ଆଜିର ଦିନଟି କେମିତି କଟିବ ଆପଣଙ୍କ ପାଇଁ? ୧୬ ଜାନୁୟାରୀ, ୨୦୧୮

ଆଜିର ରାଶିଫଳ: ୧୬ ଜାନୁୟାରୀ, ୨୦୧୮

ମେଷ-

ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।

ବୃଷ-

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।

ମିଥୁନ-

ଆଜି ଆପଣ ଆଧ୍ୟାତ୍ମିକତା ଦ୍ୱାରା ପ୍ରଭାବିତ ହେବେ । ଆପଣ ଆଜି ଆପଣଙ୍କ ଅନ୍ତରକୁ ଚିହ୍ନିବାକୁ ଚାହିଁବେ । ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ଏହି କାମନାରୁ ଆଜି ଆପଣଙ୍କୁ ବହୁତ ଶାନ୍ତି ମିଳିବ । ଏତଦ୍ୱାରା ଆଜି ଆପଣଙ୍କ ପ୍ରତିଭା ବିକଶିତ ହେବ ।

କର୍କଟ-

ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ ।

ସିଂହ-

ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ ।

କନ୍ୟା-

କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବକ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ

ତୁଳା-

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ ।

ବିଛା-

ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ ।

ଧନୁ-

ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ ।

ମକର-

ଆଜିର ଦିନ ନୂଆ ବନ୍ଧୁଟିଏ କରିବାର ଦିନ ଅଟେ । ଆଜିର ଦିନଟି ବ୍ୟବସାୟିକ ଦୃଷ୍ଟିରୁ ଏବଂ ସାମାଜିକ ଦୃଷ୍ଟିରୁ ସମ୍ପର୍କ ତିଆରି କରିବା ଦିନ ଅଟେ । କୌଣସି ସାମାଜିକ ଅନୁଷ୍ଠାନରେ ଆପଣ କିଛି ନୂଆ ଲୋକଙ୍କକ ସହିତ ସମ୍ପର୍କ ସ୍ଥାପନ ମଧ୍ୟ କରି ପାରନ୍ତି ।

କୁମ୍ଭ-

ଆଜି ଆପଣଙ୍କ ଅଟକିଥିବା ସରକାରୀ ସମୃଦ୍ଧି କାର୍ଯ୍ୟ ଗୁଡ଼ିକ ପୂରଣ ହୋଇଯିବ । ସେହି ସଂସ୍ଥା ଗୁଡ଼ିକରୁ ହିଁ ଆପଣଙ୍କର କାର୍ଯ୍ୟକୁ ପ୍ରାଥମିକତା ମିଳିବ ଯେଉଁଠି କି ଆପଣଙ୍କର କାର୍ଯ୍ୟଉପରେ ଏପର୍ଯ୍ୟନ୍ତ ଧ୍ୟାନ ଦିଆଯାଉନଥିଲା ।

ମୀନ-

ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ ।

1 thought on “ଆଜିର ଦିନଟି କେମିତି କଟିବ ଆପଣଙ୍କ ପାଇଁ? ୧୬ ଜାନୁୟାରୀ, ୨୦୧୮”

Comments are closed.