାଙ୍କରେ ଏହି ବ୍ୟକ୍ତିଙ୍କ ଆକାଉଣ୍ଟ ରହିଛି ଯେ ପୋଲିସ ବି ତାଜୁବ ହୋଇଯାଇଛି । ଲୋକଙ୍କୁ ଠକି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ଠକ ମାଷ୍ଟରମାଇଣ୍ଡ ଶ୍ରୀନିବାସ ରାବୋଡାଡିକୁ ହାଇଦ୍ରାବାଦର ଏକ ଆଲିଶାନ ହୋଟେଲକୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ମାତ୍ର ଯୁକ୍ତ 2 ପଢିଥିବା ଶ୍ରୀନିବାସ ଟେକ୍ନୋଲୋଜି ମାମଲାରେ ବେଶ ମାହିର । ଏଥିରେ ଶ୍ରୀନିବାସ ଏକ ନୁହେଁ ବରଂ ତା’ର ଏକ ବଡ ଟିମ୍ ରହିଛି । ମୁମ୍ବାଇର ପ୍ରତିଟି ସହରରେ ରହିଛନ୍ତି ତା’ର କର୍ମଚାରୀ । ଏମାନେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ଟାର୍ଗେଟ କରିଥାନ୍ତି । ବିଭିନ୍ନ ଉପାୟରେ ମହିଳାଙ୍କୁ ଠକି ପ୍ରତିଦିନ କୋଟି କୋଟି ଟଙ୍କା ରୋଜଗାର କରନ୍ତି ।

ପୋଲିସ ସୂଚନା ଅନୁଯାୟୀ, ଠକ ଶ୍ରୀନିବାସ ନିଜକୁ ଜଣେ ପୋଲିସ ଅଫିସରଙ୍କ ପରିଚୟ ଦେଇ ଟିମ୍ ଲୋକଙ୍କୁ ଫୋନ୍ କରେ ଏବଂ ଲୋକଙ୍କୁ ଠକିବାର ମାଷ୍ଟର ପ୍ଳାନ ବନାଉଥିଲା । ପ୍ରଥମେ ଲୋକଙ୍କୁ ଘରକୁ ପାର୍ସଲ ପଠେଇ ସେଥିରେ ଡ୍ରଗ୍ସ ଥିବା କହି ଧମକାଉଥିଲା । ପୋଲିସ ରେଡ୍ ପଡିବ ଆଉ ଆପଣଙ୍କୁ ଜେଲ ଯିବାକୁ ହେବ କହି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲା ଶ୍ରୀନିବାସ । ଆଉ ପରେ ଲୋକଙ୍କ ଠାରୁ ଲୁଟୁଥିଲା ଟଙ୍କା ।

ଆଉ କେତେବେଳେ ଅନ୍ୟ ଉପାୟରେ ଲୋକଙ୍କୁ ଡରେଇ ଧମକେଇ ସେମାନଙ୍କ ଠାରୁ ବ୍ଯାଙ୍କ ପାସବୁକ ହାତେଇ ନେଉଥିଲା । ସାଇବର ଠକଙ୍କ ଭଳି ଲୋକଙ୍କୁ ଫସେଇ ଟଙ୍କା ଲୁଟି ନେଉଥିଲା ଶ୍ରୀନିବାସ । କେବଳ ଶ୍ରୀନିବାସ ନୁହେଁ ବରଂ ତା’ର ପୁରା ଟିମ୍ ଲୋକଙ୍କୁ ଠକିବାରେ ମାହିର । ପ୍ରତିଦିନ ଲୋକଙ୍କ ଠାରୁ ଠାକୁଥିବା ଟଙ୍କା ଶ୍ରୀନିବାସ ର ଆକାଉଣ୍ଟକୁ ଆସୁଥିଲା । ଏହାପରେ ଚୀନ ର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠେଇ ଏହାକୁ କ୍ରିପ୍ଟୋ କରେନ୍ସିରେ ବଦଳାଇ ଦିଆ ଯାଉଥିଲା ।

ବ୍ଯାଙ୍କ ଅଧିକାରୀଙ୍କ କହିବା ଅନୁଯାୟୀ, ଦିନକୁ 5-10 କୋଟି ଟଙ୍କାର ନେଣଦେଣ ହେଉଥିଲା । ପ୍ରାୟ 40ଟି ବ୍ଯାଙ୍କରେ ରହିଥିଲା ଶ୍ରୀନିବାସ ର ଖାତା । ସେସବୁକୁ ପୋଲିସ ସିଲ୍ କରିବା ସହ ଠକ ମାଷ୍ଟର ମାଇଣ୍ଡ ଶ୍ରୀନିବାସକୁ ଗିରଫ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।