୧୬ ଜୁଲାଇରେ ଲାଗିବାକୁ ଯାଉଛି ଚନ୍ଦ୍ର ଗ୍ରହଣ, ବନୁଛି ଏମିତି ଯୋଗ ଯାହା ୧୪୯ ବର୍ଷ ପୂର୍ବେ ହେଇଥିଲା, ଏହି ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଜୁଲାଇ ମାସରେ ଦ୍ଵିତୀୟ ଥର ୧୬ – ୧୭ କୁଲାଇରେ ଚନ୍ଦ୍ର ଗ୍ରହଣ ଲାଗିବ । କହିଦେଉଛୁ କି ଏହା ପୂର୍ବରୁ ୨ ଜୁଲାଇରେ ସୂର୍ଯ୍ୟ ପରାଗ ଲାଗିଥିଲା । କିନ୍ତୁ ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଯାଇ ନ ଥିଲା । କିନ୍ତୁ ୧୬ – ୧୭ ଜୁଲାଇରେ ଲାଗୁଥିବା ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଦେବ । ଭାରତ ଛଡା ଏହି ଚନ୍ଦ୍ର ଗ୍ରହଣ ୟୁରୋପ, ଅଷ୍ଟ୍ରେଲିୟା, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ବି ଦେଖାଯିବ । କହିଦେଉଛୁ କି ଭାରତରେ ଏହି ଚନ୍ଦ୍ର ଗ୍ରହଣ ତିନି ଘଣ୍ଟା ପର୍ଯ୍ୟନ୍ତ ଲାଗିବ । ଏହା ସହିତ ଚନ୍ଦ୍ର ଗ୍ରହଣକୁ ନେଇ କେତେକ ଏମିତି ଯୋଗ ବି ହେଉଛି ଯାହାକି ବହୁତ ବର୍ଷ ପରେ ଦେଖା ଯାଉଛି ।

୧୪୯ ବର୍ଷ ପରେ ପୁଣିଥରେ ହେବ ଏହିଭଳି ଯୋଗ

କହିଦେଉଛୁ କି ୧୬ – ୧୭ ଜୁଲାଇରେ ଲାଗୁଥିବା ଚନ୍ଦ୍ର ଗ୍ରହଣରେ କିଛି ବିଶେଷ ଯୋଗ ହେଉଛି । ଏହା ପୂର୍ବରୁ ୧୪୯ ବର୍ଷ ପୂର୍ବେ ଏହି ଯୋଗ ଗୁରୁ ପୂର୍ଣିମା ଦିନ ଲାଗି ଥିଲା । ସେହି ସମୟରେ ଯେତେବେଳେ ଚନ୍ଦ୍ର ଗ୍ରହଣ ଲାଗିଥିଲା ସେତେବେଳେ ଚନ୍ଦ୍ରମା ଓ କେତୁ ଧନୁ ରାଶିରେ ଥିଲେ । ଯେତେବେଳେ କି ସୂର୍ଯ୍ୟ ରାହୁ ସହିତ ମିଥୁନ ରାଶିରେ ଥିଲେ ।

ଚନ୍ଦ୍ର ଗ୍ରହଣରେ ପାକ ତ୍ୟାଗର ସମୟ

ହିନ୍ଦୁ ମାନ୍ୟତା ଅନୁସାରେ ଯେତେବେଳେ ବି ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଲାଗିଥାଏ ତେବେ ପାକ ତ୍ୟାଗ ଆରମ୍ଭ ହୋଇଯାଏ । ଯେତେବେଳେ ବି ସୂର୍ଯ୍ୟ ପରାଗ ଆରମ୍ବ ହୋଇଥାଏ ସେତେବେଳେ ଏହି ପାକ ତ୍ୟାଗ ୧୨ ଘଣ୍ଟା ପୂର୍ବରୁ ଓ ଚନ୍ଦ୍ର ଗ୍ରହଣ ସ୍ଥିତିରେ ଏହି ପାକ ତ୍ୟାଗ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ । କହିଦେଉଛୁ କି ଜ୍ୟୋତିଷ ଗଣନା ଅନୁସାରେ ଚନ୍ଦ୍ର ଗ୍ରହଣରେ ପାକ ତ୍ୟାଗର ସମୟ ୩.୪୦ ରୁ ଆରମ୍ଭ ହୋଇଯିବ ।

ଗ୍ରହଣ ସମୟରେ ଏହି ସବୁ ଜିନିଷ ପ୍ରତି ରହିବେ ସାବଧାନ

·    କହିବାକୁ ଗଲେ ହିନ୍ଦୁ ଧର୍ମରେ ଗ୍ରହଣ ସମୟରେ କିଛି କାର୍ଯ୍ୟ କରିବା ପାଇଁ ମନା କରାଯାଇଛି । ଚାଲନ୍ତୁ ଆପଣମାନଙ୍କୁ ସେହି ବିଷୟରେ କହିଦେଉଛୁ ।

·    ଗ୍ରହଣ ସମୟରେ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ, ଏହା ସହିତ ଖାଦ୍ୟ ପ୍ରସ୍ତୁତ କରିବା ଓ ଖାଦ୍ୟ ଖାଇବା ଦୁଇଟି ଯାକ କାମକୁ ବନ୍ଦ କରିଦେବା ଉଚିତ ।

·    ଗ୍ରହଣ ସମୟରେ ବାୟୁମଣ୍ଡଳରେ ବ୍ୟାକ୍ଟେରିୟା ସଂକ୍ରମଣର ପ୍ରକୋପ ଅଧିକ ବଢିଯାଏ । ଏମିତିରେ ଭୋଜନ କରିବା ଦ୍ଵାରା ସଂକ୍ରମଣ ଅଧିକ ହେବାର ଆଶଙ୍କା ଥାଏ । ସେଥିପାଇଁ ଗ୍ରହଣ ସମୟରେ ଭୋଜନ କରିବା ଠାରୁ ବଞ୍ଚିବା ଉଚିତ ।

·    ଗ୍ରହଣ ସମୟରେ ସ୍ଵାମୀ ଓ ସ୍ତ୍ରୀକୁ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ । ଏହି ସମୟରେ ଯଦି ଗର୍ଭ ରହିଯାଏ ତେବେ ସନ୍ତାନ ବିକଳାଙ୍ଗ ଓ ମାନସିକ ରୂପରେ ଖରାପ ବି ହୋଇପାରେ ।

·    ଗ୍ରହଣ ସମୟରେ କୌଣସି ବି ଶୁଭ କିମ୍ବା ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।