ହନୁମାନ ବି ଲେଖିଥିଲେ ‘ରାମାୟଣ’, କିନ୍ତୁ ସମୁଦ୍ରରେ ଫୋପାଡି ଦେଇଥିଲେ ! – ଜାଣନ୍ତୁ କାହିଁକି ?

ରାମଚରିତମାନସ ହିନ୍ଦୁ ଧର୍ମର ସବୁଠୁ ପବିତ୍ର ଗ୍ରନ୍ଥ ଅଟେ । ଆମେ ସମସ୍ତେ ଜାଣିଛୁ କି ରାମାୟଣର ରଚନା ମହର୍ଷି ବାଲ୍ମୀକିଙ୍କ ଦ୍ଵାରା କାରାଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ରାମାୟଣକୁ କେବେ ଭଗବାନ ହନୁମାନ ବି ଲେଖିଥିଲେ । ହନୁମାନଙ୍କ ଦ୍ଵାରା ଲେଖାଯାଇଥିବା ରାମାୟଣକୁ ହନୁମଦ ରାମାୟଣ ନାମରେ ଜଣା ଯାଇଥାଏ । କୁହାଯାଏ କି ହନୁମାନ ରାମାୟଣ ତ ଲେଖିଥିଲେ କିନ୍ତୁ ନିଜେ ହିଁ ନିଜ ହାତରେ ତାକୁ ସମୁଦ୍ରରେ ଫୋପାଡି ଦେଇଥିଲେ । କଣ ଅଟେ ଏହି କଥା ପଛର କାହାଣୀ ? ଆସନ୍ତୁ ଆମେ ଆପଣଙ୍କୁ କହିଦେଉଛୁ ।

କଣ ଅଟେ ହନୁମଦ ରାମାୟଣର ପୁରା କାହାଣୀ

ଶାସ୍ତ୍ରକୁ ମାନିବେ ତ ବାଲ୍ମୀକି ରାମାୟଣ ଲେଖିବା ପୂର୍ବରୁ ହନୁମାନ ରାମ – କଥାର ରଚନା କରି ଦେଇଥିଲେ । ହନୁମାନ ରାମ କଥାର ବର୍ଣ୍ଣନା ନିଜ ନଖ ଦ୍ଵାରା ପଥରରେ ଲେଖି କରି କରିଥିଲେ ।

କୁହାଯାଏ କି ରାବଣଙ୍କୁ ମାରି ଭଗବାନ ରାମ ଲଙ୍କାରେ ବିଜୟ ପାଇବା ପରେ ନିଜ ରାଜ୍ୟକୁ ଫେରି ଯାଇଥିଲେ । ତାହା ପରେ ହନୁମାନ ଭଗବାନ ଶିବଙ୍କର ଆରାଧନା କରିବା ପାଇଁ ହିମାଳୟ ଚାଲିଗଲେ । ସେହି ସମୟରେ ହନୁମାନ ସବୁଦିନ ସେଠିକାର ପଥର ଉପରେ ନିଜର ନଖ ଦ୍ଵାରା ରାମ କଥା ଲେଖିବା ଆରମ୍ଭ କରି ଦେଇଥିଲେ ।

ପ୍ରଥମରୁ ହିଁ ହନୁମାନ ନିଜର ଲେଖିଥିବା ରାମ – କଥାକୁ ନେଇ ଉପସ୍ଥିତ ଥିଲେ :

କିଛି ଦିନ ପରେ ମହର୍ଷି ବାଲ୍ମୀକି କୈଳାସ ପର୍ବତ ଉପରେ ଭଗବାନ ଶିବଙ୍କ ପାଖରେ ପହଞ୍ଚି ଭଗବାନ ଶିବଙ୍କୁ ଦେଖା କରି ନିଜର ରଚିତକୁ ଦେବାକୁ ଚାହୁଁଥିଲେ । କୈଳାସ ପହଞ୍ଚିବା ପରେ ବାଲ୍ମୀକି ଦେଖିଲେ କି ହନୁମାନ ପ୍ରଥମରୁ ହିଁ ନିଜର ରାମ – କଥାକୁ ନେଇ ସେଠି ଉପସ୍ଥିତ ଥିଲେ । ଏହା ଦେଖି ବାଲ୍ମୀକି ନିରାଶ ହୋଇଗଲେ ଓ ଫେରି ଯିବାକୁ ଲାଗିଲେ ।

ମହର୍ଷି ବାଲ୍ମୀକିଙ୍କର ଉଦାସୀନ ଚେହେରା ଦେଖି ହନୁମାନ ତାଙ୍କୁ ଅଟକାଇବା ପାଇଁ ଆଗ୍ରହ କଲେ । ଏହା ପରେ ସେ ଗୋଟିଏ କାନ୍ଧରେ ମହର୍ଷି ବାଲ୍ମୀକିଙ୍କୁ ଓ ଅନ୍ୟ ଏକ କାନ୍ଧରେ ରାମ କଥା ଲେଖା ହୋଇଥିବା ଶିଳାକୁ ଉଠାଇ ନେଲେ । ଏହା ପରେ ହନୁମାନ ନିଜର ରଚିତ ଶିଳାକୁ ସମୁଦ୍ରରେ ଫୋପାଡି ଦେଲେ । ଏହି ଘଟଣା ପରେ ହିଁ ହନୁମାନଙ୍କ ଦ୍ଵାରା ଲେଖା ହୋଇଥିବା ରାମ – କଥାର କୌଣସି ଅସ୍ତିତ୍ଵ ରହିଲା ନାହିଁ ଓ ଆମ ସମସ୍ତଙ୍କ ସାମନାକୁ ମହର୍ଷି ବାଲ୍ମୀକିଙ୍କର ରାମାୟଣ ହିଁ ଆସିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।