କରୋନା ଅପଡେଟ ୧ ଏପ୍ରିଲ 2020 ସକାଳ – ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।

ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।

ଭାରତ ଅପଡେଟ – ୧ ଏପ୍ରିଲ ଦିନ ୧୧ :୩୭ ପର୍ଯ୍ୟନ୍ତ

କରୋନାଭାଇରସ ସଂକ୍ରମଣ: ୧୭୧୬

ମୃତ୍ୟୁ: ୫୦

ଭଲ ହୋଇ ସାରିଛନ୍ତି: ୧୫୦

ସୌଜନ୍ଯ – ଇଣ୍ଡିଆ କୋଭିଡ-19 ଟ୍ରାକର ORG

ଓଡିଶା ଅପଡେଟ

କରୋନାଭାଇରସ ସଂକ୍ରମଣ: ୪

ମୃତ୍ୟୁ: ୦

ଭଲ ହୋଇ ସାରିଛନ୍ତି: ୦

କରୋନାଭାଇରସ ସଂକ୍ରମଣ: ୮,୫୯,୭୦୧ (ୱାର୍ଲ୍ଡ ୱାଇଡ)

ମୃତ୍ୟୁ: ୪୨,୩୪୦
ସୁସ୍ଥ ହେଇ ସାରିଲେଣି: ୧,୭୮,୩୩୩

ଟୋଟାଲ ଆକ୍ଟିଭ କେସ: ୬,୩୯,୦୨୮
ନର୍ମାଲ କଣ୍ଡିସନ: ୬,୦୬,୧୮୯ ସିରିଅସ ବା କ୍ରିଟିକଲ: ୩୨,୮୩୯

କ୍ରମିକ ସଂଖ୍ୟା ଦେଶ ସଂକ୍ରମିତ ରୋଗୀ ସଂଖ୍ୟା ମୃତ ସୁସ୍ଥ ହେଇ ସାରିଲେଣି
ଆମେରିକା ୧୮୮୫୯୨ ୪୦୫୫ ୭୨୫୧
ଇଟାଲୀ ୧୦୫୭୯୨ ୧୨୪୨୮ ୧୫୭୨୯
ସ୍ପେନ ୯୫୯୨୩ ୮୪୬୪ ୧୯୨୫୯
ଚୀନ ୮୧୫୫୪ ୩୩୧୨ ୭୬୨୩୮
ଜର୍ମାନୀ ୭୧୮୦୮ ୭୭୫ ୧୬୧୦୦
ଇରାନ ୪୪୬୦୫ ୨୮୯୮ ୧୪୬୫୬
ବ୍ରିଟେନ ୨୫୧୫୦ ୧୭୮୯ ୧୩୫
ସୁଇଜରଲ୍ୟାଣ୍ଡ ୧୬୬୦୫ ୪୩୩ ୧୮୨୩
ବେଲଜିୟମ ୧୨୭୭୫ ୭୦୫ ୧୬୯୬
୧୦ ନେଦରଲ୍ୟାଣ୍ଡ ୧୨୫୯୫ ୧୦୩୯ ୨୫୦
୧୧ ଦକ୍ଷିଣ କୋରିୟା ୯୮୮୭ ୧୬୫ ୫୫୬୭
୨୮ ପାକିସ୍ତାନ ୨୦୩୯ ୨୬ ୮୨
୩୮ ଭାରତ ୧୭୧୬ ୫୦ ୧୫୦

COVID-19 ବିଶ୍ୱ ମାନଚିତ୍ର ଟ୍ରାକର