ଆଜିର ଦିନଟି କେମିତି କଟିବ ଆପଣଙ୍କ ପାଇଁ? ୨୪ ଜାନୁୟାରୀ, ୨୦୧୮

ଆଜିର ରାଶିଫଳ: ୨୪ ଜାନୁୟାରୀ, ୨୦୧୮

ମେଷ-

ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ।

ବୃଷ-

ବୃଥାରେ କୌଣସି କାଥାବାର୍ତ୍ତା କରନ୍ତୁ ନାହିଁ ବରଂ ସମ୍ପର୍କ ସଜବୁତ କରିବା ପାଇଁ ଚେଷ୍ଚା କରନ୍ତୁ । କୌଣସି ବ୍ୟକ୍ତି ସହ କଥାବାର୍ତ୍ତା ବେଳେସମାନ୍ୟ କଟୁ କଥା ନ କହିବା ପାଇଁ ଧ୍ୟାନ
ଦିଅନ୍ତୁ ।

ମିଥୁନ-

ଆଜି ଆପଣଙ୍କ ଆତ୍ମତ୍ଜ୍ଞାନ ଆଧ୍ୟାତ୍ମିକ ଦିଗରେ ତାହାର ଚରମ ସୀମାରେ ରହିବ । ସେଥିପାଇଁ ସମୟ ବାହାର କରି କୌଣସି ଧାର୍ମିକ ସ୍ଥାନକୁ ଯାଆନ୍ତୁ । ଆଜିର ଦିନ ଲମ୍ବା ସମୟ । ଲକ୍ଷ୍ ଉପରେ ଧ୍ୟାନ କେନ୍ଦ୍ରିଭୁତ କରିବା ପାଇଁ ବହୁତ ଭଲ ସମୟ ।

ଆହୁରି ପଢନ୍ତୁ: ଜାଣନ୍ତୁ କେଉଁ ନମ୍ବର ଗାଡି କିଣିଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। |

ଦୈନିକ ଅଦା ବ୍ୟବହାର କରିବା ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

କ୍ଷୀର ସାଙ୍ଗରେ ତୁଳସୀ ମିଶେଇ ରାତିରେ ପିଇଲେ ମିଳିଥାଏ ଏହି ସବୁ ଉପକାର।

କର୍କଟ-

ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି ।

ସିଂହ-

ଆପଣ ଆଶାକରିଥିବା ଛୋଟ ଧରଣର ଯାତ୍ରାପାଇଁ ଆପଣ କୁଆଡେ ଯାଇପାରନ୍ତି । ଏହିଭଳି ଭଲ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି ।

କନ୍ୟା-

ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି ।

ତୁଳା-

ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ ।

ବିଛା-

ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ ।

ଧନୁ-

ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ । ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ ।

ମକର-

ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।

କୁମ୍ଭ-

ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ ।

ମୀନ-

ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ ।