10 ବର୍ଷ ପରେ ମାଟିତଳୁ ବାହାରିଲା ଶବ, 10 ବର୍ଷ ହେବ ଅନ୍ଧାରରେ ରହିଥିଲେ ମୃତକଙ୍କ ପରିବାର, ପୁରା ଘଟଣା ଜାଣିଲେ ଲୋମଟାଙ୍କୁରି ଉଠିବ, ଦେଖନ୍ତୁ video

10 ବର୍ଷ ପରେ ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ ମୃ-ତଦେହ । 2013ରୁ ନିଖୋଜ ଥିଲେ, 2014ରେ ହ-ତ୍ୟା ହୋଇଥିଲା, ଆଉ 2022ରେ ଖୋଳାଯାଉଛି ଶବ । ଛେଳି ଚୋରି ଯୋଗୁଁ ଇଲେକ୍ଟ୍ରି କରେଣ୍ଟ ଦେଇ ହ-ତ୍ୟା କରାଯାଇଥିଲା । 10 ବର୍ଷ ପରେ ମିଳିଲା ହ-ତ୍ୟା କରି ମାଟିତଳେ ପୋତିଥିବା ଶବ ।  23 ଜୁଲାଇ 2013ରେ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲେ ଟାଉନଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଞ୍ଚଳର ଦୋଳଗୋବିନ୍ଦ ବେହେରା ।

ଏନେଇ ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ ହୋଇଥିଲେ ମଧ୍ୟ ଦୋଳଗୋବିନ୍ଦ ମିଳି ନଥିଲେ । ପରେ ସନ୍ଦେହ ହେବାରୁ 30 ଅକ୍ଟୋବର 2014ରେ ପରିବାର ପକ୍ଷରୁ କିଛି ଲୋକଙ୍କ ନାଁରେ ହ-ତ୍ୟା ଅଭିଯୋଗ କରିଥିଲା ଦୋଳଗୋବିନ୍ଦଙ୍କ ପରିବାର । ଏହା ସତ୍ତ୍ୱେ ଦୋଳଗୋବିନ୍ଦ ଜୀବିତ ନା ମୃ-ତ ଏନେଇ 10 ବର୍ଷ କାଳ ଅନ୍ଧାରରେ ରହିଥିଲେ ତାଙ୍କ ପରିବାର । ସନ୍ଦେହ ଥିଲେ ମଧ୍ୟ ସମାନ ଗାଁରେ ଦୋଳଗୋବିନ୍ଦଙ୍କ ପରିବାର ହ-ତ୍ୟାକାରୀଙ୍କ ସହ ବାଧ୍ୟ ହୋଇ ଚଳୁଥିଲେ ।

ଘରର ରୋଜଗାରିଆ ପୁଅ ଆଉ ମିଳିବନି ବୋଲି ଆଶା ମଧ୍ୟ ହରାଇ ସାରିଥିଲେ । ତେବେ ଦୋଳଗୋବିନ୍ଦଙ୍କ ଭଉଣୀ କିନ୍ତୁ ଛେଳି ଚୋରି କଥାକୁ ଖଣ୍ଡନ କରିଛନ୍ତି । ତାଙ୍କ ଜାଗାବାଡିକୁ ନେଇ ଗଣ୍ଡଗୋଳ ଚାଲିଥିବା ବେଳେ ହ-ତ୍ୟାକାରୀମାନେ ଦୋଳଗୋବିନ୍ଦଙ୍କୁ ଧମକ ଦେଇଥିଲେ । ଏହା ଏକ ସୁଚିନ୍ତିତ ହ-ତ୍ୟାକାଣ୍ଡ ଏବଂ ଏଥିପାଇଁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି । କାରଣ ଦିନେ କି ଦୁଇ ଦିନ କି ଦୁଇ ମାସ ନୁହେଁ । ଘରର ଭେଣ୍ଡିଆ ପୁଅ ନିଖୋଜ ହେବାର ପ୍ରାୟ 10 ବର୍ଷ ବିତିଯାଇଛି ।

ଏହି ଘଟଣାରେ ପୋଲିସକୁ ହଠାତ ଗୁପ୍ତ ସୂତ୍ରରୁ ଖବର ମିଳିବା ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ । ଜଣଙ୍କ ପରେ ଜଣେ ହ-ତ୍ୟାକାରୀଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରିଥିଲା ପୋଲିସ । ତେବେ ବଡକଥା ହେଉଛି ହ-ତ୍ୟାକାରୀମାନେ ମଧ୍ୟ ପୋଲିସ ଆଗରେ ନିଜ ଦୋଷ ସ୍ଵୀକାର କରିଛନ୍ତି । ସେମାନଙ୍କ ବୟାନ ଅନୁସାରେ ଦୋଳଗୋବିନ୍ଦଙ୍କୁ ପୋତା ଯାଇଥିବା ସ୍ଥାନକୁ ଜେସିବି ସାହାଯ୍ୟରେ ପୋଲିସ ଖୋଲିଥିଲା । ସେଠାରୁ ଦୁଇଟି ହାଡ ମିଳିବା ପରେ ଏହାକୁ ଟେଷ୍ଟିଙ୍ଗ ପାଇଁ ଲ୍ୟାବକୁ ପଠାଇ ଦିଆଯାଇଛି ।

ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ମୃ-ତ ଦୋଳଗୋବିନ୍ଦ ସେହି ସମୟରେ ବାରମ୍ବାର ଛେଳି ଚୋରି କରୁଥିବାରୁ ଛେଳି ରହୁଥିବା ସ୍ଥାନ ଚାରିପଟେ ସେମାନେ ଇଲେକ୍ଟ୍ରିକ କରେଣ୍ଟ ବିଛାଇ ଦେଇଥିଲେ । ଆଉ କରେଣ୍ଟ ସଂସ୍ପର୍ଶରେ ଆସି ମୃ-ତ୍ୟୁ ହେବା ପରେ ଗାତ ଖୋଲି ଦୋଳଗୋବିନ୍ଦଙ୍କୁ ପୋତି ଦେଇଥିଲେ । ତେବେ ଟାଉନଥାନା ପୋଲିସ ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।